Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବିରଳ ବଜ୍ରକାପ୍ତା ଉଦ୍ଧାର
ଆଞ୍ଚଳିକ

ବିରଳ ବଜ୍ରକାପ୍ତା ଉଦ୍ଧାର

October 13, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Rescued rare pangolin
Rescued rare pangolin

ଭୁବନେଶ୍ବର: ଦୁର୍ଗାପୂଜାର ଗହଳିଚହଳି ମଧ୍ୟରେ ସହରର ଜନବସତି ଅଞ୍ଚଳରୁ ଏକ ବିରଳ ବନ୍ୟପ୍ରାଣୀ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। କୋରାପୁଟ ଜିଲ୍ଲା ଅନ୍ତର୍ଗତ ବୋରିଗୁମ୍ମା ସହରର ମୁଖ୍ୟାଞ୍ଚଳରେ ଥିବା ମାଣିକେଶ୍ୱରୀ ଦୁର୍ଗାପୂଜା ମଣ୍ଡପ ନିକଟରୁ ୫ କିଲୋଗ୍ରାମରୁ ଅଧିକ ଓଜନ ବିଶିଷ୍ଟ ଏକ ବିରଳ ପ୍ରଜାତିର ବଜ୍ରକାପ୍ତା (ପାଙ୍ଗୋଲିନ୍) ଉଦ୍ଧାର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ମଣ୍ଡପ ପରିସରରେ ଦୁଇଟି ବଜ୍ରକାପ୍ତା ବୁଲୁଥିବାର ଦେଖିବାକୁ ପାଇଥିଲେ ମାଣିକେଶ୍ୱରୀ ଦୁର୍ଗା ପୂଜା କମିଟିର ସଦସ୍ୟମାନେ। ତେବେ ଉପସ୍ଥିତ ଲୋକଙ୍କୁ ଦେଖି ସେଥିମଧ୍ୟରୁ ଗୋଟିଏ ବଜ୍ରକାପ୍ତା ସ୍ଥାନୀୟ ଅନ୍ଧାର ଭିତରେ ଖସି ପଳାଇବାରେ ସଫଳ ହୋଇଥିବା ବେଳେ, କମିଟି ସଦସ୍ୟମାନେ ଅନ୍ୟ ବଜ୍ରକାପ୍ତାଟିକୁ ସୁରକ୍ଷିତ ଭାବେ କାବୁ କରିନେଇଥିଲେ। ଏହାପରେ ସେମାନେ ତୁରନ୍ତ ବନ ବିଭାଗର ବୋରିଗୁମ୍ମା ରେଞ୍ଜ କାର୍ଯ୍ୟାଳୟକୁ ଏ ସମ୍ପର୍କରେ ଖବର ଦେଇଥିଲେ।

ଖବର ପାଇବା କ୍ଷଣି ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ହୋଇଥିବା ବଜ୍ରକାପ୍ତାଟିକୁ ନିଜ ଅଧୀନକୁ ନେଇଥିଲେ। ବୋରିଗୁମ୍ମା ସହରର ମଞ୍ଚା ନିକଟରେ ଏଭଳି ବିରଳ ଜୀବ ଉଦ୍ଧାର ହେବା ବାର୍ତ୍ତା ପ୍ରଚାରିତ ହେବା ପରେ ତାହାକୁ ଗୋଟିଏ ନଜର ଦେଖିବା ପାଇଁ ପୂଜା ମଣ୍ଡପ ପରିସରରେ ସ୍ଥାନୀୟ ଲୋକଙ୍କର ପ୍ରବଳ ଭିଡ଼ ଜମିଥିଲା। ବର୍ତ୍ତମାନ ଉକ୍ତ ପ୍ରାଣୀଟିକୁ ବୋରିଗୁମ୍ମା ରେଞ୍ଜ କାର୍ଯ୍ୟାଳୟରେ ସୁରକ୍ଷିତ ଏବଂ ସତର୍କତାର ସହ ରଖାଯାଇଥିବା ନେଇ ବନ ବିଭାଗ ପକ୍ଷରୁ ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦିଆଯାଇଛି।

