Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା
ଆଞ୍ଚଳିକ

ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା

August 30, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା
ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା

ରଣପୁର: ବଜ୍ରକୋଟ ଗ୍ରାମପଞ୍ଚାୟତ ଅଧୀନ ବିଦ୍ୟାଳୟ ପରିସରରେ ସ୍ଥାନାନ୍ତରଣ ଶିକ୍ଷକ ସେବା ସମ୍ବର୍ଦ୍ଧନା ଓ ମେଧା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆନନ୍ଦ ଓ ଭାବାବେଗପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଛି। ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ଶିକ୍ଷକଙ୍କ ନିଷ୍ଠାପର ସେବାକୁ ସମ୍ମାନ ଦେବା ସହ ବିଦ୍ୟାଳୟର ମେଧାବୀ ଛାତ୍ରୀଙ୍କ ସଫଳତାକୁ ଉତ୍ସାହିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ବଜ୍ରକୋଟ ଗ୍ରାମପଞ୍ଚାୟତର ସରପଞ୍ଚ ବନିତା ବାଲିଆରସିଂହ ମୁଖ୍ୟ ଅତିଥି ଏବଂ ବିଶିଷ୍ଟ ଶିକ୍ଷାବିତ୍ ଲକ୍ଷ୍ମୀଧର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମାଧବ ଚନ୍ଦ୍ର ପ୍ରଧାନ, ଗୌରାଙ୍ଗପୁର କ୍ଲଷ୍ଟରର ସି.ଆର.ସି.ସି. ସୁଧାକର ମିଶ୍ର, ଶିକ୍ଷାବିତ୍ ଅଶୋକ କୁମାର ଦାଶ, ଶିକ୍ଷାବିତ୍ ସନ୍ତୋଷ କୁମାର ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶେଷଦେବ ପ୍ରଧାନ, ପଞ୍ଚସଖା ସେତୁ କମିଟି ସଭାପତି ଗଣେଶ୍ୱର ପ୍ରଧାନ ଓ ସଦସ୍ୟ ରବୀନ୍ଦ୍ର କୁମାର ସଂଗ୍ରାମସିଂହ ପ୍ରମୁଖ ଯୋଗଦେଇଥିଲେ।

ବିଦ୍ୟାଳୟରେ ନିଷ୍ଠା ଓ ଦାୟିତ୍ୱବୋଧର ସହ ଶିକ୍ଷାଦାନ କରି ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଥିବା ଶିକ୍ଷକ ପ୍ରଦୀପ କୁମାର ସେନଗୁପ୍ତ ଓ କାହ୍ନୁ ଚରଣ ମୁଦୁଲିଙ୍କୁ ଅତିଥିମାନଙ୍କ ଦ୍ୱାରା ଉତ୍ତରୀୟ, ମାନପତ୍ର, ମୋମେଣ୍ଟୋ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ଭାବପୂର୍ଣ୍ଣ ପରିବେଶରେ ସେବା ସମ୍ବର୍ଦ୍ଧନା ଦିଆଯାଇଥିଲା। ଦୀର୍ଘଦିନର ସହକର୍ମୀଙ୍କୁ ବିଦାୟ ଦେବା ବେଳେ ବିଦ୍ୟାଳୟ ପରିବେଶ ଭାବାବେଗପୂର୍ଣ୍ଣ ହୋଇଉଠିଥିଲା।

ଏହି ଅବସରରେ ବିଦ୍ୟାଳୟର ମେଧାବୀ ଛାତ୍ରୀ ସ୍ୱୟଂ ଶ୍ରୀୟା ପ୍ରଧାନଙ୍କୁ ମଧ୍ୟ ମେଧା ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସ୍ୱୟଂ ଶ୍ରୀୟା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ୨୦୨୫–୨୬ରେ ସଫଳତା ହାସଲ କରି ବିଦ୍ୟାଳୟ ଓ ନିଜ ଗ୍ରାମ ପାଇଁ ଗୌରବ ଆଣିଛନ୍ତି। ତାଙ୍କର ଏହି ଉଲ୍ଲେଖନୀୟ ସଫଳତା ପାଇଁ ଅତିଥିମାନେ ଉତ୍ତରୀୟ, ମାନପତ୍ର, ମୋମେଣ୍ଟୋ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରିଥିଲେ। ତାଙ୍କର ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଅଧ୍ୟୟନ ପ୍ରତି ଉତ୍ସାହିତ କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ସଭାରେ ବକ୍ତାମାନେ ଶିକ୍ଷକଙ୍କ ଅବଦାନ, ଛାତ୍ରଛାତ୍ରୀଙ୍କ ସଫଳତା ଓ ବିଦ୍ୟାଳୟର ଶିକ୍ଷା ପରିବେଶକୁ ଆହୁରି ସମୃଦ୍ଧ କରିବା ଉପରେ ଆଲୋକପାତ କରିଥିଲେ। ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣା ମଞ୍ଚ କାର୍ଯ୍ୟକୁ ସୁନ୍ଦର ଭାବେ ସଂଚାଳନ କରିବା ସହ ସମସ୍ତଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ।

