Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଉଚ୍ଚ ନୂଆଗାଁ ଶାରଳା ବିଦ୍ୟାପୀଠରେ ଭବ୍ୟ ସମାରୋହରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ
ଆଞ୍ଚଳିକ

ଉଚ୍ଚ ନୂଆଗାଁ ଶାରଳା ବିଦ୍ୟାପୀଠରେ ଭବ୍ୟ ସମାରୋହରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

February 3, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର:ମଣିଷ ତିଆରି କାରଖାନାରେ ଦିର୍ଘ ୩୪ବର୍ଷର କର୍ମମୟ ଜୀବନରୁ ଜଣେ ଶିକ୍ଷକ ଅବସର ଗ୍ରହଣ କରିବାର ଏକ ଭାବବିହ୍ୱଳିତ ପରିବେଶ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଭିତର ଅନ୍ଧାରି ପଞ୍ଚାୟତ ଉଚ୍ଚନୂଆଗାଁ ଶାରଳା ବିଦ୍ୟାପୀଠରେ। ଉଚ୍ଚ ନୂଆଗାଁ ଶାରଳା ବିଦ୍ୟାପୀଠରେ ଦୀର୍ଘ ୩୪ ବର୍ଷ ଶିକ୍ଷକତା କରି ଅବସର ଗ୍ରହଣ କରିଛନ୍ତି ପ୍ରଧାନଶିକ୍ଷକ ବିଜୟ କେତନ ପରିଡା। ଶ୍ରୀ ପରିଡାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳନ ଅବସରରେ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା ମହାଆଡମ୍ବରରେ ଉତ୍ସବ। ବିଦାୟୀ ଶିକ୍ଷକଙ୍କୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶୁଭେଚ୍ଛୁ ମାନେ ବାଜାବାଣ ରୋସଣିରେ ବିଦ୍ୟାଳୟକୁ ପାଛୋଟି ଆଣିଥିଲେ । ପୂଜ୍ୟପୂଜା ପରମ୍ପରାରେ ବିଦ୍ୟାଳୟ ଫାଟକ ଆଗରେ ବନ୍ଦାପନା କରାଯାଇଥିଲା। ଅଭିଭାବକ, ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଓ ସହକର୍ମୀଙ୍କ ଆଖିରେ ଆଖିଏ ଲେଖାଏଁ ଲୁହ। ଜଣେ ଭାବବିହ୍ୱଳିତ ସହକର୍ମୀ ଶିକ୍ଷୟତ୍ରୀ ମୂର୍ଛା ହୋଇପଡିବା ଦେଖିବାକୁ ମିଳିବା ବିଦାୟୀ ଶିକ୍ଷକଙ୍କ ଲୋକପ୍ରିୟତା ଓ ଛାତ୍ରବତ୍ସଳତାର ନିଦର୍ଶନ ପାଲଟିଥିଲା। ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଅଧ୍ୟାପକ ଡ. ଶରତଚନ୍ଦ୍ର ପରିଡା ଅଧ୍ୟକ୍ଷତା କରିଥିବା ବେଳେ ଶିକ୍ଷକ ବିକାଶ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ।। ତିର୍ତ୍ତୋଲ କଲେଜ ଅଧ୍ୟକ୍ଷ , ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ, ବାଲିକୁଦା ବ୍ଲକର ପୁର୍ବତନ ବିଇଓ ସଚ୍ଚିଦାନନ୍ଦ ସାହୁ,ଏରସମା ବ୍ଲକ ଏବିଓ ରମେଶ ଚନ୍ଦ୍ର ପରିଡା,ଶିକ୍ଷକ ସଂଘ ନେତା ହୃଦାନନ୍ଦ ପାଳ,ନିଶାକର ପରିଡା, ଅଶୋକ ମହାନ୍ତି, ପ୍ରକାଶ ସ୍ୱାଇଁ, ପ୍ରଧାନଶିକ୍ଷକ ସୁଧିର ମହାପାତ୍ର, ସ୍ଥାନୀୟ ସରପଞ୍ଚ ଜୟନ୍ତୀ ସ୍ୱାଇଁ, ସମିତି ସଭ୍ୟ ସୂର୍ଯ୍ୟକାନ୍ତ ପରିଡା ସମେତ ବିଶିଷ୍ଟ ଅତିଥିମାନେ ଯୋଗଦେଇଥିଲେ। ବରିଷ୍ଠ ଶିକ୍ଷକ ତଥା ମୁଖ୍ୟ ସଂଯୋଜକ ଅରବିନ୍ଦ ପଟ୍ଟନାୟକ ଓ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟର ପରିଚାଳନା କମିଟି ଗ୍ରାମବାସୀ ସର୍ବୋପରି ପୁରାତନ ଛାତ୍ରଛାତ୍ରୀ ମାନେ ଉତ୍ସବର ସଫଳତା ପାଇଁ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ। ପ୍ରଦୀପ ପ୍ରଜ୍ୱଳନ ପୁର୍ବକ ସମାରୋହ ଉଦଘାଟନ କରାଯାଇଥିବା ବେଳେ ବିଦାୟୀ ଶିକ୍ଷକଙ୍କ ଉଦେଶ୍ୟରେ ପୁସ୍ତକ ବିଜୟ ବାର୍ତ୍ତାକୁ ଅତିଥିମାନେ ଉନ୍ମୋଚିତ କରିଥିଲେ। ଏହି ଉତ୍ସବରେ ଏରସମା ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷକ ସଂଘ ନେତା ଓ ପ୍ରଶାସକ ଯୋଗଦେଇ ବିଦାୟୀ ଶିକ୍ଷକ ବିଜୟ କେତନ ପରିଡାଙ୍କ କର୍ମମୟ ଜୀବନ ଓ ଛାତ୍ରବତ୍ସଳତାକୁ ପ୍ରଶସାଂ କରିଥିଲେ। ଛାତ୍ରଛାତ୍ରୀ, ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ, ସହକର୍ମୀ,ପରିଚାଳନା କମିଟି ଓ ଗ୍ରାମବାସୀ ଉତ୍ସସିତ ସମ୍ବର୍ଦ୍ଧିତ କରିଥିଲେ। ଅବଶିଷ୍ଟ ଜୀବନ ଶିକ୍ଷା ଓ ଛାତ୍ରଛାତ୍ରୀଙ୍କ ପାଇଁ ଦେବେ ବୋଲି କହିବା ସହ ଆଜିର ସମ୍ବର୍ଦ୍ଧନା ପାଇଁ ଖୁସି ବ୍ୟକ୍ତ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

