Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ଏନ.ଏ.ସି କରୋନା ସ୍ଥିତି ସମୀକ୍ଷା କଲେ ଉପଜିଲ୍ଲାପାଳ, ଭୋଜିଭାତ କଲେ ଜେଲ୍
ଆଞ୍ଚଳିକ

ବାଣପୁର ଏନ.ଏ.ସି କରୋନା ସ୍ଥିତି ସମୀକ୍ଷା କଲେ ଉପଜିଲ୍ଲାପାଳ, ଭୋଜିଭାତ କଲେ ଜେଲ୍

July 23, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ କରୋନା ସ୍ଥିତି ନେଇ ଆଜି ଖୋର୍ଦ୍ଧା ଉପ ଜିଲ୍ଲାପାଳ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ଆଗକୁ କରୋନା ମହାମାରୀ ରୋକିବା ପାଇଁ କଣ ସବୁ ପଦକ୍ଷେପ ନିଆଯିବ ସେ ନେଇ ମଧ୍ୟ ବିସ୍ତୃତ ଆଲୋଚନା କରିଛନ୍ତି।

ଉପ ଜିଲ୍ଲାପାଳ ଅଶୋକ ବେଉରିଆ ବାଣପୁର ଏନ.ଏ.ସି ଗସ୍ତ କରି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟର ସଭାଗୃହରେ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଥିଲେ। ଉକ୍ତ ବୈଠକରେ ଉପଜିଲ୍ଲାପାଳ ବାଣପୁର ସହରାଞ୍ଚଳରେ ବଢୁଥିବା କରୋନା ସଂକ୍ରମଣର ସ୍ଥିତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ବାଣପୁର ଏନ.ଏ.ସି ରେ କଣ୍ଟାକ୍ଟ ଟ୍ରେସିଙ୍ଗ ପ୍ରକ୍ରିୟା ତ୍ୱରାନ୍ୱିତ ହେବ, କଣ୍ଟେନମେଣ୍ଟ ଜୋନ ଗଠନ ଠିକ୍ ଭାବେ ହେବ, ପୋଲିସ ମୁତୟନ ଏବଂ ପାଟ୍ରୋଲିଂ କଡ଼ାକଡ଼ି ହେବ, ୱାର୍ଡ କମିଟି ମେମ୍ବର ମାନେ ପ୍ରତି ୱାର୍ଡର ଘରେ ଘରେ ବୁଲି କୋଭିଡ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚି଼ହ୍ନଟ କରି କୋଭିଡ କେୟାର ହୋମକୁ ସ୍ଥାନାନ୍ତର କରିବାକୁ ବୈଠକରେ ଆଲୋଚନା ହୋଇଛି।

ବାହାଘର ଏବଂ ବ୍ରତଘର ଭୋଜି ଉପରେ ସଂପୂର୍ଣ୍ଣ କଟକଣା ଲଗାଯାଇଛି। ଥାନା ଆଇଆଇସିଙ୍କ ଠାରୁ ଅନୁମତି ନେଇ ବାହାଘର କରିପାରିବେ, କିନ୍ତୁ ଭୋଜିଭାତ କେହି କରିପାରିବେ ନାହିଁ। ଯଦି ଭୋଜିଭାତ କେହି କରନ୍ତି ସେ ସମ୍ପର୍କରେ ତହସିଲଦାର କିମ୍ବା ପୋଲିସକୁ ସୂଚନା ଦେବାପାଇଁ ଉପଜିଲ୍ଲାପାଳ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଆଇନ ଉଲ୍ଲଂଘନ କଲେ ଆୟୋଜକଙ୍କ ଉପରେ ଜରିମାନା ପଡିବ, ଏପରିକି ଜେଲ ବି ହୋଇପାରେ।