କାର୍ଯ୍ୟକ୍ରମ ପରିଚାଳନାରେ ସହକାରୀ ଶିକ୍ଷୟିତ୍ରୀ ପଦ୍ମାବତୀ ବେହେରା, ଶିକ୍ଷକ ଦିଲ୍ଲୀପ କୁମାର ସାହୁ, ଅଙ୍ଗନବାଡ଼ି କର୍ମୀ ପୁଷ୍ପମଞ୍ଜରୀ ଦେଇ, କାନନବାଳା ସାହୁ, ପରିଚାଳନା କମିଟି ସଦସ୍ୟା ଶକୁନ୍ତଳା ଇନ୍ଦ୍ରଜିତ, ରାଜଲକ୍ଷ୍ମୀ ରଣସିଂହଙ୍କ ସମେତ ବିଦ୍ୟାଳୟର ସମସ୍ତ ପାଚିକା ସହଯୋଗ କରିଥିଲେ।

ଶିକ୍ଷକଙ୍କ ସେବାକୁ ସମ୍ମାନ ଓ ଛାତ୍ରୀଙ୍କ ସଫଳତାକୁ ପ୍ରୋତ୍ସାହନ ଏହି ଦୁଇଟି ଉଦ୍ଦେଶ୍ୟକୁ ନେଇ ଆୟୋଜିତ ସମାରୋହଟି ବିଦ୍ୟାଳୟରେ ଏକ ସ୍ମରଣୀୟ ଅଧ୍ୟାୟ ସୃଷ୍ଟି କରିଥିଲା।

ବଜ୍ରକୋଟ ବିଦ୍ୟାଳୟ ସେବା ସମ୍ବର୍ଦ୍ଧନା ସ୍ଥାନାନ୍ତରିତ ଶିକ୍ଷକ
Share. Facebook Twitter LinkedIn Email WhatsApp Copy Link

Related Posts

ତାମିଲନାଡୁରେ ଆଉ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

October 14, 2026

ବିରଳ ବଜ୍ରକାପ୍ତା ଉଦ୍ଧାର

October 13, 2026

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026

ବାରୁଦ ଓ ବାଣ ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

October 9, 2026
Latest News

ଦଶହରାରେ ଏହି ଚାରିଟି ଜିନିଷ ଦେଖିଲେ ବର୍ଷ ସାରା ହୋଇଥାଏ ମଙ୍ଗଳ

October 17, 2026

ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ୨୦୨୬-୨୭ କାର୍ଯ୍ୟସୂଚୀ ଘୋଷିତ: ଫେବୃଆରୀରେ ଭାରତର ଘରୋଇ ମ୍ୟାଚ୍‌

October 17, 2026

ଶତ୍ରୁରୁ ମୁକ୍ତି ପାଇବା ପାଇଁ ସପ୍ତମ ଦିନରେ ମା’ କାଳରାତ୍ରୀଙ୍କୁ କରନ୍ତୁ ପୂଜା ଜାଣନ୍ତୁ ପୂଜା ବିଧି

October 17, 2026

୭୦ ବର୍ଷ ପରେ ଆଇଏମ୍‌ଏଫ୍ ଓ ବିଶ୍ୱବ୍ୟାଙ୍କ ବୋର୍ଡର ଅଧ୍ୟକ୍ଷତା କରିବ ପାକିସ୍ତାନ

October 17, 2026

ବାଂଲାଦେଶରେ ଉତ୍ତେଜନା : ଜଗନ୍ନାଥ ମନ୍ଦିର ସାମ୍ନାରେ ଗୋମାଂସ ରାନ୍ଧିଲେ ମୁସଲିମ୍ ଛାତ୍ର

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.