Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଭଞ୍ଜନଗର ଉଦ୍ୟାନ ବିଭାଗ ତରଫରୁ ପନିପରିବା ଚାଷ ସମ୍ପର୍କିତ ପ୍ରଶିକ୍ଷିଣ ଶିବିର ଅନୁଷ୍ଠିତ
ଆଞ୍ଚଳିକ

ଭଞ୍ଜନଗର ଉଦ୍ୟାନ ବିଭାଗ ତରଫରୁ ପନିପରିବା ଚାଷ ସମ୍ପର୍କିତ ପ୍ରଶିକ୍ଷିଣ ଶିବିର ଅନୁଷ୍ଠିତ

November 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭଞ୍ଜନଗର, ୨୫/୧୧: (ସମୀକ୍ଷା ବ୍ୟୁରୋ) ମିଶନ ଶକ୍ତି ଯୋଜନାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଭ୍ୟାଙ୍କୁ ଉଦ୍ୟାନ କୃଷି ବିଭାଗ ଦ୍ବାରା ସ୍ବୟଂ ସମ୍ବଳ ବୃଦ୍ଧି ପାଇଁ ପନିପରିବା ଚାଷ କରିବା ଲାଗି ପ୍ରୋତ୍ସାହନ ଦିଆଯାଉଛି। ଏନେଇ ସ୍ଥାନୀୟ ସହକାରୀ ଉଦ୍ୟାନ କୃଷି ଅଧିକାରୀ, ଭଞ୍ଜନଗରଙ୍କ କାର୍ଯ୍ୟାଳୟରେ ଭଞ୍ଜନଗର ବ୍ଲକ୍‌ର ତୁରମୁ, ଲାଲସିଙ୍ଗି, ସାନକୋଦଣ୍ଡା, ବାଉଁଶଲୁଣ୍ଡି ଅଞ୍ଚଳର ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ୨୦ ଜଣ ସଦସ୍ୟାଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ପନିପରିବା ଚାଷର ଆବଶ୍ୟକତା, ବୈଜ୍ଞାନିକ ପଦ୍ଧତିରେ ତଳି ଘରା ପ୍ରସ୍ତୁତି, ସମନ୍ବିତ ସାର ପ୍ରୟୋଗ, ରୋଗ ପୋକ ପରିଚାଳନା ଏବଂ ଉତ୍ତମ ଆୟ ପ୍ରଦାନ କରୁଥିବା ଟମୋଟା, ବାଇଗଣ କୋବି ଜାତୀୟ ଫସଲ ତଥା ମୂଳା ଚାଷ ଓ ଆଳୁ ଚାଷର ଉପାଦାଦେୟତା  ସମ୍ପର୍କରେ ବୁଝାଯାଇଥିଲା। ସଫଳ ପନିପରିବା ଚାଷ ପାଇଁ ସରକାରଙ୍କ ତରଫରୁ ଥିବା ସରକାରୀ ଯୋଜନା ବିଷୟରେ ମଧ୍ୟ ସଭ୍ୟାମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।

ଭଞ୍ଜନଗର ଉଦ୍ୟାନ ଅଧିକାରୀ ସମ୍ବିତ ଆଚାର୍ଯ୍ୟଙ୍କ ତତ୍ତ୍ବାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ସିଡିପିଓ ବିଷ୍ଣୁପ୍ରିୟା ସେଠୀ, ଏବଂ ଆତ୍ମା ଅଧ୍ୟକ୍ଷ ଶିବ ପ୍ରସାଦ ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ କେଭିକେ ବୈଜ୍ଞାନିକ ପ୍ରଶାନ୍ତ ପଣ୍ଡା, କ୍ଷେତ୍ର ବିଜ୍ଞାନୀ କୁମୁଦ ଚନ୍ଦ୍ର ପାଢୀ,  ସୋରଡାର ସହକାରୀ ଉଦ୍ୟାନ କୃଷି ଅଧିକାରୀ ସୁଶ୍ରୀ ଚିନି ଗୁଲାବି, ସତ୍ୟବ୍ରତ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ରହି ତାଲିମ୍‌ ପ୍ରଦାନ କରିଥିଲେ। ସେହିପରି ସଫଳ ଉଦ୍ୟାନ ଚାଷ ସମ୍ପର୍କିତ ତଥା ପନିପରିବାର ଚାଷ ପ୍ରଣାଳୀ ଲେଖାଥିବା ଏକ ପୁସ୍ତକ ଏବଂ ପନିପରିବା ମଞ୍ଜିର କିଟ୍‌ ମଧ୍ୟ ସଭ୍ୟାମାନଙ୍କୁ ବଣ୍ଟନ କରାଯାଇଥିଲା। ସଚିନ୍‌ ପ୍ରଧାନ, ପଙ୍କଜ ପ୍ରଧାନ ଏବଂ ମନୋଜ ଦାଶ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିବାବେଳେ ବେଲଗୁଣ୍ଠାର ସହକାରୀ ଉଦ୍ୟାନ କୃଷି ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

December 16, 2025

ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି

December 15, 2025

ଆଇନ ମନ୍ତ୍ରୀଙ୍କୁ ଭେଟିଲେ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟିର ସଭ୍ୟ

December 14, 2025

ବାଣପୁର କୋର୍ଟ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

December 13, 2025
Latest News

ଭେନେଜୁଏଲା ଉପରେ ଟ୍ରମ୍ପଙ୍କ ବଡ କଟକଣା: ତେଲ ଟ୍ୟାଙ୍କରଗୁଡ଼ିକୁ ନିଷେଧ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି

December 17, 2025

ଆଜି ଭାରତୀୟ ନୌସେନାରେ ସାମିଲ ହେବ INAS 335

December 17, 2025

ଖୁବ୍‌ଶୀଘ୍ର ଭାରତରେ ଟୟୋଟା ଲଞ୍ଚ କରିବ ପ୍ରଥମ ଇଲେକ୍ଟ୍ରିକ୍ କାର: ଜାଣନ୍ତୁ ମୂଲ୍ୟ ଓ ପରିସର

December 17, 2025

କୁଚ ବିହାର ଟ୍ରଫି: ହିମାଚଳ ପ୍ରଦେଶର ପ୍ରଥମ ପାଳିରେ 181 ରନ, ଓଡିଶାର 44/0

December 17, 2025

ଡିଏଭି ପବ୍ଲିକ୍ ସ୍କୁଲ ପୋଖରୀପୁଟରେ ବାର୍ଷିକ ଉତ୍ସବ ”ବସ୍ତାନି” ଉଦଯାପିତ

December 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.