Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପୁଣି ଏକ ଦାଦନର କରୁଣ ଦୃଶ୍ୟ : ସୁରତରୁ ଫେରିଲା ଯୁବକର ମୃତଦେହ
ଆଞ୍ଚଳିକ

ପୁଣି ଏକ ଦାଦନର କରୁଣ ଦୃଶ୍ୟ : ସୁରତରୁ ଫେରିଲା ଯୁବକର ମୃତଦେହ

December 15, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

କଳାହାଣ୍ଡି/ ସମୀକ୍ଷା ବ୍ୟୁରୋ:

ଓଡ଼ିଶାରେ ଦାଦନର କରୁଣ ଦୃଶ୍ୟ କିଛି ନୂଆ ନୁହେଁ।  ଇଟାମାଟି,ଘର ଦ୍ୱାର ଛାଡ଼ି ରୋଜଗାର ଆଶାରେ ଆଜି ବି ଅନେକ ଯୁବକ ଦାଦନ ଖଟିବାକୁ ଯାଉଛନ୍ତି। ଦାଦନ ଖଟିବା ବେଳେ କେବେ ଅଘଟଣରେ ତ ଆଉକେବେ ରୋଗରେ ପଡ଼ି ମୃତ୍ୟୁ ବରଣ କରୁଛନ୍ତି ଅନେକେ। ଶେଷ ସମୟରେ ପ୍ରିୟପରିଜନଙ୍କୁ ବି ପାଇପାରୁନାହାନ୍ତି ପାଖରେ। ରୋଜଗାର ଅଭାବରୁ ଦାଦନମୁହାଁ ହେଉଛନ୍ତି ଅଞ୍ଚଳବାସୀ। ସରକାରୀ ପ୍ରୋତ୍ସାହନ ଅଭାବ ତଥା ରୋଜଗାର ଦେବାର ସରକାର ବିଫଳ ହେବାରୁ ଦାଦନ ଶ୍ରମିକଙ୍କ ସଂଖ୍ୟା ବଢିବାରେ ଲାଗିଛି। ପୁଣି ଜଣେ ଦାଦନ ଶବ ହୋଇ ଫେରିଛି ନିଜ ଗ୍ରାମକୁ। କଳାହାଣ୍ଡି ଜିଲ୍ଲାର ମ. ରାମପୁର ବ୍ଲକ୍‌ର ମିଥୁନ ନାମକ ଜଣେ ଯୁବକ ଗୁଜୁରାଟରେ ଦାଦନ ଶ୍ରମିକ ଭାବେ କାମ କରୁଥିବାବେଳେ ତାଙ୍କର ରୋଗରେ ପଡ଼ି ମୃତ୍ୟୁବରଣ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲାର ମ. ରାମପୁର ବ୍ଲକ୍‌ ଦାଦନ ପ୍ରବଣ ବ୍ଲକ୍‌ ଭାବରେ ବେଶ୍‌ ଜଣାଶୁଣା ଏହି ବ୍ଲକ୍‌ର ତଳସାଗରପଡ଼ାର ଯୁବକ ମିଥୁନ ଘିଭେଲା(୨୪) ଗତ କିଛି ମାସତଳେ ସୁରତରେ ରହି ଏକ ଘର ତିଆରି ଠିକାଦାର ପାଖରେ ଦିନ ମଜୁରିଆ ଭାବରେ କାମ କରୁଥିଲେ। ସେ ଗତ ରବିବାର ଦିନ ରାତିରେ ପେଟରେ ଯନ୍ତ୍ରଣା ଅନୁଭବ କରିବା ପରେ ମାଲିକ ତାଙ୍କୁ ପ୍ରଥମେ ପାଖ ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିଲେ ସେଠାରୁ ଅବସ୍ଥା ସଂକଟାପନ୍ନ ହେବାରୁ ସୁରତସ୍ଥିତ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ରାତି ପ୍ରାୟ ୧୨ଟାରେ ମୃତ୍ୟୁ ହୋଇଥିଲା ଏବଂ ବୁଧବାର ଦିନ ସେଠାରୁ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କର ମୃତ ଦେହକୁ ଅଣାଯାଇଥିଲା।  ଆଜି ସକାଳ ୭ଘଂଟା ସମୟରେ ଯୁବକଙ୍କ ଶବ ଘରେ ପହଞ୍ଚିବା ପରେ  ତାଙ୍କ ଘରେ ଏବଂ ଗାଁରେ ଶୋକରଛାୟା ଖେଳିଯାଇଛି।
କଳାହାଣ୍ଡିରୁ ବବୁଲୁ ସାହୁଙ୍କ ରିପୋର୍ଟ

Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ରକ୍ତଦାନ ଅଭିଯାନ

April 9, 2026

ଜମି ପାଇଁ ହାଣିଲେ : ପରିବାରର ୬ ଆହତ

April 7, 2026

ହାଜତ ମୃତ୍ୟୁ : ୬ ଅବସରପ୍ରାପ୍ତ ପୋଲିସ୍ ଗିରଫ

April 7, 2026

ଫଳ ପେଟିରେ ଗଞ୍ଜେଇ : ଦୁଇ ଗିରଫ

April 7, 2026
Latest News

ଏକତା ପରିଷଦ ଟ୍ରଷ୍ଟରେ ଓଡ଼ିଆ ପକ୍ଷର “କଳାକାର ସମ୍ବର୍ଦ୍ଧନା ଦିବସ” ପାଳିତ

April 10, 2026

ମହାନଦୀ ଟ୍ରିବୁନାଲ ପାଖରୁ ଅନ୍ତରୀଣ ରାୟ ପାଇଁ ଅଧ୍ୟକ୍ଷଙ୍କୁ ଚିଠି

April 10, 2026

ଯୁଦ୍ଧ ସମସ୍ତଙ୍କ ପାଇଁ କ୍ଷତିକାରକ

April 10, 2026

ଯୁଦ୍ଧବିରତି ପରେ ଶେଷ ହେବ କି LPG ଚିନ୍ତା, ଜାଣନ୍ତୁ କ’ଣ କହିଲେ ସରକାର?

April 10, 2026

ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

April 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.