Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ତୃତୀୟ ଆନ୍ତର୍ଜାତୀୟ ଧଉଳି କଳା ଉତ୍ସବ ଉଦ୍ଘାଟିତ ୧୫୦ ଶିଶୁ ଚିତ୍ରଶିଳ୍ପୀଙ୍କ ପ୍ରଦର୍ଶନୀ
ଆଞ୍ଚଳିକ

ତୃତୀୟ ଆନ୍ତର୍ଜାତୀୟ ଧଉଳି କଳା ଉତ୍ସବ ଉଦ୍ଘାଟିତ ୧୫୦ ଶିଶୁ ଚିତ୍ରଶିଳ୍ପୀଙ୍କ ପ୍ରଦର୍ଶନୀ

January 12, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Dhauli Art Festival

ଭୁବନେଶ୍ୱର : ବିଶ୍ୱ ପ୍ରସିଦ୍ଧ ଧଉଳି ଶାନ୍ତିସ୍ତୁପ ପାଦ ଦେଶରେ ଅବସ୍ଥିତ ଧଉଳି ହସ୍ତଶିଳ୍ପ ବଜାର ଓ ମହାବିଦ୍ୟାଳୟ ପରିସରରେ ଉଦ୍ଘାଟିତ ହୋଇଯାଇଛି ତିନିଦିନିଆ ଜାତୀୟ ଧଉଳି କଳା ଉତ୍ସବ। ଏହି ଅବସରରେ ପ୍ରଥମ ଦିନ ୧୫୦ ଶିଶୁ ଚିତ୍ରଶିଳ୍ପୀଙ୍କ ଚିତ୍ର କଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏଥିରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସମ୍ମାନନୀୟ ଅତିଥି ରୂପେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଯୁଗ୍ମ ସଚିବ ମନୋସ୍ୱିନୀ ସାହୁ, ଟୁରିଷ୍ଟ ଅଫିସର ଅଜୟ ରାଉତ, ବାରିଷ୍ଟର ରଣଜିତ ମହାନ୍ତି, ଏଜୁକେଶନ ଇନ୍ଷ୍ଟିଚୁସନର ନିର୍ଦ୍ଦେଶକ ସସ୍ମିତା ମହାନ୍ତି, ଧଉଳି ସରପଞ୍ଚ ପୂର୍ଣ୍ଣିମା ସାହୁ, ହରେକୃଷ୍ଣ ସାହୁ, ନେପାଳର ବରିଷ୍ଠ ଚିତ୍ରଶିଳ୍ପୀ ଭୀମ ପ୍ରସାଦ ଶର୍ମା, ଶିଳ୍ପ ଓ କଳା ଓ ତାହାର ପ୍ରଭାବ ଉପରେ ଦୃଷ୍ଟିପାତ କରି ଶିଳ୍ପୀମାନଙ୍କୁ ପ୍ରଶଂସା କରିଥିଲେ। ଏହି ଅବସରରେ ସ୍ୱର୍ଗତ ଶିଳ୍ପୀ ଶରତ କୁମାର ରଥ ସମ୍ମାନରେ ହାଇଦ୍ରାବାଦର ଏମ୍. ରମେଶ ଓ ଭୁବନେଶ୍ୱରର ବିଶ୍ୱବିଜେତା ମହାରଣାଙ୍କୁ ସମ୍ମାନିତ କରାଯାଇଥିଲା। ଉତ୍ସବ ଅବସରରେ ମଧ୍ୟ ବିଶ୍ୱ ଶାନ୍ତି ଓ ବିଶ୍ୱ ତାପମାନ ବିଷୟବସ୍ତୁକୁ ନେଇ ଚିତ୍ରକଳା ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଛାତ୍ରଛାତ୍ରୀମାନେ ଖୁବ୍ ସୁନ୍ଦର ଚିତ୍ର ଅଙ୍କନ କରିଥିଲେ।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

କାର୍ତ୍ତିକରେ ମାନ ସମ୍ମାନ, ଉତ୍ତମ ସ୍ବାସ୍ଥ୍ୟ ଓ ଲାଭ ପାଇଁ ଆପଣାନ୍ତୁ ଏହି ଉପାୟ

November 2, 2025

ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ଯୋଗଦେଲେ ଆଇନମନ୍ତ୍ରୀ

October 31, 2025

ନଭେମ୍ବର ୨ରୁ ଶ୍ରୀକ୍ଷେତ୍ରରେ ମହାପଞ୍ଚୁକ ବ୍ରତ: ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବିଶେଷ ପଦକ୍ଷେପ

October 31, 2025

ଭୀମ ଭୋଇ ମହାବିଦ୍ୟାଳୟର ପ୍ରାଧ୍ୟାପିକାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

October 30, 2025
BJP Ads
Latest News

ସ୍ବତନ୍ତ୍ର ଶିକ୍ଷକ ପଦବୀ ଅନୁମୋଦନ ପାଇଁ ଆଇନ ମନ୍ତ୍ରୀଙ୍କୁ‌ କୃତଜ୍ଞତା ଜଣାଇଲେ ଓଏସଇଏଫଡ଼ି ସଂଘ

November 2, 2025

ତୃତୀୟ ଟି-୨୦କୁ ୫ ୱିକେଟରେ ଜିତିଲା ଭାରତ: ହୋବାର୍ଟରେ ଅଷ୍ଟ୍ରେଲିଆର ପ୍ରଥମ ବିଜୟ

November 2, 2025

ସହଜ ହେଲା ଆଧାର ଅପଡେଟ୍, ଏବେ ଘରେ ବସି ଅନଲାଇନରେ କରିପାରିବେ ଏହି ସବୁ କାମ  

November 2, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆପତ୍ତିଜନକ ଭାଷା ବ୍ୟବହାର କରିବା ମହଙ୍ଗା ପଡିଲା: ଅଭିଯୁକ୍ତ ଗିରଫ

November 2, 2025

“କୌଣସି ହିଂସା ଗ୍ରହଣୀୟ ନୁହେଁ”: ଦୁଲାରଚାନ୍ଦ ହତ୍ୟା ମାମଲାରେ ସିଇସି ଙ୍କ ଚେତାବନୀ

November 2, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.