Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଆଞ୍ଚଳିକ

ବାଣପୁର ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

July 2, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଶ୍ରୀରଙ୍କନାଥ ଦେବ ଏବଂ ଶ୍ରୀଚରଣ ଚକାଦେବଙ୍କ ପିଠରେ ରଥଯାତ୍ରା ବହୁ ଆଡମ୍ବର ସହକାରେ ପାଳନ ହେବ। ପୂର୍ବ ଥର ଏହାର ପ୍ରସ୍ତୁତି ବୈଠକ ଶେଷ ମୁହୂର୍ତ୍ତରେ ବାତିଲ ହୋଇଥିବା ବେଳେ ଆଜି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କ ତତ୍ୱାବଧାନରେ ପଲଟନ ପଡିଆ ଛାୟା ମଣ୍ଡପ ସଭାଗୃହରେ ପୁଣି ଉକ୍ତ ପ୍ରସ୍ତୁତି ଓ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ବୈଠକରେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀଙ୍କ ପ୍ରତିନିଧି ଜିତେନ୍ଦ୍ର କୁମାର ଭୋଳ, ତହସିଲଦାର ଟି.ପଦ୍ମନାଭ ଡୋରା, ଏନଏସି ଅଧ୍ୟକ୍ଷ, ଉପାଧ୍ୟାକ୍ଷାଙ୍କ ସମେତ ସମସ୍ତ କାଉନସିଲର, ବାଣପୁରର ବିଭିନ୍ନ ବ୍ୟବସାୟୀ ସଂଘର ପ୍ରତିନିଧି, ପୋଲିସ ବିଭାଗ, ଉଭୟ ମନ୍ଦିରର ପରିଚାଳନା କମିଟି ସଦସ୍ୟ , ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ବିଦ୍ୟୁତ ବିଭାଗ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ପ୍ରସ୍ତୁତି ବୈଠକରେ ଆଇନ ଶୃଙ୍ଖଳା, ସ୍ବେଛାସେବୀଙ୍କ ଦ୍ୱାରା ରଥଯାତ୍ରା ପରିଚାଳନା, ରଥ ଟଣା, ପାନୀୟ ଜଳ ଯୋଗାଣ,ଟ୍ରାଫିକ ମ୍ୟାନେଜମେଣ୍ଟ ଆଦି ବିଷୟରେ ବିସ୍ତୃତ ଭାବେ ଆଲୋଚନା ହୋଇଥିବା ବେଳେ ଏଥିରେ ସମସ୍ତ ବ୍ୟବସାୟୀ ସଂଘ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗ ଲୋଡ଼ିଥିଲା ପ୍ରଶାସନ।

ତେବେ ଚଳିତ ବର୍ଷ ବାଣପୁର ରଥଯାତ୍ରାକୁ ଧୁମଧାମରେ ପାଳନ କରାଯିବ ବୋଲି ସୂଚନା ଦେଇଛନ୍ତି ବ୍ଲକ ଅଧ୍ୟକ୍ଷ ଶ୍ରୀ ରଣସିଂହ ଏବଂ ବିଧାୟକଙ୍କ ପ୍ରତିନିଧି ଜିତେନ୍ଦ୍ର ଭୋଳ। ଏଥି ନିମନ୍ତେ ସ୍ଵେଚ୍ଛାସେବୀ ଭାବେ ବାଣପୁର କଲେଜ ଏବଂ ହାଇସ୍କୁଲର ଏନସିସି ଛାତ୍ରଛାତ୍ରୀଙ୍କୁ ସାମିଲ କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ବିଭିନ୍ନ ଅନୁଷ୍ଠାନର ସ୍ବେଛାସେବୀଙ୍କ ସମେତ ଏନସିସି ଛାତ୍ରଛାତ୍ରୀ,ସ୍କାଉଟ ଛାତ୍ରଛାତ୍ରୀ, ପୋଲିସ ବିଭାଗ,ପଞ୍ଚାୟତ ଓ ପୌରପରିଷଦ ଜନପ୍ରତିନିଧି ଆଦି ରଥଟଣା ଦାୟିତ୍ୱରେ ଥିବା ବେଳେ, ମହିଳା ସଂଘ,ଏନଏସି ମହିଳା କାଉନସିଲର, ମହିଳା ସରପଞ୍ଚ ଦେବି ସୁଭଦ୍ରାଙ୍କ ରଥ ଟାଣିବେ।