December 16, 2025

ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି

December 15, 2025

ଆଇନ ମନ୍ତ୍ରୀଙ୍କୁ ଭେଟିଲେ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟିର ସଭ୍ୟ

December 14, 2025

ବାଣପୁର କୋର୍ଟ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

December 13, 2025
Latest News

ବଡ଼ ରେକର୍ଡ କଲା ଟାଟା ସିଏରା: ୨୪ ଘଣ୍ଟା ମଧ୍ୟରେ ହେଲା ୭୦,୦୦୦ ରୁ ଅଧିକ ବୁକିଂ

December 17, 2025

ଭାରତ ବନାମ ଦକ୍ଷିଣ ଆଫ୍ରିକା: ଆଜି ଲକ୍ଷ୍ନୌରେ ଚତୁର୍ଥ ଟି-୨୦,ଜାଣନ୍ତୁ କାହାର ପଲ୍ଲା ଭାରି?

December 17, 2025

ମୟୂରଭଞ୍ଜରେ ରେଳ ଭିତ୍ତିଭୂମି ବିକାଶ ସମ୍ପର୍କରେ ଲୋକସଭାରେ ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ

December 17, 2025

୧୫୦ ଟଙ୍କା ବିୟର ବୋତଲ ଉପରେ କେତେ ଟିକସ ଲାଗୁ ହୁଏ, ଜାଣନ୍ତୁ କାହାର ଅଂଶ କ’ଣ?

December 17, 2025

ରିଲାଏନ୍ସ ପକ୍ଷରୁ ୭୫ ବର୍ଷ ପୁରୁଣା ‘ଏସଆଇଏଲ’ ବ୍ରାଣ୍ଡର ନୂତନ ସ୍ୱାଦ ଏବଂ ଶୈଳୀରେ ଶୁଭାରମ୍ଭ

December 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.