Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଲୋକସଭା ନିର୍ବାଚନ: ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ସମ୍ବିତ ପାତ୍ର, ସାମିଲ ହେବା ଲାଗି ଜନତାଙ୍କୁ କଲେ ନିବେଦନ
ଆଞ୍ଚଳିକ

ଲୋକସଭା ନିର୍ବାଚନ: ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ସମ୍ବିତ ପାତ୍ର, ସାମିଲ ହେବା ଲାଗି ଜନତାଙ୍କୁ କଲେ ନିବେଦନ

April 28, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପୁରୀ: ୨୦୨୪ ସାଧାରଣ ନିର୍ବାଚନରେ ଭୋଟ ହାତେଇବା ପାଇଁ ସମସ୍ତ ରାଜନୈତିକ ଦଳ ପ୍ରଚାର ମଇଦାନରେ ଅଛନ୍ତି। ଅସହ୍ୟ ତାତିକୁ ଖାତିର ନକରି ସମସ୍ତ ଦଳର ନେତାମାନେ ଲୋକମାନଙ୍କ ପାଖରେ ପହଞ୍ଚିବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ଲୋକସଭା ନିର୍ବାଚନ ପାଇଁ ଦ୍ଵିତୀୟ ପର୍ଯ୍ୟାୟର ମତଦାନ ଶେଷ ହୋଇଥିବା ବେଳେ ଆଉ ୫ ଟି ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ବାକି ରହିଛି।

ତେବେ ଓଡିଶାରେ ମଧ୍ୟ ବାକି ଥିବା ୫ ଟି ପର୍ଯ୍ୟାୟ ମଧ୍ୟରୁ ୪ ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବା। ପୁରୀ ଲୋକସଭା ଆସନ ପାଇଁ ଷଷ୍ଠ ପର୍ଯ୍ୟାୟ ଅର୍ଥାତ ମେ ୨୫ ତାରିଖରେ ମତଦାନ ହେବ। ସେଥିପାଇଁ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ସବୁ ରାଜନୈତିକ ଦଳର ପ୍ରାର୍ଥୀମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ଏହି ପ୍ରରିପେକ୍ଷୀରେ ପୁରୀ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଡାଃ ସମ୍ବିତ ପାତ୍ର ନାମାଙ୍କନ ଦାଖଲ କରିବା ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ସେ ଆସନ୍ତାକାଲି ଅର୍ଥାତ ୨୯ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବାକୁ ଘୋଷଣା କରିଛନ୍ତି। ତେଣୁ ସେ ଜନସାଧାରଣଙ୍କ ସହଯୋଗ ପାଇଁ ନିବେଦନ କରିଛନ୍ତି।

ସାମାଜିକ ଗଣମାଧ୍ୟମରେ ସମ୍ବିତ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଓ ଆପଣ ସମସ୍ତଙ୍କ ଭଲ ପାଇବା ନେଇ ମୁଁ ଏପ୍ରିଲ ମାସ ୨୯ ତାରିଖ ସୋମବାର ଦିନ ପୁରୀ ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ଭାବେ ମୋର ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଅଛି। ତେଣୁ ମୁଁ ଆପଣ ସମସ୍ତଙ୍କୁ ନିବେଦନ କରୁଛି ଯେ, ଆପଣ ସମସ୍ତେ ଆସି ମୋ ନାମାଙ୍କନ ଶୋଭାଯାତ୍ରାରେ ଭାଗନେଇ ମୋତେ ସହଯୋଗ କରିବେ, ଏହା ମୋର ହାତ ମୁଠାକୁ ଟାଣ କରିବ।

ପ୍ରକାଶ ଯୋଗ୍ୟ ଯେ, ନାମାଙ୍କନ ଦାଖଲ ପାଇଁ ଡାଃ ସମ୍ବିତ ପାତ୍ରଙ୍କ ବାଇକ୍ ରାଲି ସକାଳ ୯ ଘଟିକା ସମୟରୁ ଆରମ୍ଭ ହେବ। ଏହା ପିପିଲି ବିଧାନସଭାର ଉତ୍ତରା ଛକରୁ ବାହାରି ଗୁଣ୍ଡିଚା ମନ୍ଦିର ରାସ୍ତା ଦେଇ ପୁରୀ କଲେକ୍ଟର ଅଫିସ ପର୍ଯ୍ୟନ୍ତ ଯିବ।

election 2024 Lok Sabha Election Puri sambit patra
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଶ୍ରୀନିବାସପୁର ଶାସନରେ ପରିବେଷଣ ହେଲା “ଗଣେଶ ଗୀତିନାଟ୍ୟ”

September 17, 2026

ବାଣପୁର: ଭଲ ଅମଳ ପାଇଁ ମା’ଙ୍କ ନିକଟରୁ ଆଜ୍ଞାମାଳ ଗ୍ରହଣ କଲେ ଶତାଧିକ କୃଷକ

September 14, 2026

ରଣପୁରରେ ଧୁମଧାମରେ ୭୭ତମ ବିଘ୍ନ ବିନାୟକ ଶ୍ରୀଗଣେଶ ପୂଜା ମହୋତ୍ସବ

September 14, 2026

କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ

September 12, 2026
Latest News

ସୋଆ ଆଇଡିଏସ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

September 17, 2026

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ପୈତୃକ ଗ୍ରାମରେ ଦୀପଦାନ କଲେ ଆଇନମନ୍ତ୍ରୀ

September 17, 2026

ଆଶୀର୍ବାଦର ଦୀପ- ରାଜ୍ୟର ୩୦ଟି ଜିଲ୍ଲାରେ ପ୍ରଜ୍ଜ୍ୱଳିତ ହେଲା ଏକ କୋଟି ଦୀପ

September 17, 2026

ଗଜପତି ଡବଲ ମର୍ଡର ମାମଲା: ୧୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

September 17, 2026

ଲାଲ୍ ବସ୍‌ରେ PDAର ନୂଆ ଫର୍ମୁଲା, ୨୦୨୭ ପୂର୍ବରୁ ଅଖିଳେଶଙ୍କ ବଡ଼ ରଣନୀତି

September 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.