ବାଣପୁର: ଆଜି ବାଣପୁର ବ୍ଲକ ଅନ୍ତର୍ଗତ ବାନାମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କର ଜନ୍ମ ଦିବସକୁ ଗୁରୁ ଦିବସ ରୂପେ ବିଦ୍ୟାଳୟର ଛାତ୍ରଛାତ୍ରୀ ମହା ଆଡମ୍ବରେ ପାଳନ କରିଥିବା ସହିତ ଓଡ଼ିଶା ଶିକ୍ଷା ବିଭାଗ କମିସନର ତଥା ଶାସନ ସଚିବ ଏବଂ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କର ଦିଗ୍ ଦର୍ଶନ ଦ୍ଵାରା ଉକ୍ତ ବିଦ୍ୟାଳୟରେ ୩ ଜଣ ଅବସର ପ୍ରାପ୍ତ ଗୁରୁଜୀ ଓ ଗୁରୁମାଙ୍କୁ ସମ୍ବର୍ଦ୍ଧିତ କରାଯାଇ ସେମାନଙ୍କର ମହତ ଗୁଣକୁ ଛାତ୍ରଛାତ୍ରୀ ମାନେ ଅବଲମ୍ବନ କରିବା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମେତ ସମସ୍ତ ଗୁରୁଜୀ ଗୁରୁମା ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଇଛନ୍ତି। ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଜାଲିଙ୍କ ସମେତ ଆଞ୍ଚଳିକ କେନ୍ଦ୍ର ସଂଯୋଜକ ସାଧନକର୍ମୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଇଛନ୍ତି।


