Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଏବିଭିପି ପକ୍ଷରୁ ବାଲୁଗାଁ-ବାଣପୁର ଏବଂ ନାଚୁଣୀରେ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ
ଆଞ୍ଚଳିକ

ଏବିଭିପି ପକ୍ଷରୁ ବାଲୁଗାଁ-ବାଣପୁର ଏବଂ ନାଚୁଣୀରେ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ

January 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
ବାଣପୁର : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ବାଣପୁର-ବାଲୁଗାଁ ନଗର ଶାଖା ପକ୍ଷରୁ ଆଜି ରାଷ୍ଟ୍ରୀୟ ଯୁବ ଦିବସ ତଥା ସ୍ବାମୀ ବିବେକାନନ୍ଦ ଜୟନ୍ତୀ ପାଳିତ ହୋଇଛି। ବାଣପୁର,ବାଲୁଗାଁ ଏବଂ ନାଚୁଣୀରେ ଏକକାଳୀନ ଏହି କାର୍ଯ୍ୟକ୍ରମ ପାଳିତ ହୋଇଛି । ବାଣପୁରର ସହୀଦ କୃତିବାସ ଭବନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ତଥା ଓଡିଶା ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବରେ ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ଭେଟେଶ୍ବର ଗ୍ରାମ ପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ ଯୋଗ ଦେଇଥିଲେ । ମୁଖ୍ୟ ଅତିଥିଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ସମ୍ମାନିତ ଅତିଥି ଭାବରେ ଏବିଭିପିର ଶୁଭେଚ୍ଛୁ ତଥା 13 ନଂ ଜୋନ୍‌ ଜିଲ୍ଲା ପରିଷଦ ସଭ୍ୟ, ଖୋର୍ଦ୍ଧା ଅମରେନ୍ଦ୍ର ରଣସିଂହ ଓ ବାଣପୁର ଅଞ୍ଚଳର ସମାଜସେବୀ ଭଗବାନ ପ୍ରଧାନ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ନଗର ସମ୍ପାଦକ ବିକାଶ କୁମାର ସେଠୀ ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ଛାତ୍ରୀ ପ୍ରମୁଖ ସଙ୍ଗୀତା ସ୍ବାଇଁ ପରିଷଦ ଗୀତ ଗାନ କରିଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଏବିଭିପିର ରାଜ୍ୟ ଏସ୍‌ଏଫ୍‌ଡି ଯୁଗ୍ମ ସଂଯୋଜକ ତଥା ଖୋର୍ଦ୍ଧା ଜିଲ୍ଲା ସହପ୍ରମୁଖ ସୀତାରାମ ଅଗ୍ରଓ୍ବାଲ ପରିଚାଳନା କରିଥିବା ବେଳେ ନଗର ସହ ସମ୍ପାଦକ ସନ୍ତୋଷ କୁମାର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ଫୁଲତୋଡା ପ୍ରତିବଦଳରେ ଅଭିନବ ଭାବରେ ଚାରାବୃକ୍ଷ ପ୍ରଦାନ କରାଯାଇଥିଲା।

ଅନୁରୂପ ଭାବରେ ନାଚୁଣୀ ଏବଂ ବାଲୁଗାଁ ଶାଖା ପକ୍ଷରୁ ମଧ୍ୟ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ ହୋଇଯାଇଛି। ନାଚୁଣୀ ଶାଖା ପକ୍ଷରୁ ବିଦ୍ୟାର୍ଥୀ ଟ୍ୟୁଟୋରିଆଲ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ବାଲୁଗାଁ ଶାଖା ପକ୍ଷରୁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଦ୍ୟାର୍ଥୀ ଟ୍ୟୁଟୋରିଆଲ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାଳିଜାଇ ଜୁନିୟର ରେସିଡନ୍ସିଆଲ କଲେଜର ଅଧ୍ୟକ୍ଷ ପ୍ରଫେସର ଗଙ୍ଗାଧର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ସମାଜସେବୀ ନିରଞ୍ଜନ ଦାଶ ଯୋଗ ଦେଇଥିଲେ । ନାଚୁଣୀ କଲେଜ ଯୁକ୍ତ ୩ ଏବିଭିପି କ୍ୟାମ୍ପସ୍‌ ୟୁନିଟ୍‌ ସଭାପତି ବିପ୍ଲବ ଗୁରୁ ଏବଂ ଜିଲ୍ଲା କମିଟି ସଦସ୍ୟ ରବୀନ୍ଦ୍ର ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ବାଲୁଗାଁରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଲୁଗାଁ କଲେଜ ଯୁକ୍ତ ୩ ଏବିଭିପି କ୍ୟାମ୍ପସ୍‌ ୟୁନିଟ୍‌ ସଭାପତି ତରୁଣ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବାଲୁଗାଁ ସରସ୍ବତୀ ଶିଶୁ ମନ୍ଦିର ସମ୍ପାଦକ ରଞ୍ଜିତ କୁମାର ବଡଜେନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ପୂର୍ବତନ ଏବିଭିପି କାର୍ଯ୍ୟକର୍ତ୍ତା ତଥା ଖୋର୍ଦ୍ଧା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସତ୍ୟନାରାୟଣ ସେନାପତି ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ବାଣପୁର ପରି ବାଲୁଗାଁ ଏବଂ ନାଚୁଣୀରେ ମଧ୍ୟ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

abvp balugaon banpur nachuni NATIONALYOUTHDAY
Share. Facebook Twitter LinkedIn Email WhatsApp Copy Link

Related Posts

ଶହୀଦ ବାଜି ରାଉତଙ୍କ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

February 24, 2026

ନାକଟିଦେଉଳରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା

February 24, 2026

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026
Latest News

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026

ଶହୀଦ ବାଜି ରାଉତଙ୍କ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

February 24, 2026

ଭାରତୀୟ ରେଳବାଇର ତିନୋଟି ଟ୍ରାକ୍‌ ଦୋହରୀକରଣ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

February 24, 2026

ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ୍ ଟ୍ରେନକୁ ଆଧୁନିକ ଏଲଏଚବି କୋଚ୍ ସହିତ ଅପଗ୍ରେଡ୍ କରିବ ପୂର୍ବତଟ ରେଳପଥ 

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.