Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କଥା ଦେଇ କଥା ରଖିଲେ ଆଇନ ମନ୍ତ୍ରୀ: ଆରମ୍ଭ ହେଲା ରଙ୍କନାଥ ଦେବଙ୍କ ପିଠର ଉନ୍ନୟନ କାର୍ଯ୍ୟ
ଆଞ୍ଚଳିକ

କଥା ଦେଇ କଥା ରଖିଲେ ଆଇନ ମନ୍ତ୍ରୀ: ଆରମ୍ଭ ହେଲା ରଙ୍କନାଥ ଦେବଙ୍କ ପିଠର ଉନ୍ନୟନ କାର୍ଯ୍ୟ

May 20, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: କଥା ଦେଇ କଥା ରଖିଲେ ଆଇନ ମନ୍ତ୍ରୀ ତଥା ଚିଲିକା ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ। ବାଣପୁର ଅଞ୍ଚଳର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ପିଠର ଉନ୍ନତିକରଣ ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଚଳିତ ମହାଶିବରାତ୍ରି ଅବସରରେ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟିର ଅନୁରୋଧକ୍ରମେ ମନ୍ଦିର ପରିଦର୍ଶନ କରି ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବାବେଳେ ଆଜି ରଙ୍କନାଥ ଦେବଙ୍କ ପିଠର ଉନ୍ନତିକରଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଓ ବିଶିଷ୍ଟ ସମାଜସେବୀ ନନ୍ଦ କିଶୋର ମିଶ୍ରଙ୍କ ଉପସ୍ଥିତିରେ ଭୂମିପୂଜନ କରାଯାଇ ନିର୍ମାଣ କାର୍ଯ୍ୟର ଶୁଭ ଦିଆଯାଇଛି।

ମନ୍ତ୍ରୀ ଉକ୍ତ ଉନ୍ନୟନ କାର୍ଯ୍ୟ ପାଇଁ ଅର୍ଥ ବ୍ୟୟବରାଦ କରିଥିବା ବେଳେ ଉନ୍ନୟନ କାର୍ଯ୍ୟ ଦୃତ ଗତିରେ ଜାରି ରହିବ ବୋଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ରଣସିଂହ ପ୍ରକାଶ କରିଥିଲେ। ଅନୁରୂପ ଭାବେ ମାନ୍ୟବର ମନ୍ତ୍ରୀ ଉକ୍ତ ଉନ୍ନୟନ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ସହଯୋଗ ଜାରି ରଖିବେ ବୋଲି ଶ୍ରୀ ରଣସିଂହ କହିଥିଲେ।

ରଙ୍କନାଥ ଦେବ ପୀଠର ଉନ୍ନତିକରଣ ଦ୍ୱାରା ଶ୍ରଦ୍ଧାଳୁମାନେ ଭବିଷ୍ୟତରେ ଉପକୃତ ହେବେ ବୋଲି ସମାଜସେବୀ ଶ୍ରୀ ମିଶ୍ର କହିଥିଲେ।

ଏହି ଅବସରରେ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ଏବଂ ରଙ୍କନାଥ ଦେବ ମନ୍ଦିର ପରିଚାଳନା କମିଟିର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ଏବଂ ଏଥି ନିମନ୍ତେ ମାନ୍ୟବର ମନ୍ତ୍ରୀଙ୍କୁ ସମସ୍ତେ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶ୍ରୀ ଶ୍ରୀ ରଙ୍କନାଥ ଦେବ
Share. Facebook Twitter LinkedIn Email WhatsApp Copy Link

Related Posts

ଅବକାରୀ ବିଭାଗର ବାଣପୁର-ଟାଙ୍ଗୀରେ ଚଢାଉ: ଦେଶୀ ମହୁଲି ଓ ଗଞ୍ଜେଇ ଜବତ, ଦୁଇ ଗିରଫ

September 27, 2025

ବିଜେପି ସେବାପକ୍ଷ ଉପଲକ୍ଷେ ବାଣପୁରରେ ରକ୍ତଦାନ ଶିବିର

September 26, 2025

ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ, ସ୍ୱାସ୍ଥ୍ୟ ଯାଞ୍ଚ କଲେ ୨୧୮ ପୁରୁଷ ଓ ମହିଳା

September 24, 2025

ଡ‌ଇଁଚା ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷ ରୋପଣ

September 24, 2025
Latest News

କଳିଙ୍ଗ ଟିଭିରେ ହଲଚଲ: ସିଇଓ ହିମାଂଶୁ ଖଟୁଆ ଆଉଟ୍, ଆସିଲେ ରକ୍ଷକ ନାୟକ, ବରିଷ୍ଠଙ୍କ ମୁଣ୍ଡରେ ଖଣ୍ଡା

September 28, 2025

ନୂଆପଡାରେ ବିଜେପିରୁ କିଏ ପ୍ରାର୍ଥୀ ହେବ? ସଭାପତି ମନମୋହନ ସାମଲ କହିଲେ..

September 28, 2025

ଘରେ ବସି ପ୍ରତି ମାସରେ କରିପାରିବେ ୬ ହଜାର ଟଙ୍କା ରୋଜଗାର: ଜାଣନ୍ତୁ ଏହି ପୋଷ୍ଟ ଅଫିସ୍ ଯୋଜନା

September 28, 2025

ଶେଷରେ ମାନିଲେ ପାକିସ୍ତାନୀ ଖେଳାଳି: ଅଭିଷେକ ଶର୍ମାଙ୍କ ସମ୍ପର୍କରେ ଦେଲେ ବଡ ବିବୃତ୍ତି

September 28, 2025

ଅକ୍ଟୋବର ୧ରୁ ପରିବର୍ତ୍ତନ ହେବ ଅନେକ ପ୍ରମୁଖ ନିୟମ: ଜାଣନ୍ତୁ ଆପଣଙ୍କ ଉପରେ କିପରି ପଡିବ ପ୍ରଭାବ?

September 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.