Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ବିଶ୍ବ ଏଡ୍‌ସ ଦିବସ ଅବସରରେ ସଚେତନତା ଶିବିର,ଶୋଭାଯାତ୍ରା ଏବଂ ବକ୍ତୃତା ପ୍ରତିଯୋଗିତା
ଆଞ୍ଚଳିକ

ବାଣପୁରରେ ବିଶ୍ବ ଏଡ୍‌ସ ଦିବସ ଅବସରରେ ସଚେତନତା ଶିବିର,ଶୋଭାଯାତ୍ରା ଏବଂ ବକ୍ତୃତା ପ୍ରତିଯୋଗିତା

December 2, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ବାଣପୁର,୨/୧୨:  ବାଣପୁରରେ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରବିବାର ଦିନ ବିଶ୍ବ ଏଡ୍‌ସ ଦିବସ ପାଳିତ ହୋଇଯାଇଛି। କେଏନ୍‌ପି ସଂଯୋଜନାରେ ଏକ ସଚେତନତା ଶିବିର, ଶୋଭାଯାତ୍ରା ଏବଂ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷା ରଶ୍ମିତା ମହାନ୍ତି, ଅଧ୍ୟାପକ ସର୍ବେଶ୍ବର ଷଡଙ୍ଗୀ ଏବଂ ସୁବ୍ରତ କୁମାର ସ୍ବାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବାଳମୁକୁନ୍ଦ ଦାସ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସାମାଜିକ କର୍ମୀ ଭବାନୀ ଶଙ୍କର ବଳିୟାରସିଂହ, ପ୍ରକାଶ ସେଠୀ, କେଏନ୍‌ପିର ମୁଖ୍ୟ ପରିଚାଳକ ଅମୀୟ କୁମାର ଘଡେଇ, ବାଣପୁର ମେଡିକାଲ ଆଇସିଟିସି କାଉନସିଲର୍‌ ଅଶୋକ କୁମାର ବେହେରା, ପ୍ରଦୀପ୍ତ ହୋତା ଏବଂ ଶିବ ଶଙ୍କର ଢାଲି ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏମାନଙ୍କ ବ୍ୟତୀତ କଲେଜ୍‌ର ସମସ୍ତ ଛାତ୍ରୀ ଏବଂ ସ୍ଥାନୀୟ ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଏବଂ ପୋଲିସ୍‌ ବିଭାଗ ସହଯୋଗ କରିଥିଲେ।

ମହାବିଦ୍ୟାଳୟ ପରିସରରୁ ବାହାରିଥିବା ବିଶାଳ ଶୋଭାଯାତ୍ରା ପଲଟଣ ପଡିଆ ଦେଇ ବ୍ଲକ୍‌, ତହସିଲ ଏବଂ ଡାକ୍ତରଖାନା ପରିକ୍ରମା କରି ମହାବିଦ୍ୟାଳୟରେ ପହଞ୍ଚିଥିଲା। ଶୋଭାଯାତ୍ରା ସମୟରେ ଏଡ୍‌ସ ସଚେତନତା ସ୍ଲୋଗାନ ସହିତ ପ୍ରଚାର ପତ୍ର ବଣ୍ଟନ କରାଯାଇଥିଲା। ଏହାପରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବା ସହିତ ସମସ୍ତ ସମ୍ମାନିତ ଅତିଥି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ନିଜ ବକ୍ତୃତାରେ ଏଡ୍‌ସ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ ମୁଖ୍ୟ ବକ୍ତା। ପରିଶେଷରେ କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ

Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ରକ୍ତଦାନ ଅଭିଯାନ

April 9, 2026

ଜମି ପାଇଁ ହାଣିଲେ : ପରିବାରର ୬ ଆହତ

April 7, 2026

ହାଜତ ମୃତ୍ୟୁ : ୬ ଅବସରପ୍ରାପ୍ତ ପୋଲିସ୍ ଗିରଫ

April 7, 2026

ଫଳ ପେଟିରେ ଗଞ୍ଜେଇ : ଦୁଇ ଗିରଫ

April 7, 2026
Latest News

ଏକତା ପରିଷଦ ଟ୍ରଷ୍ଟରେ ଓଡ଼ିଆ ପକ୍ଷର “କଳାକାର ସମ୍ବର୍ଦ୍ଧନା ଦିବସ” ପାଳିତ

April 10, 2026

ମହାନଦୀ ଟ୍ରିବୁନାଲ ପାଖରୁ ଅନ୍ତରୀଣ ରାୟ ପାଇଁ ଅଧ୍ୟକ୍ଷଙ୍କୁ ଚିଠି

April 10, 2026

ଯୁଦ୍ଧ ସମସ୍ତଙ୍କ ପାଇଁ କ୍ଷତିକାରକ

April 10, 2026

ଯୁଦ୍ଧବିରତି ପରେ ଶେଷ ହେବ କି LPG ଚିନ୍ତା, ଜାଣନ୍ତୁ କ’ଣ କହିଲେ ସରକାର?

April 10, 2026

ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

April 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.