Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ହାତରୁ ପଇସା ଖର୍ଚ୍ଚ କରି ଫେରୁଛନ୍ତି କଳାହାଣ୍ଡିର ପ୍ରବାସୀ ଶ୍ରମିକ
ଆଞ୍ଚଳିକ

ହାତରୁ ପଇସା ଖର୍ଚ୍ଚ କରି ଫେରୁଛନ୍ତି କଳାହାଣ୍ଡିର ପ୍ରବାସୀ ଶ୍ରମିକ

May 30, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି : ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ବିଭିନ୍ନ ପ୍ରକାରର ନିୟମ ପ୍ରଣୟନ କରାଯାଇଥିବା ବେଳେ ଏହାର ସୁବିଧା ଶ୍ରମିକଙ୍କ ନିକଟରେ ଏହାର ସୁବିଧା ପହଞ୍ଚିପାରୁନାହିଁ । ସରକାରଙ୍କ ପକ୍ଷରୁ ଶ୍ରମିକ ସ୍ପେସିଆଲ ଟ୍ରେନ୍‌ ଚଳାଯାଉଥିବା ବେଳେ ଶ୍ରମିକଙ୍କ ନିକଟରେ ପହଞ୍ଚି ପାରୁନାହାନ୍ତି ସରକାର । ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ ମାନେ ଏହି ସୁବିଧାରୁ ବଞ୍ଚିତ ରହୁଥିବା ବେଳେ ନିଜ ହାତରୁ ଖର୍ଚ୍ଚ କରି ରାଜ୍ୟକୁ ଫେରିଛନ୍ତି ।

ପ୍ରବାସୀ ଶ୍ରମିକ ମାନଙ୍କୁ ଫେରିବା ପାଇଁ ଓଡିଶା ସରକାର ଅନଲାଇନ ପଂଜୀକରଣ ବ୍ୟବସ୍ଥା କରିବା ସହିତ ବିଭିନ୍ନ ରାଜ୍ୟ ପାଇଁ ବରିଷ୍ଠ ପଦାଧିକାରୀ ମାନଙ୍କୁ ଦାୟୀତ୍ୱ ଦେଇଥିବା ଜଣାପଡିଛି । ଏତେ ସବୁ ବ୍ୟବସ୍ଥା ସତ୍ୱେ ଶହ ଶହ ଶ୍ରମିକ ଚାଲି ଚାଲି, ସାଇକେଲରେ, ଏପରିକି ବର୍ଷ ତମାମ କଷ୍ଟ କରି ଉପାର୍ଜନ କରି ସଂଚିଥିବା ଟଙ୍କା ଖର୍ଚ୍ଚ କରି ଗାଡି ଭଡା କରି ଘରକୁ ଫେରୁଥିବା ଦେଖାଯାଉଛି । ଗତ ୨୪ ତାରିଖ ଦିନ କଳାହାଣ୍ଡି ର ଧର୍ମଗଡ ବ୍ଲକ ହାତୀପଖାନ ଓ ବେହେରାଗୁଡା ଗ୍ରାମର ୪୩ ଜଣ ପ୍ରବାସୀ ଶ୍ରମିକ ଗୋଆରୁ ନିଜ ଖର୍ଚ୍ଚରେ ଏକ ବସ ଭଡା କରି ଧର୍ମଗଡ ଫେରିଥିଲେ । ଲକଡାଉନ ସ୍ଥିତିରେ କାମ ନଥିବାରୁ ଭୋକ ଉପାସରେ ଦିନ କାଟୁଥିବା ବେଳେ ନିଜ ପାଖରେ ପାଇସାପତ୍ର ନଥିବାରୁ ବସଭଡା ବାବଦକୁ ୧ଲକ୍ଷ ୯୫ ହଜାର ଟଙ୍କା ନିଜ ନିଜ ଘରୁ ଟଙ୍କା ମଗାଇ ଫେରିଥିଲେ । ଅନଲାଇନ ରେ ଆବେଦନ କରିଥିଲେହେଁ ସେମାନଙ୍କୁ କୌଣସି ସରକାରୀ ବ୍ୟବସ୍ଥା କରାଯାଇନଥିବାରୁ ନିଜ ଖର୍ଚ୍ଚ କରି ଫେରିଥିବା ଉକ୍ତ ପ୍ରବାସୀମାନେ ଅଭିଯୋଗ କରିଛନ୍ତି । ସେମାନଙ୍କୁ ଜୟନ୍ତପୁର ଟିଏମସିରେ ରଖାଯାଇଥରବା ଜଣାପଡିଛି ।

ସେହିପରି ଦଣ୍ଡପାଟ ଅଂଚଳର ଛଂଚାଣ ବାହାଲି ଗ୍ରାମର ୪୦ ଜଣ ପ୍ରବାସୀ ଶ୍ରମିକ ଗୋଆର ରାଜଧାନୀ ପାଣାଜୀରୁ ୨ଲକ୍ଷ ୩୦ ହଜାର ଟଙ୍କା ଦେଇ ଏକ ଘରୋଇ ବସ ଭଡା କରି ଧର୍ମଗଡ ଫେରିଥିବା ଜଣାପଡିଛି । ଅନଲାଇନରେ ପଂଜୀକରଣ କରିଥିଲେହେଁ ସରକାରୀ ସ୍ତରରେ କୌଣସି ବ୍ୟବସ୍ଥା କରାଯାଇନଥିବାରୁ ସେମାନେ ବାଧ୍ୟ ହୋଇ ଗାଡି ଭଡା ଦେବାକୁ ଫ୍ୟାକ୍ଟ୍ରି ମାଲିକ ଠାରୁ ଅଗ୍ରିମ ଆଣି ବସଭଡାକରି ଫେରିଥିବା ପ୍ରକାଶ କରିଛନ୍ତି । ସେମାନଙ୍କୁ ଛଂଚାଣବାହାଲି ଟିଏମସିରେ ରଖାଯାଇଥିବା ପ୍ରକାଶ । ସରକାରଙ୍କ ପକ୍ଷରୁ କରାଯାଉଥିବା ପଞ୍ଜୀକରଣ କରାଯାଉଥିବା ବେଳେ ସଠିକ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି ।

kalahandi migrant
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଓଡ଼ଗାଁରେ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

June 6, 2026

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026

ବାଣପୁର ବ୍ଲକ ପରିସରରେ ଆଇନ ସଚେତନତା ଶିବିର

May 27, 2026
Latest News

ୱାୟନାଡରେ ଚିନ୍ତାଜନକ ଘଟଣା: ସ୍କୁଲର ୧୫୦ ଛାତ୍ରଛାତ୍ରୀ ଅସୁସ୍ଥ

June 7, 2026

AIADMKକୁ ବଡ଼ ଝଟକା, TVKରେ ୩୦୦ରୁ ଅଧିକ ନେତାଙ୍କ ଯୋଗଦାନ

June 7, 2026

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026

ସମ୍ବଲପୁର ଫୁଟବଲ ଏକାଡେମୀ ପାଇଁ ନିର୍ମାଣ ହେବ ଫିଫା ମାନର ଆଧୁନିକ ପଡ଼ିଆ, ଖର୍ଚ୍ଚ ୧୫ କୋଟି

June 6, 2026

ବାଣପୁର: ଓଡ଼ଗାଁରେ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.