ଆଜି ବାଣପୁର ହସ୍ପିଟାଲରୁ ପୁଣି ଜଣେ କରୋନା ଯୋଦ୍ଧା ପଜିଟିଭ ଚି଼ହ୍ନଟ ହେବାପରେ ବାଣପୁର ଡାକ୍ତରଖାନାର ଓପିଡ଼ି ଆଗକୁ ବନ୍ଦ ରହିପାରେ ବୋଲି ଉପଜିଲ୍ଲାପାଳ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

ଏହି ଅବସରରେ ବାଣପୁରର କିଛି ସଚେତନ ସାମାଜିକ କର୍ମୀ, ମହିଳା ସଂଘ ଏବଂ ସାମ୍ବାଦିକମାନେ ଅଞ୍ଚଳରେ କରୋନା ମହାମାରୀକୁ ପ୍ରତିହିତ କରିବା ପଥରେ ଉପୁଜିଥିବା ପାଖାପାଖି ୧୦ଟି ମୁଖ୍ୟ ସମସ୍ୟାର ସମାଧାନ ପାଇଁ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଯଥାଶୀଘ୍ର ଏସବୁର ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ।

ଉକ୍ତ ବୈଠକରେ ଉପ ଜିଲ୍ଲାପାଳଙ୍କ ସହ ବାଣପୁର ତହସିଲଦାର ମନ୍ମଥ କୁମାର ବେହେରା, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ, ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ାଃ ଧୂର୍ଜଟି ପ୍ରସାଦ ମହାପାତ୍ର, ସିଡ଼ିପିଓ ସୁପରଭାଇଜର, ସମସ୍ତ ସ୍ଵେଛାସାଥି, ସି.ଓ ଏବଂ ୱାର୍ଡ ଅଫିସର ମାନେ ଉପସ୍ଥିତ ଥିଲେ।

ଉପଜିଲ୍ଲାପାଳ ବାଣପୁର ଏନ.ଏ.ସି
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସାଧାରଣ ସଭା: ସମବାୟର ବିକାଶ ଓ ବ୍ୟବସାୟିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ

September 30, 2026

କର୍ତ୍ତବ୍ୟନିଷ୍ଠ ଶିକ୍ଷୟିତ୍ରୀ ବିନୋଦିନୀ କୁଣ୍ଡୁଙ୍କୁ ଭାବବିହ୍ୱଳ ବିଦାୟ

September 30, 2026

ପଥୁରିଆ ଅଙ୍ଗନୱାଡି କେନ୍ଦ୍ରରେ ୯ମ ରାଷ୍ଟ୍ରୀୟ ପୋଷଣ ମାସ–୨୦୨୬

September 30, 2026

ଗୁରୁଜୀ ମହେଶ୍ୱର ମଲ୍ଲଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ପାଳିତ 

September 29, 2026
Latest News

ଆଇଆଇଏମ୍‌ସିରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

October 2, 2026

ଦେଶର ଅର୍ଥନୀତିରେ ନୂଆ ରେକର୍ଡ: ସେପ୍ଟେମ୍ବରରେ ୨ ଲକ୍ଷ କୋଟି ଟପିଲା ଜିଏସ୍‌ଟି ସଂଗ୍ରହ

October 2, 2026

୨୦୦୮ ଅହମଦାବାଦ ବିସ୍ଫୋରଣ ମାମଲା: ମୁଜାହିଦିନ୍ ଆତଙ୍କୀର ମୃତ୍ୟୁଦଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

October 2, 2026

ଜଳ ଯୋଦ୍ଧାମାନଙ୍କୁ ଆତିଥ୍ୟ ପ୍ରଦାନ କଲେ କେନ୍ଦ୍ର ଜଳ ଶକ୍ତି

October 2, 2026

ହୱାଲା ଜରିଆରେ ଆସିଥିଲା ୯ କୋଟି: ୟାସିନ୍ ମଲିକଙ୍କ ସମେତ ୭ ଜଣଙ୍କ ବିରୋଧରେ ଚାର୍ଜଫ୍ରେମ୍ ନିର୍ଦ୍ଦେଶ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.