ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ କଲେଜ ଛକ ସ୍ଥିତ କଲ୍ୟାଣ ମଣ୍ଡପରେ ଆଜି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସଂଘର ଶତାବ୍ଦୀ ବର୍ଷ ପାଳନ ଅବସରରେ ଏହି ସମ୍ମିଳନୀର ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ସମ୍ବଲପୁର ବିଭାଗ କାର୍ଯ୍ୟବାହ ରାଜାରାମ ଲେଙ୍କା ଯୋଗଦେଇ ଭାରତ ବର୍ଷର ଗୌରବଶାଳୀ ଇତିହାସ, ପରାକ୍ରମୀ ମହାପୁରୁଷ ଏବଂ ତେଜସ୍ୱୀ ମୁନି ଋଷି ମାନଙ୍କ ବିଷୟରେ ଆଲୋକପାତ କରିଥିଲେ। ଏହା ସହିତ ଭାରତକୁ ପରମ ବୈଭବ ଶିଖରରେ ପହଞ୍ଚାଇବା ପାଇଁ ବର୍ତ୍ତମାନ ଯୁବ ସମାଜର ଭୂମିକା କଣ ହେବା ଉଚିତ ସେ ବିଷୟରେ ଆଲୋଚନା କରିଥିଲେ।
ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଖଣ୍ଡ ସଂଘଚାଳକ ସନ୍ତୋଷ ରଥ ଏବଂ ସମ୍ମାନିତ ଅତିଥି ଭାବେ ଓଡିଶା ପଶ୍ଚିମ ପ୍ରାନ୍ତ ସହ ବ୍ୟବସ୍ଥା ପ୍ରମୁଖ ଖଗେଶ୍ୱର ବେହେରା ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଶତାଧିକ ଯୁବକ ଯୋଗ ଦେଇଥିଲେ। ଏହି ଅବସରରେ ବିଶ୍ୱହିନ୍ଦୁ ପରିଷଦ ଓଡିଶା ପଶ୍ଚିମ ପ୍ରାନ୍ତ ପ୍ରମୁଖ ହରିଶଙ୍କର ହୋତା, ଜିଲ୍ଲା ବୌଦ୍ଧିକ ପ୍ରମୁଖ ସୁରଥ ବିଶ୍ୱାଳ, ଜିଲ୍ଲା ସହ କାର୍ଯ୍ୟବାହ ସନ୍ତୋଷ ପ୍ରଧାନ, ଖଣ୍ଡ କାର୍ଯ୍ୟବାହ ସୁବାସ ପ୍ରଧାନ, ଖଣ୍ଡ ବ୍ୟବସ୍ଥା ପ୍ରମୁଖ ଦେବବ୍ରତ ସାହୁ, ଖଣ୍ଡ ଶାରୀରିକ ପ୍ରମୁଖ ରାକେଶ ଦେହୁରୀ, ସେବା ପ୍ରମୁଖ ଚିରଞ୍ଜୀବୀ ପ୍ରଧାନ, ସୁନିଲ ପ୍ରଧାନ, ତପେଶ୍ୱର ପ୍ରଧାନ, ଯୁଗେଶ୍ୱର ପ୍ରଧାନ, ବାଦଲ ପ୍ରଧାନ, ଅମନ ପ୍ରଧାନ, ଡିଲେଶ୍ୱର ସାହୁଙ୍କ ସମେତ ଅନ୍ୟ ସ୍ୱୟଂସେବକ ମାନେ ସହଯୋଗ କରିଥିଲେ।


