Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନାଗରିକତ୍ବ ସଂଶୋଧନ ଆଇନର ସମର୍ଥନରେ ବାଣପୁରରେ ଏବିଭିପିର ଶୋଭାଯାତ୍ରା ଏବଂ ପଥପ୍ରାନ୍ତ ସଭା
ଆଞ୍ଚଳିକ

ନାଗରିକତ୍ବ ସଂଶୋଧନ ଆଇନର ସମର୍ଥନରେ ବାଣପୁରରେ ଏବିଭିପିର ଶୋଭାଯାତ୍ରା ଏବଂ ପଥପ୍ରାନ୍ତ ସଭା

December 22, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
ବାଣପୁର, ୨୨/୧୨: ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ସମଗ୍ର ଦେଶରେ ଏକ ପ୍ରକାର ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି। ଏହି ବିଲ୍‌କୁ ନେଇ କେନ୍ଦ୍ର ସରକାରଙ୍କୁ ଦେଶର ବିଭିନ୍ନ ପ୍ରାନ୍ତରୁ ବିରୋଧାଭାସର ସମ୍ମୁଖୀନ ହେବାକୁ ପଡିଛି। ଅନେକ ସ୍ଥାନରେ ବିଲ୍‌ ବିରୋଧରେ ହିଂସାକାଣ୍ଡ ଘଟିଥିବା ବେଳେ କିଛି ସ୍ଥାନରେ ବିଲ୍‌ ସପକ୍ଷରେ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। ଏହି ପରୀପ୍ରେକ୍ଷୀରେ ଆଜି ବାଣପୁରରେ ସିଏଏ ସମର୍ଥନରେ ଏକ ଶୋଭାଯାତ୍ରା ଏବଂ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଛି।

ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ସମର୍ଥନ କରି ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ବାଣପୁର-ବାଲୁଗାଁ ନଗର ଶାଖା ତରଫରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏବିଭିପିର ଶତାଧିକ ସଦସ୍ୟ ସ୍ଥାନୀୟ ଦକ୍ଷେଶ୍ୱର ମନ୍ଦିର ସମ୍ମୁଖରୁ ଢୋଲ, ବାଜା, ଫଗୁ, ତ୍ରିରଙ୍ଗା ପତାକା ଓ ପ୍ଲାକାର୍ଡ଼ ସହ ଶୋଭାଯାତ୍ରାରେ ବାହାରିଥିଲେ। ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ପଲଟନ ପଡ଼ିଆଠାରେ ଶୋଭାଯାତ୍ରା ଶେଷ ହୋଇଥିଲା। ଶୋଭାଯାତ୍ରା ଶେଷରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା।

ପଲଟନ ପଡିଆରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ କର୍ମୀମାନେ ସିଏଏ ଆଇନ ସମ୍ପର୍କରେ ସାଧାରଣ ଲୋକଙ୍କୁ ବୁଝାଉଥିବା ଦେଖିବାକୁ ମିଳିଥିଲା। ପଡୋଶୀ ଦେଶରେ ନିର୍ଯ୍ୟାତିତ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବା ପାଇଁ ଏହି ଆଇନ କରାଯାଇଛି। ମାତ୍ର କିଛି ରାଜନୈତିକ ଦଳ ଏହାର ଭୁଲ ସଂଜ୍ଞା ବାହାରକରି ବିରୋଧ କରିବାସହ ଦେଶର ବିଭିନ୍ନ ସ୍ଥାନରେ ହିଂସା ଘଟାଉଛନ୍ତି ବୋଲି ଏବିଭିପି ପକ୍ଷରୁ କୁହାଯାଇଥିଲା। ଏବିଭିପି ଏପରି ହିଂସାର ଦୃଢ ବିରୋଧ ଓ ନିନ୍ଦା କରୁଛି ବୋଲି ଏବିଭିପିର ରାଜ୍ୟ ଏସ.ଏଫ.ଡି ଯୁଗ୍ମ ସଂଯୋଜକ ସୀତାରାମ ଅଗ୍ରୱାଲ ପଥପ୍ରାନ୍ତ ସଭାରେ ଉଦବୋଧନ ଦେଇଥିଲେ। ନଗର ସମ୍ପାଦକ ବିକାଶ ସେଠି, ସହସଂପାଦକ ସନ୍ତୋଷ ପ୍ରଧାନ, ମହେଶିଷ ଲେଙ୍କା, ପ୍ରିୟାଂଶୁ ପ୍ରଧାନ, ସୌରଭ ମହାପାତ୍ର, କୀର୍ତ୍ତିରଞ୍ଜନ ଖୁଣ୍ଟିଆ, ଗଣେଶ, ଅଜୟ, ହିମାଂଶୁ, ଶିବ, ଆଦିତ୍ୟ, ସିଦ୍ଧାର୍ଥ ପ୍ରମୁଖ ଏହି ଶୋଭାଯାତ୍ରା ଏବଂ ପଥପ୍ରାନ୍ତ ସଭାରେ ସହଯୋଗ କରିବା ସହ ଏକ ଶହରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭାଗ ନେଇଥିଲେ।

abvp BANAPUR caa
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026

ଡାଲିର ଗୁଣ ଜ୍ଞାନ ଓ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

March 9, 2026
Latest News

ଖୋର୍ଦ୍ଧା ଟାଉନ୍ ଶାଖା ଚଣ୍ଡିଚୁଆ ନୁତନ ଷ୍ଟେଟ୍ ବ୍ୟାଙ୍କର ଶୁଭାରମ୍ଭ

March 13, 2026

ଓଡ଼ିଶାରେ କେତୋଟି ଆକାଶବାଣୀ କେନ୍ଦ୍ର କାର୍ଯ୍ୟ କରୁଛି?: ସଂସଦରେ ଉତ୍ତର ଦେଲେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ

March 13, 2026

ରବିନ୍ଦ୍ର ଜେନାଙ୍କୁ ନେଇ ବାଲେଶ୍ବର ରାଜନୀତି ତାତିଲା, ବିଜେପି ଛାଡିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ

March 13, 2026

ଭାରତର ଦୀର୍ଘକାଳୀନ ଇନ୍ଧନ ରଣନୀତି: ସାମ୍ପ୍ରତିକ ସଂକଟ ମୁକାବିଲାରେ ହୋଇଛି ସହାୟକ

March 13, 2026

ଭୁବନେଶ୍ବରରେ ଆସୋଚାମ୍ ଇଣ୍ଡିଆ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍ ୨୦୨୬ ଆରମ୍ଭ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.