Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରର ଗୋଦାବରୀଶ ବିଦ୍ୟାପୀଠର ନବେତମ ଜନ୍ମୋତ୍ସବ ତଥା ବାର୍ଷିକ ପୁରସ୍କାର ଉତ୍ସବ ଅନୁଷ୍ଠିତ
ଆଞ୍ଚଳିକ

ବାଣପୁରର ଗୋଦାବରୀଶ ବିଦ୍ୟାପୀଠର ନବେତମ ଜନ୍ମୋତ୍ସବ ତଥା ବାର୍ଷିକ ପୁରସ୍କାର ଉତ୍ସବ ଅନୁଷ୍ଠିତ

January 9, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର : ଖୋର୍ଦ୍ଧା ଜିଲ୍ଲାର ସର୍ବପୁରାତନ ବିଦ୍ୟାପୀଠ ଗୋଦାବରୀଶ ବିଦ୍ୟାପୀଠର ଆଜି ନବେତମ ଜନ୍ମୋତ୍ସବ  ଓ ବାର୍ଷିକ ପୁରସ୍କାର ବିତରଣୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଚିଲିକା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ ଗୋଦାବରୀଶ ମହାବିଦ୍ୟାଳୟର ଅବସପରପ୍ରାପ୍ତ ଅଧ୍ୟକ୍ଷ ଡ. ନୃସିଂହଚରଣ ପ୍ରଧାନ।  ସନାତନ ଢାଲିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ପୂର୍ବତନ ବିଧାୟକ ତଥା ସାହିତ୍ୟିକ ଦେବେନ୍ଦ୍ର ନାଥ ମାନସିଂହ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭଞ୍ଜକିଶୋର ସାହୁ, ବରିଷ୍ଠ ସାମ୍ବାଦିକ ନୃସିଂହ ପ୍ରସାଦ ମିଶ୍ର, ଖୋର୍ଦ୍ଧା ଜିଲ୍ଲା ସାଂସଦ ପ୍ରତିନିଧି ମାନସ ରଞ୍ଜନ ପ୍ରଧାନ ପ୍ରମୁଖ।

ସକାଳ ୧୧ ଘଟିକା ସମୟରେ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରାଯାଇ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। ଏହା ପରେ ଶ୍ରେଣୀ ଗୃହ ପରିଦର୍ଶନ କରାଯାଇଥିବାବେଳେ ବିଜ୍ଞାନ ପ୍ରକଳ୍ପ  ପ୍ରଦର୍ଶନ କରାଯାଇଥିଲା। ଏହାପରେ ବାର୍ଷିକ ଉତ୍ସବର ସଭା ଆରମ୍ଭ କରାଯାଇଥିଲା। ଏହି ସଭାରେ ପ୍ରଧାନଶିକ୍ଷକ ବାର୍ଷିକ ବିବରଣୀ ପାଠ କରିଥିଲେ। ପୁରସ୍କାର ବିତରଣ ପରେ  ବିଦ୍ୟାଳୟ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।  ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏବିଓ ଯୋଗୀନାଥ ସ୍ବାଇଁ, ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରତିନିଧି ମିଟୁ ନାୟକ, ଯୁବନେତା ଜଗତବଲ୍ଲଭ ମହାରଥା, ଶେଷେଦବ ପ୍ରଧାନ ପ୍ରମୁଖ ଯୋଗଦେଇଥିବାବେଳେ ଗୋଦାବରୀଶ ବିଦ୍ୟାପୀଠର ବହୁ ପୁରାତନ ଛାତ୍ର, ଶିକ୍ଷକ, ବୁଦ୍ଧିଜୀବୀ ପ୍ରମୁଖ ସାମିଲ୍‌ ରହିଥିଲେ।

 

ପ୍ରଶାନ୍ତ କୁମାର ଜଗଦ୍ଦେବ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ପଖାଳ ଦିବସରେ ବାଣପୁରରେ ପ୍ରଚଳିତ ମା’ଭଗବତୀଙ୍କ ଅତିପ୍ରିୟ ପଖାଳ ଭୋଗ ଲୋକକଥା

March 20, 2026

ଖୋଲିଲା ମା’ ଭଗବତୀ ମନ୍ଦିର ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ କେତେ?

March 16, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026
Latest News

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026

ଯାତ୍ରୀ ସୁବିଧା ଓ ସୁରକ୍ଷାର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 20, 2026

ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

March 20, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ

March 20, 2026

ନିଶା କାରବାର ବିରୋଧରେ ଅଭିଯାନ ଜୋରଦାର: ପ୍ରାୟ ୩ ହଜାର କେଜି ଗଞ୍ଜେଇ ଜବତ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.