Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଯୌତୁକ ଦାବୀରେ ବଧୂହତ୍ୟା ଅଭିଯୋଗ
ଆଞ୍ଚଳିକ

ଯୌତୁକ ଦାବୀରେ ବଧୂହତ୍ୟା ଅଭିଯୋଗ

January 8, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

କୁଜଙ୍ଗ : କୁଜଙ୍ଗ  ଥାନା ଅନ୍ତର୍ଗତ  ଅରଖିଆ ଗ୍ରାମରେ ଗତକାଲି ଜନୈକ ମହିଳାଙ୍କୁ ମୃତ୍ୟୁ ହୋଇ ଯାଇଛି।  ମୃତ ମହିଳାଙ୍କ ବାପା ତାଙ୍କ ଝିଅଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବାର ଅଭିଯୋଗ କରିଛନ୍ତି। ତାଙ୍କର ଝିଅକୁ ଅଧିକ ୫୦ ହଜାର ଟଙ୍କା ଯୌତୁକ ନଦେଇପାରିବାରୁ ସ୍ୱାମୀ, ଶାଶୁ, ଶଶୁର ମିଶି ମାରି ଦେଇଥିବା ନେଇ ସ୍ଥାନୀୟ କୁଜଙ୍ଗ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଏନେଇ କୁଜଙ୍ଗ ଥାନାରେ ବିଭିନ୍ନ ଦଫାରେ ମାମଲା ରୁଜୁ କରା ଯାଇଥିବାବେଳେ ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁଯାୟୀ, କୁଜଙ୍ଗ ଥାନାରେ  ଭୂତମୁଣ୍ଡାଇ ଗ୍ରାମର ପ୍ରମୋଦ କୁମାର ସେଠୀ କରିଥିବା ଲିଖିତ ଅଭିଯୋଗ ଅନୁଯାଇ ତାଙ୍କର ଝିଅ ପ୍ରଭାବତୀ ସେଠୀ(୩୦)ଙ୍କୁ ଗତ ୯ ବର୍ଷତଳେ  ଅରଖିଆ ଗ୍ରାମର ନୃସିଂହ ସେଠୀଙ୍କୁ ପୁତ୍ର ସୁଦାମ ସେଠୀଙ୍କ ସହିତ ବୈଦିକ ରୀତିରେ କରାଇଥିଲେ। ବିବାହ ସମୟରେ ଦାବୀ ମୁତାବକ  ନଗଦ ଏକଲକ୍ଷ ଟଙ୍କା ସହିତ ୧୦ ଗ୍ରାମର  ସୁନାଚେନ, ୪ଟି ସୁନାମୁଦି ତଥା ଅନ୍ୟାନ୍ୟ ଉପକରଣମାନେ ପ୍ରଦାନ କରିଥିଲେ। ମାତ୍ର ବିବାହର ଦୁଇବର୍ଷପରେ ସ୍ୱାମୀ, ଶାଶୁ, ଶଶୁର ଅଧିକ ୫୦ ହଜାର ଟଙ୍କା ଯୌତୁକ ଆଣିବାକୁ ଝିଅ ଉପରେ ଚାପ ପକାଇ ଆସୁଥିଲେ। ଏନେଇ ତାଙ୍କୁ ନିୟମିତ ଭାବେ ମାନସିକ ଏବଂ ଶାରିରୀକ ଭାବେ ନିର୍ଯାତନା ଦିଆଯାଉଥିଲା। ଏପରିକି ଗତ ଦୁଇ ବର୍ଷତଳେ ଏନେଇ ତାଙ୍କ ଝିଅ ଉପରେ ମଧ୍ୟ ନିର୍ଯ୍ୟାତନା ଦିଆଯାଇଥିଲା। ଯାହାର ସମାଧାନ କୁଜଙ୍ଗ ଥାନାରେ କିଛି ଭଦ୍ରଲୋକଙ୍କ ଦ୍ୱାରା କରାଯାଇଥିଲା। ପୂର୍ବରୁ  ଗତ ୫ ତାରିଖରେ ତାଙ୍କ ଝିଅକୁ ସ୍ୱାମୀ, ଶାଶୁ, ଶଶୁର ମିଶି ମାଡ଼ମାରି ଆହତ କରିଥିବା ମଧ୍ୟ ସେ ସୂଚନା ପାଇଥିଲେ।  ତେବେ ହଠାତ ଗତକାଲି ମଧ୍ୟାହ୍ନରେ ତାଙ୍କ ଝିଅର ଦେହ ଅସୁସ୍ଥ ଥିବାନେଇ ତାଙ୍କୁ ଫୋନରେ ସୂଚନା ପ୍ରଦାନ କରାଯାଇଥିଲା। ମାତ୍ର ସେ ତାଙ୍କର ଝିଅର ଶାଶୁ ଘରେ ପହଞ୍ଚିଲାବେଳକୁ ତାଙ୍କ ଝିଅ ମରିଯାଇଥିଲେ ବୋଲି ସେ କହିଛନ୍ତି । ତେବେ ଝିଅକୁ ଅଧିକ ଯୌତୁକ ଦାବୀରେ ସ୍ୱାମୀ, ଶାଶୁ, ଶଶୁର ମାରି ଦେଇଥିବା ନେଇ ସେ ଅଭିଯୋଗ କରିଥିବା ଜଣାପଡ଼ିଛି। ଅଭିଯୋଗ ଆଧାରରେ କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲୀପ ସାହୁ ୪/୨୦ ସଂଖ୍ୟାରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିଛନ୍ତି। ତଦନ୍ତକାରୀ ଅଧିକାରୀ ପ୍ରମୋଦ ନାୟକ ଘଟଣାର ତଦନ୍ତ ଜାରି ରଖିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ଶାଖା ସ୍ତରୀୟ ଜୀବନ ବୀମା: ଏଜେଣ୍ଟ ଲିଆଫି ସମାବେଶ

October 9, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ଜନଶୁଣାଣି ଶିବିର

October 6, 2025

ଚିଲିକା ବନ୍ୟପ୍ରାଣୀ ଡିଭିଜନ୍ ପକ୍ଷରୁ ୭୧ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

October 5, 2025

ଆରଏସଏସ ବାଣପୁର ପକ୍ଷରୁ ଶତାବ୍ଦୀ ଉଦ୍ଘାଟନ ଉତ୍ସବ ଓ ପଥ ସଞ୍ଚଳନ

October 5, 2025
Latest News

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଜିତେନ୍ଦ୍ର ପ୍ରଧାନଙ୍କୁ ଗଞ୍ଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ସମ୍ୱର୍ଦ୍ଧନା

October 11, 2025

Nuapada ByElection: ପ୍ରାର୍ଥୀ ଚୟନ ନେଇ ବିଜେପିର ୟୁଟର୍ଣ୍ଣ, ଜଣେ ଆଦିବାସୀ ମହିଳାଙ୍କ ଉପରେ ନଜର

October 11, 2025

ଆଜି ସ୍ୱତନ୍ତ୍ର କୃଷି କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ

October 11, 2025

କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ୪୦ ତମ ଜାତୀୟ ଜୁନିଅର ଆଥଲେଟିକ୍ସ ଚାମ୍ପିୟନସିପ୍

October 11, 2025

ଭୁବନେଶ୍ଵରରେ “ଏକ ଜିଲ୍ଲା ଏକ ଉତ୍ପାଦ” କ୍ଷମତା ବିକାଶ କର୍ମଶାଳା ଅନୁଷ୍ଠିତ

October 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.