Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଗମ୍ଭାରୀମୁଣ୍ଡା ପଞ୍ଚାୟତରେ ଅଭିଯୋଗ ଶୁଣିଲେ ଖୋର୍ଦ୍ଧା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ
ଆଞ୍ଚଳିକ

ଗମ୍ଭାରୀମୁଣ୍ଡା ପଞ୍ଚାୟତରେ ଅଭିଯୋଗ ଶୁଣିଲେ ଖୋର୍ଦ୍ଧା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ

May 27, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା/ବାଣପୁର: ଆଜି ସକାଳ ୭ ଘଟିକା ସମୟରୁ ପୂର୍ବାହ୍ ୧୧ ଘଟିକା ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରିମୁଣ୍ଡା ଗ୍ରାମ ପଂଚାୟତର ପତିତପାବନ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରା଼ଣା ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀସାଗରିକା ନାଥଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା, ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା, ବାଣପୁର ପଂଚାୟତ ସମିତି ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଗମ୍ଭାରୀ ମୁଣ୍ଡା ଗ୍ରାମପଞ୍ଚାୟତ ସରପଞ୍ଚ  ପ୍ରେମାଞଳି ପଟ୍ଟନାୟକ, ବି ଡି ଓ ଶୀତଳ ଅଗ୍ରୱାଲ, ତହସିଲଦାର ପଦ୍ମନାଭ ଦୋରା, ଡେପୁଟି କଲେକ୍ଟର ଆର୍ତ୍ତତ୍ରାଣ ମଲ୍ଲିକ, ଡେପୁଟି କଲେକ୍ଟର ଶ୍ରିତପା ମିଶ୍ର, ସହକାରୀ ଜିଲ୍ଲାପାଳ ଭୁବନେଶ୍ଵରୀ କଅଁର ଯୋଗଦେଇଥିଲେ।

ଆଜିର ଅଭିଯୋଗ ଶିବିରକୁ ମୋଟ ୮୮ ଗୋଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ ୭୩ ଗୋଟି ଅଭିଯୋଗ ବ୍ୟକ୍ତିଗତ, ୦୮ ଗୋଟି ଅଭିଯୋଗ ଗ୍ରାମୀଣ ସମସ୍ୟା ଜନିତ ଥିଲା। ଜିଲ୍ଲାପାଳ ଅଭିଯୋଗ ସ୍ଥଳରେ ୦୫ ଗୋଟି ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ।  ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଗାମ୍ଭାରୀମୁଣ୍ଡା ଗ୍ରାମ ପଞ୍ଚାୟତର ଭେଟେଶ୍ୱର ଗ୍ରାମର ମିନତୀ ସ୍ୱାଇଁଙ୍କୁ ୦୫ ହଜାର, ନୂଆସାହି ଦେଓଗାଁ ଗ୍ରାମର ଗଗନ ପ୍ରଧାନଙ୍କୁ ୧୫ ହଜାରକୁ ନେଇ ମୋଟ ୨ ଜଣ ଅଭିଯୋଗ କାରୀଙ୍କୁ ସ୍ୱାସ୍ଥ୍ୟ ଚିକିତ୍ସା ନିମନ୍ତେ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ପରେ ଜିଲ୍ଲାପାଳ ଶ୍ରୀ ରାଣା ସମନ୍ୱିତ ଶିଶୁ ବିକାଶ ଯୋଜନା, ମିଶନ ଶକ୍ତି, ଓଡିଶା ଜୀବିକା ମିଶନ, ଗ୍ରାମୀଣ ଗୃହ, ପାନୀୟ ଜଳ, ପ୍ରାଥମିକ ଚିକିତ୍ସା ଶିବିର, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ସ୍ବଚ୍ଛତା ଷ୍ଟଲ୍, ଉଦ୍ୟାନ କୃଷି, ମତ୍ସ୍ୟ, ଏସ ଏସ ଇ ପି ଡି, ଆୟୁଷ୍ମାନ ଆରୋଗ୍ୟ, ମୁଖ୍ୟମନ୍ତ୍ରୀ ମତ୍ସ୍ୟ ଜିବୀ କଲ୍ୟାଣ ସେବା, ପ୍ରାଣୀ ସମ୍ପଦ ସେବା,ବେଟି ବଚାଓ ବେଟି ପଢ଼ାଓ, ଆଦ୍ଵିକା, ଭି ଏଚ୍ ଏସ ଏନ୍ ଡି, ପୋଷଣ ପକ୍ଷ ଆଦି ସଚେତନତା ଷ୍ଟଲ୍ ବୁଲି ଦେଖିଥିଲେ।

ଜନଶୁଣାଣି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ରାଜଶ୍ରୀ ପଟ୍ଟନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ କୁମାର ହିଆଲ, ଜିଲ୍ଲା ମଙ୍ଗଳ ଅଧିକାରୀ ଡ. ଗୀତାଂଶୁ ଦାଶ, ଜିଲ୍ଲା ପଂଚାୟତ ଅଧିକାରୀ ଶ୍ୟାମଲେନ୍ଦୁ ନାୟକ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତି, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ସୁଗୁଡା ମୁର୍ମୁ, ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଇଂ ରଶ୍ମିତା ଦାସ, ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଲାଇନ ଡିପାର୍ଟମେଣ୍ଟ ବରିଷ୍ଠ ଯନ୍ତ୍ରୀ ଓ ଅଧିକାରୀ ମାନେ ଯୋଗ ଦେଇଥିଲେ।

ଗମ୍ଭାରୀମୁଣ୍ଡା ପଞ୍ଚାୟତ ଜନ ଅଭିଯୋଗ ଶୁଣାଣି ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

July 23, 2026

ଜୁଲାଇ ୨୭ ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି: ୨୨ରୁ ପଞ୍ଜିକରଣ

July 21, 2026

ବାଣପୁର: ଉତ୍ତରାୟଣୀ ପୀଠରେ ଭାଜପାର ବନ୍ଧୁ ମିଳନ କାର୍ଯ୍ୟକ୍ରମ

July 20, 2026

ବାଣପୁର-ବାଲୁଗାଁ ରୋଟାରୀ କ୍ଲବର ଗଠନମୂଳକ ସଭା

July 20, 2026
Latest News

ଏହି ପ୍ରସଙ୍ଗରେ ଯୋଗୀ ସରକାରଙ୍କୁ ଆକ୍ରମଣ କଲେ ଶଙ୍କରାଚାର୍ଯ୍ୟ: ଆଣିଲେ ଗୁରୁତର ଅଭିଯୋଗ

July 28, 2026

ଜାପାନରେ ଭୟଙ୍କର ଭୂମିକମ୍ପ: ସୁନାମୀ ଚେତାବନୀ ଜାରି କଲା ପାଣିପାଗ ସଂସ୍ଥା

July 28, 2026

NEET ଫଳାଫଳ ଉପରେ ପୁଣି ଉଠିଲା ପ୍ରଶ୍ନ: NTA ସମ୍ମୁଖରେ ଏହି ଦାବି କଲେ ଛାତ୍ରୀ

July 28, 2026

ପଞ୍ଜାବ ପେପର୍ ଲିକ୍ ଉପରେ NDA ର ପ୍ରତିବାଦ: ଇସ୍ତଫା ଦାବି

July 28, 2026

“ତଦନ୍ତ ଏବଂ ଉତ୍ତରଦାୟିତ୍ୱ ମଧ୍ୟ ସ୍ଥିର ହେଉ”: CJP ପ୍ରତିବାଦରେ ଲାଠିଚାର୍ଜ ଉପରେ ସୁପ୍ରିମକୋର୍ଟ

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.