Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ତାଳଦଣ୍ଡା – ଜିଲ୍ଲାନାସି  ମହାନଦୀ ପଠାରୁ ବ୍ୟାପକ ଚୋରା ବାଲି ଚାଲାଣ
ଆଞ୍ଚଳିକ

ତାଳଦଣ୍ଡା – ଜିଲ୍ଲାନାସି  ମହାନଦୀ ପଠାରୁ ବ୍ୟାପକ ଚୋରା ବାଲି ଚାଲାଣ

December 26, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷାବ୍ୟୁରୋ

କୁଜଙ୍ଗ, ୨୬/୧୨: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ତହସିଲ ଅଧୀନରେ ଥିବା ତାଳଦଣ୍ଡା-ଜିଲ୍ଲାନାସି ମହାନଦୀ ପଠାରୁ ବ୍ୟାପକ ଚୋରାବାଲି ଚାଲାଣର ଅଭିଯୋଗ ହୋଇଛି। ଦୈନିକ ଏହି ବାଲି ଚୋରା ଚାଲାଣ ହେଉଛି। ସରକାରୀ କାର୍ଯ୍ୟାଳୟ ଖୋଲିବା ପୂର୍ବରୁ ଏହି କାର୍ଯ୍ୟ ରୀତିମତ ହେଉଛି। ତେବେ ତାଳଦଣ୍ଡା-ଜିଲ୍ଲାନାସି ମହାନଦୀପଠାରୁ ଲୁଣି ବାଲିକୁ ବିନା ଲିଜ୍‌ରେ ଚୋରା ଚାଲାଣ ହେବା ନେଇ ସାଧାରଣରେ ପ୍ରଶ୍ନ ଉଠୁଛି। ପୁନଶ୍ଚ ଏହି ବାଲି ସରକାରୀ ନିର୍ମାଣ କାର୍ଯ୍ୟରେ ବିନିଯୋଗ ହେଉଥିବାର ଖବର ମଧ୍ୟ ରହିଛି। ଲୁଣିବାଲି କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଉପଯୁକ୍ତ ହୋଇନଥିବା ସ୍ଥଳେ ସରକାରୀ ନିର୍ମାଣ କାର୍ଯ୍ୟରେ ଏହି ବାଲିକୁ ଉପଯୋଗ କରିବା କେତେଦୂର ଯଥାର୍ଥତା ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି। ବାଲି ପରି ଏକ ଖଣିଜ ସମ୍ପଦକୁ ଚୋରାରେ ହେରଫେର କରି ରାଜସ୍ବ ଫାଙ୍କୁଥିବା ଅପରାଧୀଙ୍କୁ ଧରାଯିବା ନେଇ ସାଧାରଣରେ ଦାବି ଉଠୁଛି।

ଚୋରା ବାଲି ଚାଲାଣ ନେଇ ତହସିଲଦାର ପ୍ରଭାସ ରଞ୍ଜନ ବେଉରାଙ୍କୁ ପଚରାଯିବାରୁ ସେ ଏହି ସମ୍ପର୍କରେ ଅବଗତ ନଥିବାର କହିଛନ୍ତି। ଯଦି ଏହି ଚୋରାବାଲି ଘଟଣାଟି ସତ୍ୟ ହୋଇଥିବ, ତେବେଏପରିକାର୍ଯ୍ୟ କରୁଥିବା ବାଲି ମାଫିଆଙ୍କ ପ୍ରତି ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। କିଏ ଓ କାହା ନିର୍ଦ୍ଦେଶରେ ଏପରି ଚୋରା ବାଲି ଚାଲାଣ ହେଉଛି, ତାହା ଉପରେ ତଦନ୍ତ କରାଯିବା ସହ ତ୍ବରିତ୍ବ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ସାଧାରଣରେ ଦାବି ହୋଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

April 10, 2026

ହାଇକୋର୍ଟର ବିଚାରପତି ଯଶୱନ୍ତ ବର୍ମାଙ୍କ ଇସ୍ତଫା: ଘରୁ ମିଳିଥିଲା ବିଡ଼ା ବିଡ଼ା ଟଙ୍କା

April 10, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ରକ୍ତଦାନ ଅଭିଯାନ

April 9, 2026

ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ଉପରେ କାର୍ଯ୍ୟାନୁଷ୍ଠାନ: ୩୪୩୫ ସିଲିଣ୍ଡର ଜବତ

April 8, 2026
Latest News

ଏକତା ପରିଷଦ ଟ୍ରଷ୍ଟରେ ଓଡ଼ିଆ ପକ୍ଷର “କଳାକାର ସମ୍ବର୍ଦ୍ଧନା ଦିବସ” ପାଳିତ

April 10, 2026

ମହାନଦୀ ଟ୍ରିବୁନାଲ ପାଖରୁ ଅନ୍ତରୀଣ ରାୟ ପାଇଁ ଅଧ୍ୟକ୍ଷଙ୍କୁ ଚିଠି

April 10, 2026

ଯୁଦ୍ଧ ସମସ୍ତଙ୍କ ପାଇଁ କ୍ଷତିକାରକ

April 10, 2026

ଯୁଦ୍ଧବିରତି ପରେ ଶେଷ ହେବ କି LPG ଚିନ୍ତା, ଜାଣନ୍ତୁ କ’ଣ କହିଲେ ସରକାର?

April 10, 2026

ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

April 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.