Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପ୍ରଭାବଶାଳୀଙ୍କ ଲୋଲୁପ ଦୃଷ୍ଟିରେ ସରକାରୀ ସମ୍ପତ୍ତି: ଅଙ୍ଗନବାଡି ପାଚେରୀ ଭାଙ୍ଗିବାକୁ ଚାଲିଛି ମସୁଧା
ଆଞ୍ଚଳିକ

ପ୍ରଭାବଶାଳୀଙ୍କ ଲୋଲୁପ ଦୃଷ୍ଟିରେ ସରକାରୀ ସମ୍ପତ୍ତି: ଅଙ୍ଗନବାଡି ପାଚେରୀ ଭାଙ୍ଗିବାକୁ ଚାଲିଛି ମସୁଧା

January 14, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

କୁଜଙ୍ଗ: କୁଜଙ୍ଗ ବ୍ଳକ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ଏକ ଅଙ୍ଗନବାଡ଼ୀ ପାଚେରୀକୁ ଭାଙ୍ଗିବାକୁ ସ୍ଥାନୀୟ କିଛି ପ୍ରଭାବଶାଳୀ ବ୍ୟକ୍ତି ଉଦ୍ୟମ କରୁଥିବାବେଳେ ଏଥିରେ ହସ୍ତକ୍ଷେପ କରିବା ପାଇଁ ଅଭିଭାବକମାନେ ଜିଲ୍ଲାପାଳଙ୍କ  ନିକଟରେ ନିବେଦନ କରିଥିବା ଜଣାପଡ଼ିଛି। ଏନେଇ ସ୍ଥାନୀୟ ଥାନା ଅଧିକାରୀ, ବିଡ଼ିଓ ଏବଂ ତହସିଲଦାରଙ୍କୁ ମଧ୍ୟ ଅଭିଭାବକମାନେ ସୂଚନା ପ୍ରଦାନ କରିଥିବା ଜଣାପଡ଼ିଛି। ତେବେ କୋମଳମତି ଶିଶୁଙ୍କୁ ହୀନ ରାଜନୀତିର ଶିକାର କରାଯାଉଥିବାରୁ ଏହି ଘଟଣାରେ ବୁଦ୍ଧିଜୀବୀଙ୍କ ମହଲରେ ଘୋର ପ୍ରତିକ୍ରିୟା ସୃଷ୍ଟି ହୋଇଛି।

ପ୍ରକାଶଯେ, ମଙ୍ଗରାଜପୁର ଅଙ୍ଗନବାଡ଼ୀ-୨ କେନ୍ଦ୍ରରେ ସ୍ଥାନୀୟ ଅଂଚଳର କୁନିକୁନି ପିଲାମାନେ ଅଧ୍ୟୟନ କରୁଛନ୍ତି। ଏହି କେନ୍ଦ୍ର ମଧ୍ୟ ପରିଚାଳନା କ୍ଷେତ୍ରରେ କୃତିତ୍ୱ ଅର୍ଜ୍ଜନକରି ଜିଲ୍ଲାସ୍ତରରେ ପୁରସ୍କୃତ ହୋଇଥିବା ଜଣାପଡ଼ିଛି। କେନ୍ଦ୍ର ଚର୍ତୁପାଶ୍ୱରେ ପାଚେରୀ ନଥିବାରୁ ଶିଶୁମାନେ ଅସୁରକ୍ଷିତ ଭାବେ ଏଠାରେ ଅଧ୍ୟୟନ କରୁଥିଲେ। ତେବେ ବ୍ଳକ ପକ୍ଷରୁ ୨ ଲକ୍ଷ ଟଙ୍କାରେ ଏହାର ପାଚେରୀ ନିର୍ମାଣ କରାଯାଇଥିଲା। ମାତ୍ର ଏହି ପାଚେରୀ ରାସ୍ତାର ବହୁ ଦୂରରେ ଥିବା ସତ୍ତ୍ବେ ଏହାକୁ ଭାଙ୍ଗିବାକୁ ଗ୍ରାମର କେତେକ ପ୍ରଭାବଶାଳୀ ବ୍ୟକ୍ତିମାନେ  କିଛିଦିନ ହେବ ଉଦ୍ୟମ ଚଳାଇଛନ୍ତି ବୋଲି ଅଭିଯୋଗ ହୋଇଛି। ଏନେଇ ଏକାଧିକବାର ଉଦ୍ୟମ ହୋଇଥିବା ଜଣାପଡ଼ିଛି। ତେବେ ସରକାରୀ ଅର୍ଥ ବ୍ୟୟରେ ସରକାରୀ ଜମି ଉପରେ ସରକାରଙ୍କ ଗୃହର ପାଚେରୀ ଭାଙ୍ଗିବାପାଇଁ ଏହି ବ୍ୟକ୍ତିମାନେ କେଉଁଠାରୁ ଅଧିକାର ପାଇଲେ ବୋଲି ପ୍ରଶ୍ନ ଉଠିଛି। ତପନ କୁମାର ସାହୁ, ଆଲୋକ କୁମାର ସ୍ୱାଇଁ, ଲକ୍ଷ୍ମୀଧର ସ୍ୱାଇଁ, କାଳନ୍ଦୀ ସ୍ୱାଇଁ, ପବିତ୍ର ବେହେରା, ଜଗନ ସ୍ୱାଇଁ, କବିନ୍ଦ୍ର ବେହେରା, ବୈଦ୍ୟନାଥ ରାଉତ,ରୂପକ ସ୍ୱାଇଁ,ରଶ୍ମୀତା ଦାସ,ସୁବାଷ ବେହେରା, ପ୍ରତିମା ବେହେରା ପ୍ରମୁଖ ଶତାଧିକ ଅଙ୍ଗନବାଡ଼ୀ ଶିଶୁଙ୍କ ଅଭିଭାବକ ଏବଂ ଅଭିଭାବିକା ମାନେ ଏଥିରେ ହସ୍ତକ୍ଷେପ କରିବାକୁ ଜିଲ୍ଲାପାଳଙ୍କୁ ଲିଖିତଭାବେ ନିବେଦନ କରିଥିବା ଜଣାପଡ଼ିଛି। ସେହିପରିଭାବେ ଏନେଇ ସ୍ଥାନୀୟ ତହସିଳଦାର ଏବଂ ଥାନା ଅଧିକାରୀଙ୍କ ନିକଟରେ ମଧ୍ୟ ଲିଖିତଭାବେ ଆବେଦନ କରାଯାଇଥିବା ଜଣାପଡ଼ିଛି।

