Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଆଞ୍ଚଳିକ

ବାଣପୁର ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

July 2, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଶ୍ରୀରଙ୍କନାଥ ଦେବ ଏବଂ ଶ୍ରୀଚରଣ ଚକାଦେବଙ୍କ ପିଠରେ ରଥଯାତ୍ରା ବହୁ ଆଡମ୍ବର ସହକାରେ ପାଳନ ହେବ। ପୂର୍ବ ଥର ଏହାର ପ୍ରସ୍ତୁତି ବୈଠକ ଶେଷ ମୁହୂର୍ତ୍ତରେ ବାତିଲ ହୋଇଥିବା ବେଳେ ଆଜି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କ ତତ୍ୱାବଧାନରେ ପଲଟନ ପଡିଆ ଛାୟା ମଣ୍ଡପ ସଭାଗୃହରେ ପୁଣି ଉକ୍ତ ପ୍ରସ୍ତୁତି ଓ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ବୈଠକରେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀଙ୍କ ପ୍ରତିନିଧି ଜିତେନ୍ଦ୍ର କୁମାର ଭୋଳ, ତହସିଲଦାର ଟି.ପଦ୍ମନାଭ ଡୋରା, ଏନଏସି ଅଧ୍ୟକ୍ଷ, ଉପାଧ୍ୟାକ୍ଷାଙ୍କ ସମେତ ସମସ୍ତ କାଉନସିଲର, ବାଣପୁରର ବିଭିନ୍ନ ବ୍ୟବସାୟୀ ସଂଘର ପ୍ରତିନିଧି, ପୋଲିସ ବିଭାଗ, ଉଭୟ ମନ୍ଦିରର ପରିଚାଳନା କମିଟି ସଦସ୍ୟ , ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ବିଦ୍ୟୁତ ବିଭାଗ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ପ୍ରସ୍ତୁତି ବୈଠକରେ ଆଇନ ଶୃଙ୍ଖଳା, ସ୍ବେଛାସେବୀଙ୍କ ଦ୍ୱାରା ରଥଯାତ୍ରା ପରିଚାଳନା, ରଥ ଟଣା, ପାନୀୟ ଜଳ ଯୋଗାଣ,ଟ୍ରାଫିକ ମ୍ୟାନେଜମେଣ୍ଟ ଆଦି ବିଷୟରେ ବିସ୍ତୃତ ଭାବେ ଆଲୋଚନା ହୋଇଥିବା ବେଳେ ଏଥିରେ ସମସ୍ତ ବ୍ୟବସାୟୀ ସଂଘ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗ ଲୋଡ଼ିଥିଲା ପ୍ରଶାସନ।

ତେବେ ଚଳିତ ବର୍ଷ ବାଣପୁର ରଥଯାତ୍ରାକୁ ଧୁମଧାମରେ ପାଳନ କରାଯିବ ବୋଲି ସୂଚନା ଦେଇଛନ୍ତି ବ୍ଲକ ଅଧ୍ୟକ୍ଷ ଶ୍ରୀ ରଣସିଂହ ଏବଂ ବିଧାୟକଙ୍କ ପ୍ରତିନିଧି ଜିତେନ୍ଦ୍ର ଭୋଳ। ଏଥି ନିମନ୍ତେ ସ୍ଵେଚ୍ଛାସେବୀ ଭାବେ ବାଣପୁର କଲେଜ ଏବଂ ହାଇସ୍କୁଲର ଏନସିସି ଛାତ୍ରଛାତ୍ରୀଙ୍କୁ ସାମିଲ କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ବିଭିନ୍ନ ଅନୁଷ୍ଠାନର ସ୍ବେଛାସେବୀଙ୍କ ସମେତ ଏନସିସି ଛାତ୍ରଛାତ୍ରୀ,ସ୍କାଉଟ ଛାତ୍ରଛାତ୍ରୀ, ପୋଲିସ ବିଭାଗ,ପଞ୍ଚାୟତ ଓ ପୌରପରିଷଦ ଜନପ୍ରତିନିଧି ଆଦି ରଥଟଣା ଦାୟିତ୍ୱରେ ଥିବା ବେଳେ, ମହିଳା ସଂଘ,ଏନଏସି ମହିଳା କାଉନସିଲର, ମହିଳା ସରପଞ୍ଚ ଦେବି ସୁଭଦ୍ରାଙ୍କ ରଥ ଟାଣିବେ।