ତତସହିତ ବିଭିନ୍ନ ସେବାକାର୍ଯ୍ୟ ଯଥା ପିଇବା ପାଣି, ଦହି ପଣା, ଲେମ୍ବୁ ପାଣି ଆଦିର ବ୍ୟବସ୍ଥା ସ୍ବେଛାସେବୀ ଏବଂ ଏନଏସି ପ୍ରଶାସନ ଦ୍ୱାରା କରାଯିବ। ପୂର୍ବପରି ବିଭିନ୍ନ ବ୍ୟବସାୟୀ ସଂଘ, ଆରଏସଏସ ନିଜ ନିଜର ସେବା କାର୍ଯ୍ୟ ଜାରି ରଖିବେ। ରଥଟଣା ସମୟରେ ଯେପରି କିଛି ଅଘଟଣ ନଘଟେ ସେଥିନିମନ୍ତେ ବାଣପୁର ପୋଲିସ ସମ୍ପୂର୍ଣ୍ଣ ସଜାଗ ରହିବ। ରଥଯାତ୍ରା ସମୟରେ ମେଡିକାଲ ଓ ବିଦ୍ୟୁତ ବିଭାଗକୁ ସତର୍କ ରହିବା ପାଇଁ ଅନୁରୋଧ କରାଯାଇଛି। ପରିଶେଷରେ ଚଳିତ ରଥଯାତ୍ରାକୁ ସଫଳ କରିବା ପାଇଁ ତହସିଲଦାର ଜନସାଧାରଣଙ୍କର ସହଯୋଗ ଲୋଡ଼ିଥିଲେ।

RathYatra2024 ବାଣପୁର ରଥଯାତ୍ରା ଶ୍ରୀରଙ୍କନାଥ ଦେବ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

December 16, 2025

ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି

December 15, 2025

ଆଇନ ମନ୍ତ୍ରୀଙ୍କୁ ଭେଟିଲେ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟିର ସଭ୍ୟ

December 14, 2025

ବାଣପୁର କୋର୍ଟ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

December 13, 2025
Latest News

ଭେନେଜୁଏଲା ଉପରେ ଟ୍ରମ୍ପଙ୍କ ବଡ କଟକଣା: ତେଲ ଟ୍ୟାଙ୍କରଗୁଡ଼ିକୁ ନିଷେଧ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି

December 17, 2025

ଆଜି ଭାରତୀୟ ନୌସେନାରେ ସାମିଲ ହେବ INAS 335

December 17, 2025

ଖୁବ୍‌ଶୀଘ୍ର ଭାରତରେ ଟୟୋଟା ଲଞ୍ଚ କରିବ ପ୍ରଥମ ଇଲେକ୍ଟ୍ରିକ୍ କାର: ଜାଣନ୍ତୁ ମୂଲ୍ୟ ଓ ପରିସର

December 17, 2025

କୁଚ ବିହାର ଟ୍ରଫି: ହିମାଚଳ ପ୍ରଦେଶର ପ୍ରଥମ ପାଳିରେ 181 ରନ, ଓଡିଶାର 44/0

December 17, 2025

ଡିଏଭି ପବ୍ଲିକ୍ ସ୍କୁଲ ପୋଖରୀପୁଟରେ ବାର୍ଷିକ ଉତ୍ସବ ”ବସ୍ତାନି” ଉଦଯାପିତ

December 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.