ବାଣପୁର: ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୪ ତମ ବାର୍ଷିକ ଉତ୍ସବ ଅଧ୍ୟକ୍ଷ ସର୍ବେଶ୍ଵର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ମହା ସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଆଇନ ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ କରି ଉପସ୍ଥିତ ଛାତ୍ରୀ, ଅଭିଭାବକ, ଅଭିଭାବିକା, ଦର୍ଶକଙ୍କୁ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଉପରେ ଗୁରୁତ୍ବ ଦେଇ ଜୀବନକୁ ସରସ ସୁନ୍ଦର କରିବା ପାଇଁ ଜୀବନ ର ମାର୍ଗ ଦର୍ଶନ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବେ “ବିଶ୍ୱମୁକ୍ତି” ପତ୍ରିକା ର ସମ୍ପାଦକ ପ୍ରଫେସର ଶଶାଙ୍କ ଚୁଡ଼ାମଣି ଯୋଗଦେଇ ଭଲ ମଣିଷ ଟିଏ ହେବାପାଇଁ ଆହ୍ୱାନ କରିଥିଲେ। ସମ୍ମାନିତ ଅତିଥି ଭାବେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ ଯୋଗଦେଇ ବିଦ୍ୟାଳୟ ର ବିଭିନ୍ନ ସମସ୍ୟା ଗୁଡିକ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଅଧ୍ୟକ୍ଷ ସର୍ବେଶ୍ଵର ଷଡ଼ଙ୍ଗୀ ସ୍ୱାଗତ ଭାଷଣ ଓ ବାର୍ଷିକ ବିବରଣୀ ପାଠ କରିଥିଲେ।
ଏହି ଅବସରରେ ଚଳିତ ବର୍ଷ ଅବସର ଗ୍ରହଣ କରିବାକୁ ଥିବା ବିଦ୍ୟାଳୟ ର ଅଧ୍ୟାପକ ପ୍ରଶାନ୍ତ କୁମାର ଦାଶ, ଡେମୋନଷ୍ଟେଟର ରବିନ୍ଦ୍ର କୁମାର ମାର୍ଥା, ଚତୁର୍ଥ ଶ୍ରେଣୀ କର୍ମଚାରୀ ରଜନୀ କାନ୍ତ ମହାପାତ୍ର ଙ୍କୁ ଜୀବନ ବ୍ୟାପି ସାଧନା ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ପ୍ରତିବର୍ଷ ଭଳି ଚଳିତ ବର୍ଷ କ୍ରୀଡା ଚମ୍ପିୟାନ ଭାବେ ବିଦ୍ୟାଳୟ ର ଛାତ୍ରୀ ପୂଜା ପ୍ରଧାନ ଓ ଅନୁସୂୟା ଶବର ଙ୍କୁ ସରିତା ମେମୋରିଆଲ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଯୁକ୍ତ ଦୁଇ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ଦୀପାଂଶୁ ପଟ୍ଟନାୟକଙ୍କୁ କୀର୍ତ୍ତି ସାମନ୍ତରାୟ ମେମୋରିଆଲ ଟ୍ରଫି ପ୍ରଦାନ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀ ମାନଙ୍କୁ ରାଧାକୃଷ୍ଣ ରାମ୍ ମେମୋରିଆଲ ଟ୍ରଫି ପ୍ରଦାନ କରାଯାଇଥିଲା।
ଶେଷରେ ଅଧ୍ୟାପକ ପ୍ରଶାନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। କମ୍ପ୍ୟୁଟର ପ୍ରଶିକ୍ଷକ ଶିବ ଶଙ୍କର ପଣ୍ଡାଙ୍କ ପରିଚାଳନାରେ ବିଦ୍ୟାଳୟ ଛାତ୍ରୀ ମାନଙ୍କ ଦ୍ଵାରା ସଂ।ସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅଧ୍ୟାପକ ମନୋଜ ମହାପାତ୍ର, ଅଧ୍ୟାପିକା ପ୍ରମୋଦିନୀ ସାମନ୍ତରାୟ, କଲ୍ୟାଣୀ ବୈରିଗଞ୍ଜନ, ସୁଚିତ୍ରା ଦାସ, ରୋଜାଲିନ୍ ଦାସ, ସାଗରୀକା ଦାସଙ୍କ ସମେତ କ୍ରୀଡା ଶିକ୍ଷକ ବିଭୁଧେନ୍ଦୁ ମାନସିଂହ, କସ୍ତୁରୀ ପଟ୍ଟନାୟକ, ଅକ୍ରୁର ପ୍ରଧାନ, ଅଶୋକ ସ୍ୱାଇଁ, ସିଦ୍ଧେଶ୍ୱର ନରେନ୍ଦ୍ରସିଂହ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।