ତତସହିତ ବିଭିନ୍ନ ସେବାକାର୍ଯ୍ୟ ଯଥା ପିଇବା ପାଣି, ଦହି ପଣା, ଲେମ୍ବୁ ପାଣି ଆଦିର ବ୍ୟବସ୍ଥା ସ୍ବେଛାସେବୀ ଏବଂ ଏନଏସି ପ୍ରଶାସନ ଦ୍ୱାରା କରାଯିବ। ପୂର୍ବପରି ବିଭିନ୍ନ ବ୍ୟବସାୟୀ ସଂଘ, ଆରଏସଏସ ନିଜ ନିଜର ସେବା କାର୍ଯ୍ୟ ଜାରି ରଖିବେ। ରଥଟଣା ସମୟରେ ଯେପରି କିଛି ଅଘଟଣ ନଘଟେ ସେଥିନିମନ୍ତେ ବାଣପୁର ପୋଲିସ ସମ୍ପୂର୍ଣ୍ଣ ସଜାଗ ରହିବ। ରଥଯାତ୍ରା ସମୟରେ ମେଡିକାଲ ଓ ବିଦ୍ୟୁତ ବିଭାଗକୁ ସତର୍କ ରହିବା ପାଇଁ ଅନୁରୋଧ କରାଯାଇଛି। ପରିଶେଷରେ ଚଳିତ ରଥଯାତ୍ରାକୁ ସଫଳ କରିବା ପାଇଁ ତହସିଲଦାର ଜନସାଧାରଣଙ୍କର ସହଯୋଗ ଲୋଡ଼ିଥିଲେ।

RathYatra2024 ବାଣପୁର ରଥଯାତ୍ରା ଶ୍ରୀରଙ୍କନାଥ ଦେବ
Share. Facebook Twitter LinkedIn Email WhatsApp Copy Link

Related Posts

ଜନ୍ମ ମାଟିରେ ବାଣପୁର ମୁକ୍ତି ସଂଗ୍ରାମର ମହାନାୟକ ବିପ୍ଲବୀ କୃତିବାସ ପାଟ୍ଟଶାଣୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

June 3, 2026

ବାଣପୁର ପାଇକ ବିଦ୍ରୋହ: ଓଡ଼ିଆ ଅସ୍ମିତାର ଏକ ଅନନ୍ୟ ଅଗ୍ନିଶିଖା

June 1, 2026

ରଥଯାତ୍ରା ଲାଗି ସ୍ଥିର ହେଲା ନୀତିନିର୍ଘଣ୍ଟ

May 31, 2026

ବାଣପୁର: ଅଗ୍ନିକାଣ୍ଡ କ୍ଷତିଗସ୍ତ ପରିବାରଙ୍କୁ ସାକ୍ଷାତ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

May 29, 2026
Latest News

ଖଗରିଆ-ପୂର୍ଣ୍ଣିଆ ଜାତୀୟ ରାଜପଥ ଖଣ୍ଡକୁ ୪-ଲେନ୍ ରେ ଉନ୍ନତୀକରଣ ପାଇଁ କ୍ୟାବିନେଟ୍ ମଞ୍ଜୁରୀ

June 4, 2026

ପୁଣିଥରେ ଏକାଠି ହେବେ କି ଉଦ୍ଧବ – ସିନ୍ଦେ ! ସତାରଙ୍କ ମନ୍ତବ୍ୟ ପରେ ବଢିଲା ଚର୍ଚ୍ଚା

June 4, 2026

କେନ୍ଦ୍ର ସରକାରଙ୍କ ୧୨ ବର୍ଷ ସଫଳତା ପ୍ରଚାର ପାଇଁ ଆଇଏମପିସିସି ବୈଠକ

June 4, 2026

ଢେଙ୍କାନାଳ ଆଦିବାସୀ ଯୁବତୀଙ୍କୁ ଚାଲାଣ ମାମଲା: ତଦନ୍ତ ଆରମ୍ଭ କଲା ଜାତୀୟ ମାନବାଧିକାର କମିଶନ

June 4, 2026

ଟି-୨୦ ଅଧିନାୟକ ପଦରୁ ହଟିଲେ ସୂର୍ଯ୍ୟକୁମାର ଯାଦବ!

June 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.