Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଧାନ ସଂଗ୍ରହ ପାଇଁ ହେବ ଅନଲାଇନ ପଞ୍ଜୀକରଣ, ଜଗତସିଂହପୁର ଓ ରାହାମା ଆର୍.ଏମ୍.ସି ରେ ହେବ କର୍ମଚାରୀଙ୍କ ପ୍ରଶିକ୍ଷଣ
ଆଞ୍ଚଳିକ

ଧାନ ସଂଗ୍ରହ ପାଇଁ ହେବ ଅନଲାଇନ ପଞ୍ଜୀକରଣ, ଜଗତସିଂହପୁର ଓ ରାହାମା ଆର୍.ଏମ୍.ସି ରେ ହେବ କର୍ମଚାରୀଙ୍କ ପ୍ରଶିକ୍ଷଣ

July 23, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର: ଖରିଫ୍ ଋତୁ ପାଇଁ କୃଷକ ମାନଙ୍କଠାରୁ ଧାନ ସଂଗ୍ରହ ନିମନ୍ତେ ଆସନ୍ତା ଅଗଷ୍ଟ ୧ ତାରିଖ ଠାରୁ ଅଗଷ୍ଟ ମାସ ୩୧ ତାରିଖ ପର୍ଯ୍ୟନ୍ତ କୃଷକମାନଙ୍କର ଅନ୍ ଲାଇନ୍‌ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଚାଲିବ। ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଜଗତସିଂହପୁର ଜିଲ୍ଲାରେ କୃଷକମାନଙ୍କର ଅନ୍‌ଲାଇନ ପଞ୍ଜିକରଣ କରାଯିବା ପାଇଁ କ୍ଷେତ୍ରୀୟ କର୍ମଚାରୀଙ୍କ ମଧ୍ୟରେ ପର୍ଯ୍ୟାୟ କ୍ରମେ ପ୍ରଶିକ୍ଷଣ ଶିବିର ଜଗତସିଂହପୁର ଆର.ଏମ୍‌.ସି ଏବଂ ରାହାମା ଆର.ଏମ୍‌.ସି ସମ୍ମିଳନୀ କକ୍ଷରେ ତା ୨୭.୭.୨୦ ରିଖ ଠାରୁ ତା ୩୧.୭.୨୦ ରିଖ ମଧ୍ୟରେ ଅନୁଷ୍ଠିତ ହେବ।

ପ୍ରାପ୍ତ ସୂଚନା ଅନୁଯାୟୀ ଜଗତସିଂହପୁର ଆର.ଏମ୍‌.ସି ସମ୍ମିଳନୀ କକ୍ଷରେ ୨୭ ତାରିଖ ଦିବା ୧୧ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଜଗତସିଂହପୁର ବ୍ଲକର ୧୬ ଗୋଟି ସମବାୟ ସମିତି ଏବଂ ୩ ଘଟିକା ଠାରୁ ୫ ଘଟିକା ପର୍ଯ୍ୟନ୍ତ ବିରିଡି ବ୍ଲକର ୬ ଗୋଟି ସମବାୟ ସମିତିର କ୍ଷେତ୍ରୀୟ କର୍ମଚାରୀମାନଙ୍କ ମଧ୍ୟରେ ପ୍ରଶିକ୍ଷଣ ଅନୁଷ୍ଠିତ ହେବ।

ସେହିପରି ୨୮ ତାରିଖ ଦିବା ୧୧ ଘଟିକା ଠାରୁ ଅପରାହ୍ନ ୧ ଘଟିକା ମଧ୍ୟରେ ବାଲିକୁଦା ବ୍ଲକର ୨୧ ଗୋଟି ସମବାୟ ସମିତି, ଅପରାହ୍ନ ୩ ଘଟିକା ଠାରୁ ୫ ଘଟିକା ପର୍ଯ୍ୟନ୍ତ ନାଉଗାଁ ବ୍ଲକର ୬ ଗୋଟି ସମବାୟ ସମିତି, ୨୯ ତାରିଖ ଦିବା ୧୧ ଘଟିକାରୁ ଅପରାହ୍ନ ୧ ଘଟିକା ମଧ୍ୟରେ ଏରସମା ବ୍ଲକର ୧୬ଗୋଟି ସମବାୟ ସମିତି, ଅପରାହ୍ନ ୩ ଘଟିକା ଠାରୁ ୫ ଘଟିକା ପର୍ଯ୍ୟନ୍ତ କୁଜଙ୍ଗ ବ୍ଲକର ୧୬ଗୋଟି ସମବାୟ ସମିତି, ୩୦ ତାରିଖ ଦିବା ୧୧ ଘଟିକା ଠାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ରଘୁନାଥପୁର ବ୍ଲକର ୯ ଗୋଟି ସମବାୟସମିତି, ଅପରାହ୍ନ ୩ ଘଟିକା ଠାରୁ ୫ ଘଟିକା ପର୍ଯ୍ୟନ୍ତ ତିର୍ତୋଲ ବ୍ଲକର ୧୫ ଗୋଟି ସମବାୟ ସମିତିର କ୍ଷେତ୍ରୀୟ କର୍ମଚାରୀଙ୍କର ପ୍ରଶିକ୍ଷଣ ରାହାମା ଆର.ଏମ.ସିରେ ଅନୁଷ୍ଠିତ ହେବ।

ଜଗତସିଂହପୁର ଓ ରାହାମା ନିୟନ୍ତ୍ରିତ ବଜାର କମିଟିର ସେକ୍ରେଟାରୀମାନେ କୃଷକମାନଙ୍କ ଅନ୍ ଲାଇନ୍ରେ ଜିଷ୍ଟ୍ରେସନ୍ ସଂପର୍କରେ ମାଇକ୍‌,ଫ୍ଲେକ୍ସ ବ୍ୟାନର ମାଧ୍ୟମରେ କୃଷକ ମାନଙ୍କୁ ସଚେତନ କରିବା ପାଇଂ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କୋଭିଡ୍‌-୧୯ ଗାଇଡ୍‌ଲାଇନ୍ ଅନୁଯାୟୀ ସାମାଜିକ ଦୂରତା, ସାନିଟାଇଜେସନ୍ ଓ ମାକ୍ସ ବ୍ୟବହାର ମୁତାବକ ଅନୁଷ୍ଠିତ ହେବ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗାଣ ଅଧିକାରୀ, ମାର୍କେଟିଙ୍ଗ ଇନିସ୍‌ପେକ୍ଟର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ସେଣ୍ରାଲ କୋଅପରେଟିଭ୍ ବ୍ୟାଙ୍କର ଶାଖା ପରିଚାଳକମାନେ ଯୋଗଦେବେ।

ଅନଲାଇନ ପଞ୍ଜୀକରଣ ଖରିଫ୍ ଋତୁ ଜଗତସିଂହପୁର ଧାନ ସଂଗ୍ରହ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026

ଡାଲିର ଗୁଣ ଜ୍ଞାନ ଓ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

March 9, 2026

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

March 5, 2026
Latest News

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 12, 2026

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026

ତିରୁଚିରାପଲ୍ଲିରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 12, 2026

ଦୃଢ଼ ଡିଜିଟାଲ ଭିତ୍ତିଭୂମି ଦ୍ୱାରା ଡିଜିଟାଲ ଅନ୍ତର୍ଭୁକ୍ତିକୁ ଆଗେଇ ନେଉଛି ଡିଜିଟାଲ ଇଣ୍ଡିଆ: ଅଶ୍ୱିନୀ ବୈଷ୍ଣବ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.