ବୋରିଗୁମ୍ମା ବନ ଅଧିକାରୀ (ରେଞ୍ଜର) ଡମ୍ବୁରଧର ଗୋମାଙ୍ଗୋ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଉଦ୍ଧାର ହୋଇଥିବା ବଜ୍ରକାପ୍ତାର ଅନୁମାନିକ ଓଜନ ୫ କିଲୋଗ୍ରାମରୁ ଅଧିକ ହେବ। ପ୍ରାଣୀଟିର ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ, ତାହାର ଶାରୀରିକ ଅବସ୍ଥା ସମ୍ପୂର୍ଣ୍ଣ ସୁସ୍ଥ ଥିବା ସ୍ପଷ୍ଟ ହେଲେ ତାହାକୁ ଏକ ନିରାପଦ ଓ ସୁରକ୍ଷିତ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯିବ। ତେବେ ବୋରିଗୁମ୍ମା ସହରର କେନ୍ଦ୍ରସ୍ଥଳୀରେ ଥିବା ଏକ ଜନଗହଳିପୂର୍ଣ୍ଣ ଦୁର୍ଗା ପୂଜା ମଣ୍ଡପ ନିକଟରେ ଦୁଇ ଦୁଇଟି ବଜ୍ରକାପ୍ତା ଦେଖିବାକୁ ମିଳିବା ଘଟଣା ସାଧାରଣରେ ବହୁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ବିରଳ ବନ୍ୟପ୍ରାଣୀମାନେ ନିକଟସ୍ଥ ଗଭୀର ଜଙ୍ଗଲରୁ ଆହାର ଖୋଜି ବାଟ ଭୁଲି ସହର ଭିତରକୁ ଚାଲି ଆସିଥାଇପାରନ୍ତି ବୋଲି ପ୍ରାଥମିକ ସ୍ତରରେ ଅନୁମାନ କରାଯାଉଛି। ଅନ୍ୟପଟେ, ବଜ୍ରକାପ୍ତା ଅନ୍ତର୍ଜାତୀୟ ଚୋରା ଚାଲାଣକାରୀଙ୍କ ମୁଖ୍ୟ ଲକ୍ଷ୍ୟ ହୋଇଥିବାରୁ, କୌଣସି ବନ୍ୟପ୍ରାଣୀ ଚୋରା ଚାଲାଣକାରୀ ଦଳ ସେମାନଙ୍କୁ ଗୁପ୍ତରେ ସେଠାକୁ ଆଣିଥିବା ଏବଂ ପୋଲିସ କିମ୍ବା ଲୋକଙ୍କ ଭୟରେ ଛାଡ଼ି ପଳାଇଥିବା ନେଇ ମଧ୍ୟ ଗଭୀର ସନ୍ଦେହ ପ୍ରକାଶ ପାଇଛି। ଜନବସତି ଭିତରେ ସେମାନଙ୍କ ଉପସ୍ଥିତିର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିବା ବେଳେ ବନ ବିଭାଗ ଏହି ଘଟଣାର ବିଭିନ୍ନ ଦିଗକୁ ନେଇ ଅଧିକ ତଦନ୍ତ ଜାରି ରଖିଛି।

କୋରାପୁଟ ଜିଲ୍ଲା ବଜ୍ରକାପ୍ତା
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରର ପାଞ୍ଚଟି କ୍ଲଷ୍ଟରରେ ସୁରଭି କାର୍ଯ୍ୟକ୍ରମ ଉଦ୍‌ଯାପିତ

October 13, 2026

ରେଳ ସେବା ଉପରେ ଏବେ ମଧ୍ୟ ରହିଛି ରାୟଗଡ଼ା ଡିଭିଜନରେ ଭୂସ୍ଖଳନର ପ୍ରଭାବ: ଟ୍ରେନ ବାତିଲ

October 13, 2026

ମୋଦୀ କ୍ୟାବିନେଟରୁ ଇସ୍ତଫା ଦେଲେ ଏଲ୍ ମୁରୁଗନ: କହିଲେ ପରବର୍ତ୍ତୀ ଯୋଜନା

October 13, 2026

୬ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ

October 13, 2026
Latest News

ବିରଳ ବଜ୍ରକାପ୍ତା ଉଦ୍ଧାର

October 13, 2026

ରଣପୁରର ପାଞ୍ଚଟି କ୍ଲଷ୍ଟରରେ ସୁରଭି କାର୍ଯ୍ୟକ୍ରମ ଉଦ୍‌ଯାପିତ

October 13, 2026

ରେଳ ସେବା ଉପରେ ଏବେ ମଧ୍ୟ ରହିଛି ରାୟଗଡ଼ା ଡିଭିଜନରେ ଭୂସ୍ଖଳନର ପ୍ରଭାବ: ଟ୍ରେନ ବାତିଲ

October 13, 2026

ମୋଦୀ କ୍ୟାବିନେଟରୁ ଇସ୍ତଫା ଦେଲେ ଏଲ୍ ମୁରୁଗନ: କହିଲେ ପରବର୍ତ୍ତୀ ଯୋଜନା

October 13, 2026

୬ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ

October 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.