
ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠାନର ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ପୁରାତନ ଛାତ୍ରୀ ତେଜସ୍ମିତା ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ବିଦାୟକାଳୀନ ସଭାରେ ବରିଷ୍ଠ ପଦାର୍ଥ ବିଜ୍ଞାନ ଅଧ୍ୟାପକ ସଞ୍ଜୀବ ଦାଶ ଓ ପ୍ରଗତି ଅନୁଷ୍ଠାନର ନିର୍ଦ୍ଦେଶିକା ବନ୍ଦିତା ଦାଶ ଅତିଥି ଭାବେ ଯୋଗ ଦେଇ ବିଦାୟୀ ଅଧ୍ୟାପକ ଡ଼ଃ ପ୍ରଶାନ୍ତ କୁମାର ଦାଶଙ୍କୁ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ।
ସଭା ପ୍ରାରମ୍ଭରେ ଛାତ୍ରଛାତ୍ରୀମାନେ ପୁଷ୍ପ ଚନ୍ଦନ ଦେଇ ଗୁରୁ ପାଦ ପୂଜା ପର୍ବ ପାଳନ କରି ଥିଲେ। ସଭାରେ ନମିତା, ସରୋଜିନୀ, ରଚନା, ରେଣୁବାଳା, ସୁମିତ୍ରା, ମାନସ, ରୋହନ, ମୀନକେତନ, ପ୍ରତାପ ଓ ରାଜେଶ୍ ପ୍ରମୁଖ ଅଧ୍ୟାପକଙ୍କ ସ୍ମୃତିଚାରଣ କରିଥିଲେ। ଛାତ୍ରଛାତ୍ରୀ ମାନେ ଏହି ଅବସରରେ ଉପହାର ପ୍ରଦାନ କରି ଗୁରୁଙ୍କର ଆଶୀର୍ବାଦ ଲାଭ କରିଥିଲେ।ପରିଶେଷରେ ରେଣୁବାଳା ଧନ୍ୟବାଦ୍ ଅର୍ପଣ କରି ଥିଲେ।