ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟରେ ଦର୍ଶନ ବିଭାଗ ଓ ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀ (ଉଭୟ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ମାନଙ୍କ ମିଳିତ ପ୍ରୟାସରେ ସୋମବାର ଦିନ ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଜାତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନର ଅର୍ଥନୀତି ବିଭାଗର ସହଯୋଗୀ ପ୍ରାଧ୍ୟାପକ ଡଃ ଅମରେନ୍ଦ୍ର ଦାସ ମୁଖ୍ଯ ଅତିଥିରୂପେ ଯୋଗଦେଇ ବିବେକାନନ୍ଦ ଙ୍କ ଜୀବନୀର ଅନେକ ଉଦାହରଣ ଦେଇ ପ୍ରାୟ ୪୫ ମିନିଟ କାଳ ତାଙ୍କ ଯାଦୁକରୀ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ବାନ୍ଧି ରଖିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡା ଶୁରପ୍ରତାପ ନରେନ୍ଦ୍ର ସିଂହ ବର୍ମା ସଭାପତିତ୍ବ କରି ବିବେକାନନ୍ଦ ଙ୍କ ଜୀବନୀରୁ ଯୁବକ ମାନେ କିପରି ରାଷ୍ଟ୍ର ନିର୍ମାଣ ଦିଗରେ ସହାୟ ହେବେ ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ବିବେକାନନ୍ଦ କେନ୍ଦ୍ର ବାଣପୁରର ସତ୍ୟ ନାରାୟଣ ଷଡଙ୍ଗୀ, ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଆଦିତ୍ୟ ସାରଥୀ ବେଦମତ୍ତା, ବାଣିଜ୍ୟ ବିଭାଗୀୟ ମୁଖ୍ୟ ଓ ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଜୟନ୍ତ କୁମାର ବିହାରୀ, ମହାବିଦ୍ୟାଳୟର ପୂର୍ବତନ କ୍ରୀଡା ଶିକ୍ଷକ ବୈରାଗୀ ଚରଣ ବଳ ପ୍ରମୁଖ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମ ଗୋଦାବରୀଶ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଅଧିକାରୀ ଲକ୍ଷ୍ମୀପ୍ରିୟା ପଲାଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମହାବିଦ୍ୟାଳୟର ଦର୍ଶନ ବିଭାଗୀୟ ମୁଖ୍ୟ ହିଟଲର ବେହେରା ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଶେଷରେ ମହାବିଦ୍ୟାଳୟର ଦର୍ଶନ ବିଭାଗ ଅଧ୍ୟାପକ ଅଶ୍ବିନୀ କୁମାର ବାରିକ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସମାପ୍ତ କରିଥିଲେ।


