Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରଙ୍କନାଥ ଦେବ ପିଠର ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଆଇନ ମନ୍ତ୍ରୀ
ଆଞ୍ଚଳିକ

ରଙ୍କନାଥ ଦେବ ପିଠର ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଆଇନ ମନ୍ତ୍ରୀ

August 24, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ରଙ୍କନାଥ ଦେବ ପିଠର ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଆଇନ ମନ୍ତ୍ରୀ
ରଙ୍କନାଥ ଦେବ ପିଠର ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଆଇନ ମନ୍ତ୍ରୀ

ବାଣପୁର: ଆଜି ଚିଲିକା ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ପିଠ ଦର୍ଶନ କରିବା ସହ ମନ୍ଦିର ପରିସରରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଥିଲେ। ମନ୍ଦିର ପରିସରରେ ଭକ୍ତଙ୍କ ସୁବିଧା ନିମନ୍ତେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିଥିବା ବେଳେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ନିଜସ୍ୱ ବିଧାୟକ ପାଣ୍ଠିରୁ ଏଥିପାଇଁ ଅର୍ଥରାଶି ମଞ୍ଜୁର କରିଛନ୍ତି।

ଆଜି ମନ୍ତ୍ରୀ ଉକ୍ତ ପିଠ ପରିଦର୍ଶନ କରି ଉନ୍ନୟନ କାର୍ଯ୍ୟ କିପରି ଶୀଘ୍ର ସମାପ୍ତ ହେବ ସେ ଦିଗରେ ଶ୍ରୀ ଶ୍ରୀ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟିର ସଭ୍ୟ ମାନଙ୍କ ସହ ଆଲୋଚନା କରିଥିଲେ।

ଏହି ଅବସରରେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ସମାଜସେବୀ ନନ୍ଦକିଶୋର ମିଶ୍ର, ହନୁମାନ ଚାଳିଶା କମିଟି ସଭ୍ୟ ରାଧାମୋହନ ଅଗ୍ରୱାଲ, ଆନନ୍ଦ ଅଗ୍ରୱାଲ, ଦେବଦତ୍ତ ପାତ୍ର,ସୀତାରାମ ଅଗ୍ରୱାଲ,ମନୋଜ ପାତ୍ର,ରାକେଶ ଅଗ୍ରୱାଲ, ନୀଳମାଧବ ସେନାପତି,ପ୍ରିୟବ୍ରତ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନା ଥାଉକି ରଙ୍କନାଥ ଦେବଙ୍କ ପିଠର ଉନ୍ନତିକରଣ ଦ୍ୱାରା ସମଗ୍ର ବାଣପୁର ଅଞ୍ଚଳର ଭକ୍ତମାନେ ଉପକୃତ ହେବେ ଏବଂ ଏଥିନିମନ୍ତେ କମିଟି ସଦସ୍ୟମାନେ ମାନ୍ୟବର ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଉନ୍ନୟନ କାର୍ଯ୍ୟ ଚିଲିକା ପୃଥ୍ଵୀରାଜ ହରିଚନ୍ଦନ ବାଣପୁର ରଙ୍କନାଥ ଦେବ ପିଠ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ବାଲୁଗାଁ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢାଉ: ଦେଶୀମଦ ଜବତ, ୪ ଗିରଫ

February 18, 2026
Latest News

ଆଜି ଫେବୃୟାରୀ ୨୨ ତାରିଖ ରବିବାରରେ ଏହି ରାଶି ଉପରେ ଶନିଦେବ ଅଛନ୍ତି ଖୁସି

February 22, 2026

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.