Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ ଯୋଗଦେଲେ ଆଇନ ମନ୍ତ୍ରୀ, ପୁରୀ ସାଂସଦ
ଆଞ୍ଚଳିକ

ବାଣପୁର ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ ଯୋଗଦେଲେ ଆଇନ ମନ୍ତ୍ରୀ, ପୁରୀ ସାଂସଦ

October 23, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଣପୁର ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ ଯୋଗଦେଲେ ଆଇନ ମନ୍ତ୍ରୀ, ପୁରୀ ସାଂସଦ
ବାଣପୁର ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ ଯୋଗଦେଲେ ଆଇନ ମନ୍ତ୍ରୀ, ପୁରୀ ସାଂସଦ

ବାଣପୁର: ଆଜି ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଦାବରୀଶ ସରକାରୀ ଉଚ୍ଚ ‌ବିଦ୍ୟାଳୟ, ବାଣପୁର ଠାରେ ଆୟୋଜିତ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି‌ ଭାବେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ, ମୁଖ୍ୟବକ୍ତା ଭାବେ ପୁରୀ ଲୋକସଭା ସାଂସଦ ଡ଼ାଃ ସମ୍ବିତ ପାତ୍ର ଯୋଗଦେଇ ଅଭିଭାଷଣ ପ୍ରଦାନ କରିଥିଲେ।ପିଲାମାନଙ୍କ ସ୍ଵପ୍ନକୁ ସାକାର କରିବା ସହ ପିଲାଙ୍କ ପ୍ରତିଭାକୁ ବିକଶିତ କରିବାର ଏକ ମାଧ୍ୟମ ଭାବେ ସହାୟକ ହେଉଛି ‘ସୁରଭି’। ଓଡ଼ିଶାର ଆଗାମୀ ଦିନର ଭବିଷ୍ୟତ ଭାବେ ପିଲାମାନଙ୍କ ସାମଗ୍ରିକ ବିକାଶକୁ ଲୋକଙ୍କ ସରକାର ଗୁରୁତ୍ଵ ଦେଉଛନ୍ତି।ସେମାନଙ୍କ ପ୍ରତିଭାକୁ ଆହୁରି ଆଗକୁ ବଢ଼ାଇବା ପାଇଁ ‘ସୁରଭି’ ଭଳି କାର୍ଯ୍ୟକ୍ରମର ଯଥେଷ୍ଟ ଆବଶ୍ୟକତା ରହିଛି।

ରାଜ୍ୟ ସରକାର ଭବିଷ୍ୟତକୁ ଆଧାର କରି ଶିକ୍ଷା କ୍ଷେତ୍ରର ସାମଗ୍ରିକ ବିକାଶକୁ ବିଶେଷ ଗୁରୁତ୍ଵ ଦେଉଛନ୍ତି।ଜାତୀୟ ଶିକ୍ଷାନୀତି ୨୦୨୦ ଲାଗୁ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଯାଉଛି, ନିପୁଣ ଓଡ଼ିଶା, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ପିଏମଶ୍ରୀ ସ୍କୁଲ୍, ଭଳି ଅନେକ ଯୋଜନା ଆଦି ବିଭିନ୍ନ ପଦକ୍ଷେପ ଓଡ଼ିଶାରେ ନିଶ୍ଚୟ ଶିକ୍ଷା ଜଗତକୁ ଆଗକୁ ନେବ‌ ବୋଲି ଉଭୟ ମନ୍ତ୍ରୀ ଓ ସାଂସଦ ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ବାଣପୁର ବ୍ଲକ ଶିକ୍ଷା ଅଧିକାରୀ ସନାତନ ଜାଲି, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱାଧୀନା ମଞ୍ଜରୀ ବେହେରା, ପିଏମଶ୍ରୀ ସରକାରୀ ବାଣପୁର ଉଚ୍ଚ ବିଦ୍ୟାଳୟ ୧ ପ୍ରଧାନ ଶିକ୍ଷୟିତ୍ରୀ ଝରଣା ଓଝା ଆଦି ଯୋଗ ଦେଇଥିଲେ।

'ସୁରଭି' ଆଇନ ମନ୍ତ୍ରୀ ପୁରୀ ସାଂସଦ ବାଣପୁର ଶିଶୁ ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ବଜ୍ରକୋଟ ବିଦ୍ୟାଳୟରେ ଧୂମଧାମରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ପାଳିତ

April 5, 2026

ବାଣପୁର ଶିକ୍ଷା ମଣ୍ଡଳ ସ୍ତରୀୟ ଖଡ଼ିଛୁଆଁ ପର୍ବ ପାଳିତ

April 5, 2026

ବାଣପୁର: ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

April 3, 2026

ଉତ୍କଳ ଦିବସ ଉପଲକ୍ଷେ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଣପୁରବାସୀ

April 2, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.