Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରଙ୍କନାଥ ଦେବ ପିଠର ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଆଇନ ମନ୍ତ୍ରୀ
ଆଞ୍ଚଳିକ

ରଙ୍କନାଥ ଦେବ ପିଠର ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଆଇନ ମନ୍ତ୍ରୀ

August 24, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ରଙ୍କନାଥ ଦେବ ପିଠର ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଆଇନ ମନ୍ତ୍ରୀ
ରଙ୍କନାଥ ଦେବ ପିଠର ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଆଇନ ମନ୍ତ୍ରୀ

ବାଣପୁର: ଆଜି ଚିଲିକା ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ପିଠ ଦର୍ଶନ କରିବା ସହ ମନ୍ଦିର ପରିସରରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଥିଲେ। ମନ୍ଦିର ପରିସରରେ ଭକ୍ତଙ୍କ ସୁବିଧା ନିମନ୍ତେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିଥିବା ବେଳେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ନିଜସ୍ୱ ବିଧାୟକ ପାଣ୍ଠିରୁ ଏଥିପାଇଁ ଅର୍ଥରାଶି ମଞ୍ଜୁର କରିଛନ୍ତି।

ଆଜି ମନ୍ତ୍ରୀ ଉକ୍ତ ପିଠ ପରିଦର୍ଶନ କରି ଉନ୍ନୟନ କାର୍ଯ୍ୟ କିପରି ଶୀଘ୍ର ସମାପ୍ତ ହେବ ସେ ଦିଗରେ ଶ୍ରୀ ଶ୍ରୀ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟିର ସଭ୍ୟ ମାନଙ୍କ ସହ ଆଲୋଚନା କରିଥିଲେ।

ଏହି ଅବସରରେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ସମାଜସେବୀ ନନ୍ଦକିଶୋର ମିଶ୍ର, ହନୁମାନ ଚାଳିଶା କମିଟି ସଭ୍ୟ ରାଧାମୋହନ ଅଗ୍ରୱାଲ, ଆନନ୍ଦ ଅଗ୍ରୱାଲ, ଦେବଦତ୍ତ ପାତ୍ର,ସୀତାରାମ ଅଗ୍ରୱାଲ,ମନୋଜ ପାତ୍ର,ରାକେଶ ଅଗ୍ରୱାଲ, ନୀଳମାଧବ ସେନାପତି,ପ୍ରିୟବ୍ରତ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନା ଥାଉକି ରଙ୍କନାଥ ଦେବଙ୍କ ପିଠର ଉନ୍ନତିକରଣ ଦ୍ୱାରା ସମଗ୍ର ବାଣପୁର ଅଞ୍ଚଳର ଭକ୍ତମାନେ ଉପକୃତ ହେବେ ଏବଂ ଏଥିନିମନ୍ତେ କମିଟି ସଦସ୍ୟମାନେ ମାନ୍ୟବର ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଉନ୍ନୟନ କାର୍ଯ୍ୟ ଚିଲିକା ପୃଥ୍ଵୀରାଜ ହରିଚନ୍ଦନ ବାଣପୁର ରଙ୍କନାଥ ଦେବ ପିଠ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ମା ଭଗବତୀଙ୍କ ଶାରଦୀୟ ପର୍ବ ଶେଷ, ଛଅ ଭଉଣୀଙ୍କୁ ମେଲାଣୀ ଦେଇ ବାପଘରକୁ ବାହୁଡ଼ିଲେ ମା’ 

October 3, 2025

ସମ୍ବଲପୁର ରେଢାଖୋଲରେ ୯ତମ ରାବଣ ପୋଡି ମହୋତ୍ସବ ଅନୁଷ୍ଠିତ

October 3, 2025

ମଧ୍ୟରାତ୍ରରେ ମହାଷ୍ଟମୀର ମହାପର୍ବ, ନିଶବ୍ଦ ରାତ୍ରିରେ ପାଳିତ ହେଲା ମା’ଭଗବତୀଙ୍କ ଗୁପ୍ତପୂଜା

September 30, 2025

ସୋଆ ବିଶ୍ୱବିଦ୍ୟାଳୟରେ ଉତ୍ତିଷ୍ଠତ ଜାଗ୍ରତ ମହା ଶିବିରରେ ବାଣପୁର ଓ ବାଲୁଗାଁ ଛାତ୍ରଛାତ୍ରୀ

September 28, 2025
Latest News

ପୋଲିସ ଏଏସଆଇ ପରୀକ୍ଷା ମହାଦୁର୍ନିତିର ତଦନ୍ତ କରିବେ କ୍ରାଇମ ବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀ

October 4, 2025

ଚର୍ଚ୍ଚାରେ ଶ୍ରୀମୟୀ ମିଶ୍ରଙ୍କ ଘର ଜୁଆଁଇ ଗପ, କାହାକୁ କଲେ ଟାର୍ଗେଟ ? ଉଠିଲା ପ୍ରଶ୍ନ

October 4, 2025

ଜିଏସଟି ହ୍ରାସର ପ୍ରଭାବ: ପୂଜା ସମୟରେ ରେକର୍ଡ ସଂଖ୍ୟକ କାରବାର, ଜାଣନ୍ତୁ କେତେ କାର ହେଲା ବିକ୍ରି

October 4, 2025

ଭୁବନେଶ୍ବରର ଧଉଳିଗିରି କାହିଁକି ହେଲା? କିଏ କଲା? ଇତିହାସ କଣ? କେବେ ଜାଣିବାକୁ ଚେଷ୍ଠା କରିଛନ୍ତି କି?

October 4, 2025

ରେଳ ମନ୍ତ୍ରଣାଳୟର ବଡ ନିଷ୍ପତି, ବ୍ରହ୍ମପୁର ସୁରତ ଅମୃତ ଭାରତ ସାପ୍ତାହିକ ଏକ୍ସପ୍ରେସ ନିୟମିତ ଚାଲିବ, ଜାଣନ୍ତୁ ପୁରା ସୂଚନା

October 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.