Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସରକାର କେ ମାଲ୍‌ ଦରିଆ ମେ ଡାଲ୍‌: ପାଚେରୀକୁ ଭାଙ୍ଗି ପୁନଃନିର୍ମାଣକୁ ନେଇ ବିବାଦ
ଆଞ୍ଚଳିକ

ସରକାର କେ ମାଲ୍‌ ଦରିଆ ମେ ଡାଲ୍‌: ପାଚେରୀକୁ ଭାଙ୍ଗି ପୁନଃନିର୍ମାଣକୁ ନେଇ ବିବାଦ

November 29, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଳାହାଣ୍ଡି : ୨୯/୧୧: (ସମୀକ୍ଷା ବ୍ୟୁରୋ) : ସରକାରୀ ଟଙ୍କାର ଅପଚୟ କରାଯାଉଥିବାର ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍‌ ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଗତ ୬ ମାସରୁ ଉର୍ଦ୍ଧ୍ବ ହେବ ଏକ ପାଚେରୀ ନିର୍ମାଣ ହୋଇଥିଲା। ତେବେ ସେହି ପାଚେରୀକୁ ଭାଙ୍ଗି ନୂତନ ପାଚେରୀ ନିର୍ମାଣ କରିବା ପାଇଁ ପଞ୍ଚାୟତ ଅଧିକାରୀ ଯୋଜନା କରୁଥିବାର ସୂଚନା ରହିଛି। ମିଳିଥିବା ସୂଚନା ଅନୁସାରେ ଏହି ପାଚେରୀ ନିର୍ମାଣ କାର୍ଯ୍ୟଟିର ଓ୍ବାର୍କ ଅର୍ଡର ବୋରପଦର ପଞ୍ଚାୟତ ଅଧିକାରୀଙ୍କ ନାମରେ ରହିଥିବାବେଳେ ଏହି ପାଚେରୀ ନିର୍ମାଣର ବ୍ୟୟ ଅଟକଳ ମୂଲ୍ୟ ରହିଛି ୧ ଲକ୍ଷଟଙ୍କା। ତେବେ ବିଦ୍ୟାଳୟର ପାଚେରୀଟି ପୁରୁଣା କିମ୍ବା ଭଗ୍ନ ନ ହୋଇଥିବାସ୍ଥଳେ ନୂତନ ପାଚେରୀ ନିର୍ମାଣ କ’ଣ ପାଇଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏହି ସମ୍ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ପଚାରିବାରୁ ପ୍ରଧାନ ଶିକ୍ଷକ ସ୍କୁଲ କମିଟି ଓ ଗ୍ରାମବାସୀଙ୍କୁ ଜଣାଇ ପାଚେରୀ ଭଙ୍ଗା ଯାଇଛି ବୋଲି କହିଛନ୍ତି। ତେବେ ପାଚେରୀ ଭାଙ୍ଗି ନୂତନ ପାଚେରୀ ନିର୍ମାଣକୁ ନେଇ ସ୍ଥାନୀୟ ବାସିନ୍ଦା ସନ୍ଦେହ ପ୍ରକଟ କରିବା ସହିତ ଏଥିପ୍ରତି ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ଏହି ପାଚେରୀ ନିର୍ମାଣକୁ ନେଇ ସରକାରଙ୍କ ଅର୍ଥ ହେରଫେର ହେଉଥିବାକୁ ଏଡାଇ ଦିଆଯାଇପାରିବ ନାହିଁ ବୋଲି ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି। ଏହି ପାଚେରୀକୁ ନେଇ ସ୍ଥାନୀୟ ବାସିନ୍ଦା ସମେତ ବୁଦ୍ଧିଜୀବୀମାନେ କେତୋଟି ପ୍ରଶ୍ନର ଉତ୍ଥାପନ କରିଛନ୍ତି। ସେମାନଙ୍କ ମତରେ –

ଛଅ ମାସ ତଳେ ନିର୍ମାଣ ହୋଇଥିବା ପାଚେରୀଟି ଏତେ ପୁରୁଣା ହୋଇନାହିଁ ଯେ, ତାଙ୍କୁ ଭଙ୍ଗା ଯାଇ ନୂତନ ପାଚେରୀ ନିର୍ମାଣ କରାଯାଉଛି?

ଯଦି ପାଚେରୀ ନିର୍ମାଣ କରାଯିବାର ଥିଲା, ତେବେ ନୂତନ ସ୍ଥାନରେ ନିର୍ମାଣ କରା ନ ଯାଇ ପାଚେରୀକୁ ଭାଙ୍ଗି ଏହା କ’ଣ ପାଇଁ କରାଯାଉଛି?

ସ୍କୁଲ କମିଟି ଓ ଗ୍ରାମବାସୀଙ୍କୁ ଜଣାଇ ପାଚେରୀ ଭଙ୍ଗା ଓ ନିର୍ମାଣ ହେଉଛି ବୋଲି ପ୍ରଧାନଶିକ୍ଷକ ମିଛ କ’ଣ ପାଇଁ କହୁଛନ୍ତି?

ଏହି ନୂତନ ପାଚେରୀ ନିର୍ମାଣ ନେଇ କ’ଣ ପ୍ରଧାନଶିକ୍ଷକ ଓ ପିଇଓ ସଲାସତୁରା ହୋଇଛନ୍ତି କି?

‘ସରକାର କା ମାଲ୍‌ ଦରିଆ ମେ ଡାଲ୍‌’ ପରି ସରକାରୀ ଟଙ୍କାର ବ୍ୟାପକ ହେରଫେର ହେଉଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିବା ସହିତ ଏହାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଦାବି କରିଛନ୍ତି।

ରିପୋର୍ଟ : ବବୁଲ୍‌ ସାହୁ, ମୋ : ୯୫୫୬୮୦୩୩୧୪

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କ ବିୟୋଗରେ ସ୍ମୃତି ଚ଼ାରଣ ସଭା

February 27, 2026

ନାକଟିଦେଉଳରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା

February 24, 2026

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026
Latest News

ଏଆଇ ଶକ୍ତିକୁ ସୁଦୃଢ଼ କରିବ ୨୦ ହଜାର ନୂତନ ଜିପିୟୁ

February 28, 2026

ଭାରତରେ ନ୍ୟାୟିକ ପ୍ରକ୍ରିୟାକୁ ସୁଗମ କରୁଛି ଏଆଇ

February 28, 2026

ଭୁବନେଶ୍ବର ଗୀତଗୋବିନ୍ଦ ସଦନରେ ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସ ଜୟନ୍ତୀ ପାଳିତ

February 28, 2026

ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ଲଞ୍ଚ ହେଲା ଓଡିଶାର AYAVAT

February 28, 2026

ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

February 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.