ବାଲୁଗାଁରେ ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ସଚେତନତା

Published: Aug 27, 2024, 7:51 pm IST

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ବାଲୁଗାଁରେ ଏକ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଛି। ଟାଙ୍ଗୀ ଖାଦ୍ୟ ଓ ସୁରକ୍ଷା ଅଧିକାରୀ ଦେବାଶିଷ ବଳଙ୍କ ନେତୃତ୍ୱରେ ଉକ୍ତ ଅଭିଯାନରେ ବିଭାଗ ପକ୍ଷରୁ ଖାଦ୍ୟ ପରୀକ୍ଷା ଲାବରୋଟରୀ ଯୁକ୍ତ ଭ୍ରାମ୍ୟମାଣ ଗାଡି ବୁଲିବା ସହ ୧୫ ଟି ହୋଟେଲରୁ ୨୫ ଗୋଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇଥିଲା।

ବିଶେଷ କରି ହୋଟେଲ, ରେଷ୍ଟୁରାଣ୍ଟ, ଢାବା ମାନଙ୍କରେ ଖାଦ୍ୟରେ କେମିକାଲ, ରଙ୍ଗ ଆଦି ନିଷିଦ୍ଧ ଏବଂ ବାସି ଖାଦ୍ୟ ବିକ୍ରି ନକରିବା ନେଇ ତାଗିଦ କରିବାସହ ସଚେତନ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ଆଜି ଖାଦ୍ୟ ନମୁନା ସଂଗ୍ରହ କରି ଉକ୍ତ ଭ୍ରାମ୍ୟମାଣ ଗାଡିରେ ଖାଦ୍ୟ ନିରୀକ୍ଷକଙ୍କ ଦ୍ୱାରା ପରୀକ୍ଷା କରାଯାଇଥିଲା। ତେବେ ପ୍ରାୟତଃ ହୋଟେଲରେ ଖାଦ୍ୟର ମାନ ଠିକ ରହିଥିବା ବେଳେ ଜନସାଧାରଣ ଓ ହୋଟେଲ ମାଲିକଙ୍କୁ ସଚେତନ କରିବା ମୂଳ ଲକ୍ଷ୍ୟ ବୋଲି ଖାଦ୍ୟ ଓ ସୁରକ୍ଷା ଅଧିକାରୀ ଶ୍ରୀ ବଳ କହିଛନ୍ତି।

Related posts