Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକାରେ ବିଜେପିର ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ବିଶାଳ ରୋଡ଼ ସୋ
ଆଞ୍ଚଳିକ

ଚିଲିକାରେ ବିଜେପିର ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ବିଶାଳ ରୋଡ଼ ସୋ

April 30, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଚ଼ିଲିକା (ସୀତାରାମ ଅଗ୍ରୱାଲ): ଆଜି ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ ଅନ୍ତର୍ଗତ ଚ଼ଣ୍ଡେଶ୍ବରର‌‌ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ଚ଼ଣ୍ଡିହରଦେବଙ୍କ ପୀଠରେ ପୁରୀ ଲୋକସଭା କ୍ଷେତ୍ରର ଭାଜପା ସାଂସଦ ପ୍ରାର୍ଥୀ ଡ଼ାଃ ସମ୍ବିତ ପାତ୍ର, ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନ ପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହ ଅଞ୍ଚଳବାସୀଙ୍କ ଶୁଭ ମନାସୀ ଥିଲେ ଏବଂ ତା’ପରେ ଚ଼ଣ୍ଡେଶ୍ବର ପଞ୍ଚାୟତ, କଳକଳେଶ୍ବର ପଞ୍ଚାୟତ, ଜରିପଡ଼ା ପଞ୍ଚାୟତ‌ରେ ଜନସମ୍ପର୍କ ପଦଯାତ୍ରା କରିଥିଲେ।

ଏହି ପଦଯାତ୍ରାରେ ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନ ପାନୀୟ ଜଳ ସମସ୍ୟାର ସମାଧାନ, ଚ଼ିଲିକାର‌ ପୁନରୁଦ୍ଧାର, ମତ୍ସ୍ୟଜୀବୀମାନଙ୍କ ବିକାଶ ପାଇଁ କୃଷି, ମତ୍ସ୍ୟ ପ୍ରକିୟାକରଣ ଶିଳ୍ପ ପ୍ରତିଷ୍ଠା ଓ ପର୍ଯ୍ୟଟନର ବିକାଶ କରି ଦାଦନ ସମସ୍ୟାର ମୂଳୋତ୍ପାଟନ କରି ପ୍ରତି ଜମିକୁ ପାଣି, ପ୍ରତି ହାତକୁ କାମର ସଂକଳ୍ପ ନେଇ ଏକ ବିକଶିତ ଚ଼ିଲିକା ଗଠନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଭାଜପା ଲୋକସଭା ପ୍ରାର୍ଥୀ ଡ଼ାଃ ସମ୍ବିତ ପାତ୍ର ଚ଼ିଲିକାର ସାମୁଦ୍ରିକ ମୁହାଣ ଖନନ, ନଳଘାସ ଦମନ ଇତ୍ୟାଦି କାର୍ଯ୍ୟ କରି ଚ଼ିଲିକାରେ ମତ୍ସ୍ୟ ଉତ୍ପାଦନ ବହୁ ଗୁଣିତ କରିବା ସଙ୍ଗେ ସଙ୍ଗେ ଚ଼ିଲିକା ଚ଼ାରିକଡ଼େ ରିଙ୍ଗ ବନ୍ଧ‌‌ ଓ ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତତସହିତ ଚ଼ିଲିକାକୁ କେନ୍ଦ୍ର ସହିତ ସିଧାସଳଖ ଯୋଡ଼ି ଡ଼ବଲ ଇଞ୍ଜିନର ପ୍ରଗତିଶୀଳ ସରକାର ଗଠନ କରିବା ପାଇଁ‌ ଅଞ୍ଚଳବାସୀଙ୍କୁ ଆହ୍ବାନ ଦେଇଥିଲେ।

ଏହି ପଦଯାତ୍ରାରେ ଚ଼ିଲିକା ବ୍ଲକ ଅଧ୍ୟକ୍ଷ‌ ଜ୍ୟୋସ୍ନା ବେହେରା, ବ୍ଲକ ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ଚ଼ଣ୍ଡେଶ୍ବର ମଣ୍ଡଳ ଭାଜପା ସଭାପତି ଲକ୍ଷ୍ମୀଧର ବରାଳ, ଚ଼ଣ୍ଡେଶ୍ବର ପଞ୍ଚାୟତର ପୂର୍ବତନ ସରପଞ୍ଚ ଦୀନବନ୍ଧୁ ସାହୁ‌,କଳକଳେଶ୍ବର ପଞ୍ଚାୟତର ସରପଞ୍ଚ ଜ୍ୟୋସ୍ନାରାଣୀ ଜେନା, ସମିତିସଭ୍ୟ ସବିତା ବିଶ୍ବାଳ, ଜରିପଡ଼ା ପଞ୍ଚାୟତ‌ର ସରପଞ୍ଚ ଦିପୁନା କୁମାରୀ ସାହୁ, ସମିତିସଭ୍ୟ ମନୋରମା ବେହେରା, ମାନସିଂହପୁର ପଞ୍ଚାୟତର ସରପଞ୍ଚ କାମିନୀ ବେହେରା, ସୋରଣ ପଞ୍ଚାୟତର‌ ସରପଞ୍ଚ ଶେଷଦେବ ବେହେରାଙ୍କ ସମେତ ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ ୧ ହଜାରରୁ ଉର୍ଦ୍ଧ୍ଵ କର୍ମୀ ଯୋଗ ଦେଇଥିଲେ।

ଚିଲିକା ଡ଼ା ସମ୍ବିତ ପାତ୍ର ପୃଥ୍ୱୀରାଜ ହରିଚନ୍ଦନ ବିଜେପି ବିଧାୟକ ପ୍ରାର୍ଥୀ ରୋଡ ସୋ ସାଂସଦ ପ୍ରାର୍ଥୀ
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକାରେ ନୌବିହାର କରିବେ ମା’ ଭଗବତୀ: ପ୍ରଶାସନ ଆରମ୍ଭ କଲା ପ୍ରସ୍ତୁତି

September 14, 2026

ଭାପୁର ଓ ଖଣ୍ଡପଡ଼ାରେ ୭ଟି ରାସ୍ତା ଓ ସେତୁ ନିର୍ମାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପୂର୍ତ୍ତ ମନ୍ତ୍ରୀ

September 13, 2026

କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ

September 12, 2026

ତୋରସିଂହ ଗ୍ରାମପଞ୍ଚାୟତର କାର୍ଯ୍ୟାଳୟ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ ଓ ସାଂସଦ

September 9, 2026
Latest News

ବ୍ରିକ୍ସ ସମ୍ମିଳନୀରେ ଫିଲିପାଇନ୍ସର ଅଂଶଗ୍ରହଣକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱାଗତ

September 14, 2026

ଚିଲିକାରେ ନୌବିହାର କରିବେ ମା’ ଭଗବତୀ: ପ୍ରଶାସନ ଆରମ୍ଭ କଲା ପ୍ରସ୍ତୁତି

September 14, 2026

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.