ତେବେ ଏହି ଅଙ୍ଗନବାଡ଼ି ପାଚେରଟି ସମ୍ପୂର୍ଣ୍ଣ ଭାବରେ ସରକାରୀ ଜାଗାରେ ରହିଛି। ଏଥିରେ କାହାର ଅସୁବିଧା ହେଉନଥିବାର ଜଣାଯାଇଛି। ଯଦି କେହି ଏହାକୁ ଭାଙ୍ଗିବାକୁ ଉଦ୍ୟମ କରନ୍ତି, ତା’ହେଲେ, ସରକାରୀ ନିୟମ ଅନୁସାରେ ଦଣ୍ଡିତ ହେବାର ପ୍ରାବଧାନ ରହିଛି। ଅପରପକ୍ଷରେ ଥାନା ଅଧିକାରୀ ଏହି କାର୍ଯ୍ୟ ନ କରିବାକୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବାରଣ କରିଥିବା ଜଣାପଡିଛି। ତେବେ ଏହି ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରୁ ଅନେକ ସରକାରୀ ଦଣ୍ଡାକୁ ନିଜ ନାମରେ ସ୍ଥାୟୀ ରେକର୍ଡ କରାଇନେଇଥିବାର ଜଣାଯାଇଛି। ସେହିପରି ଅନ୍ୟ କେତେକ ସରକାରୀ ଜମିରେ ସ୍ଥାୟୀ ନିର୍ମାଣ କରିଛନ୍ତି। ସମ୍ପୃକ୍ତ ପ୍ରଭାବଶାଳୀ ବ୍ୟକ୍ତିମାନେ କାହିଁକି ଅଙ୍ଗନବାଡି କେନ୍ଦ୍ରର ପାଚେରୀ ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି, ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି।

ଅଙ୍ଗନବାଡ଼ି କେନ୍ଦ୍ର କୁଜଙ୍ଗ ବ୍ଳକ ମଙ୍ଗରାଜପୁର
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର: ତାରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

December 27, 2025

୪୯୧ଟି ଅଙ୍ଗନବାଡି କେନ୍ଦ୍ରକୁ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

December 25, 2025

ମନ୍ଦାକିନୀ ନୋଡାଲ ଇଉପିଏସ ସ୍କୁଲରେ ବାର୍ଷିକ ଉତ୍ସବ

December 23, 2025

ବାଲୁଗାଁ ମହାବିଦ୍ୟାଳୟ‌ର ଅର୍ଥନୀତି ବିଭାଗ ପକ୍ଷରୁ ଏକ-ଦିବସୀୟ ଜାତୀୟ ସମ୍ପାନ ଅନୁଷ୍ଠିତ

December 23, 2025
Latest News

ଆଜି ବର୍ଷର ଶେଷଦିନ, କଣ ରହିଛି ଆପଣଙ୍କ ଭାଗ୍ୟ ଓ ଭବିଷ୍ୟତରେ, ଜାଣନ୍ତୁ ରାଶିଫଳ

December 31, 2025

ବରଗଡ଼ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୩୮୦ କୋଟିର ଚାରିଟି ନୂଆ ପ୍ରକଳ୍ପ ଘୋଷଣା

December 30, 2025

ଗୁମଲାରେ ଅର୍ନ୍ତରାଜ୍ୟ ଜନସାଂସ୍କୃତିକ ସମାଗମ ସମାରୋହ – କାର୍ତ୍ତିକ ଯାତ୍ରାରେ ଯୋଗ ଦେଲେ ରାଷ୍ଟ୍ରପତି

December 30, 2025

ଭାରତରେ ନିର୍ମିତ ‘ଧ୍ରୁବ-ନେକ୍ସଟ୍ ଜେନେରେସନ୍’ ପ୍ରଥମ ଉଡ଼ାଣ

December 30, 2025

IPS Promotions: ବରିଷ୍ଠ ଆଇପିଏସଙ୍କୁ ସରକାର ଦେଲେ ନୂଆବର୍ଷର ଭେଟି

December 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.