ଭୁବନେଶ୍ଵର: ଭୁବନେଶ୍ୱର ସୋଆ ବିଶ୍ୱବିଦ୍ୟାଳୟଠାରେ ଉତ୍ତିଷ୍ଠତ ଜାଗ୍ରତ ମହା ଶିବିର ଆୟୋଜିତ ହେଉଛି। ଉକ୍ତ ଶିବିରରେ ଯୋଗଦେବା ପାଇଁ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାଣପୁର ଓ ବାଲୁଗାଁ ଶାଖା ତରଫରୁ ମୋଟ ତିରିଶ ଜଣ ଛାତ୍ରଛାତ୍ରୀ ସୋଆ ବିଶ୍ୱବିଦ୍ୟାଳୟରେ ପହଞ୍ଚିଛନ୍ତି। ତେବେ ଏହି ଶିବିର ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ଏକ ତାରିଖ ପର୍ଯ୍ୟନ୍ତ ଚାଲିବ।
ସୋଆ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଉକ୍ତ ଶିବିରକୁ ପରମ୍ ବୀର୍ ଚକ୍ର ବିଜେତା କ୍ୟାପଟେନ୍ ଯୋଗୀନ୍ଦ୍ର ସିଂହ ଯାଦବ୍ ମୁଖ୍ୟ ଅତିଥି ରୁପେ ଆସୁଥିବା ବେଳେ ବିବେକାନନ୍ଦ କେନ୍ଦ୍ରର ଉପସଭାପତି ହନୁମନ୍ତ ରାଓ ଜି ଉପସ୍ଥିତ ରହି ପିଲାମାନଙ୍କୁ ମାର୍ଗଦର୍ଶନ କରିବେ। ଓଡ଼ିଶାର ବିଭିନ୍ନ କେନ୍ଦ୍ରରୁ ମୋଟ ଚାରିଶହ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି।
ନଗର ବ୍ୟବସ୍ଥା ପ୍ରମୁଖ ସୁକାନ୍ତ ଭାଇ ଓ ନଗର ସମ୍ପର୍କ ପ୍ରମୁଖ ବୈରାଗୀ ଚରଣ ବଳ ପିଲା ମାନଙ୍କ ସହିତ ଭୁବନେଶ୍ୱର ଯାତ୍ରା କରିଛନ୍ତି।