Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ: କୋଭିଡ଼ ନିୟମାବଳୀ ଅନୁଯାୟୀ ଅନ୍ତିମ ସଂସ୍କାର କଲା ପ୍ରଶାସନ
ଆଞ୍ଚଳିକ

ବାଣପୁରର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ: କୋଭିଡ଼ ନିୟମାବଳୀ ଅନୁଯାୟୀ ଅନ୍ତିମ ସଂସ୍କାର କଲା ପ୍ରଶାସନ

August 13, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ବାଣପୁର ଏନ.ଏ.ସି ର ଜଣେ ବିଶିଷ୍ଟ ସମାଜସେବୀ ତଥା ଅବସରପ୍ରାପ୍ତ ଶିକ୍ଷକ ହାଡିବନ୍ଧୁ ପାତ୍ର(୯ ୦)ଙ୍କ ଧର୍ମଶାଳା ରୋଡ଼ ସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି। ସ୍ବର୍ଗତ ପାତ୍ର ବହୁତ ଦିନ ହେବ ବିଭିନ୍ନ ରୋଗରେ ପୀଡ଼ିତ ଥାଇ ଶଯ୍ୟାଶାୟୀ ଥିଲେ। ହେଲେ ବିଡ଼ମ୍ବନାର ବିଷୟ ହେଲା କି ନିକଟରେ ତାଙ୍କ ପରିବାରର ଅନ୍ୟ ସମସ୍ତ ପାଞ୍ଚ ଜଣ ସଦସ୍ୟ କୋଭିଡ ପଜିଟିଭ ଚି଼ହ୍ନଟ ହୋଇ ପ୍ରଶାସନର ଅନୁମତି ନେଇ ହୋମ ଆଇସୋଲେସନରେ ରହିଥିବା ହେତୁ ମୃତକଙ୍କ ଶବ ସତ୍କାର କରିବା ସେମାନଙ୍କ ପକ୍ଷେ ସମ୍ଭବ ହୋଇନଥିଲା।

ଦୁଃଖଦ ସମୟରେ ପରିବାର ବର୍ଗ ହତାଶ ହୋଇ ଶେଷରେ ହାଡିବନ୍ଧୁଙ୍କ ଅନ୍ତିମ ସଂସ୍କାର ପାଇଁ ବାଣପୁର ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲଙ୍କ ସହଯୋଗ ଲୋଡ଼ିଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ତୁରନ୍ତ ଏନ.ଏ.ସି ପ୍ରଶାସନର କର୍ମଚାରୀଙ୍କୁ ନେଇ ସ୍ବର୍ଗତ ପାତ୍ରଙ୍କ ବାସଭବନ ନିକଟରେ ପହଞ୍ଚିଥିଲେ। ଏନ.ଏ.ସି ପ୍ରଶାସନ ଦ୍ୱାରା ବାସଭବନ ବିଶୋଧନ କରାଯାଇଥିଲା ଏବଂ ଏନ.ଏ.ସି କର୍ମଚାରୀ ମାନେ ପି.ପି.ଇ କିଟ ପରିଧାନ କରି ମୃତକଙ୍କ ଶବକୁ ବାସଭବନରୁ ସ୍ମଶାନକୁ ନେଇଥିଲେ।

କୋଭିଡର ସମସ୍ତ ଗାଇଡ଼ଲାଇନକୁ ପାଳନ କରି ବାଣପୁର ଏନ.ଏ.ସି ପ୍ରଶାସନ ଦ୍ୱାରା ସ୍ବର୍ଗତ ଶ୍ରୀ ପାତ୍ରଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ କରାଯାଇଥଲା ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ନିଆଲ ସୂଚନା ଦେଇଛନ୍ତି। ଉକ୍ତ କାର୍ଯ୍ୟରେ ଏନ.ଏ.ସି ପ୍ରଶାସନକୁ ପୂର୍ଣ୍ଣ ସହଯୋଗ କରିଥିଲେ ସ୍ବର୍ଗତ ପାତ୍ରଙ୍କ ଆତ୍ମୀୟ କେଶବ ଚନ୍ଦ୍ର ସାହୁ, ଅଜୟ ଦାସ ଏବଂ ଅଜିତ ଅଗ୍ରୱାଲ। ବାଣପୁର ଏନ.ଏ.ସି ପ୍ରଶାସନର ଏତାଦୃଶ ମହତ କାର୍ଯ୍ୟପାଇଁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି।

ଦେହାନ୍ତ ସମାଜସେବୀ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସାଧାରଣ ସଭା: ସମବାୟର ବିକାଶ ଓ ବ୍ୟବସାୟିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ

September 30, 2026

କର୍ତ୍ତବ୍ୟନିଷ୍ଠ ଶିକ୍ଷୟିତ୍ରୀ ବିନୋଦିନୀ କୁଣ୍ଡୁଙ୍କୁ ଭାବବିହ୍ୱଳ ବିଦାୟ

September 30, 2026

ପଥୁରିଆ ଅଙ୍ଗନୱାଡି କେନ୍ଦ୍ରରେ ୯ମ ରାଷ୍ଟ୍ରୀୟ ପୋଷଣ ମାସ–୨୦୨୬

September 30, 2026

ଗୁରୁଜୀ ମହେଶ୍ୱର ମଲ୍ଲଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ପାଳିତ 

September 29, 2026
Latest News

ଏଡ଼ସ୍ ସଚେତନତା ପାଇଁ ରେଡ୍ ରନ୍ ମାରାଥନ ୪.୦ ଅନୁଷ୍ଠିତ

October 1, 2026

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ମାମଲା ପ୍ରତ୍ୟାହାର ପାଇଁ ପିତାଙ୍କ ଆବେଦନ

October 1, 2026

ଏନ୍‌ଏସ୍‌ଏସ୍ ଦିବସ ଉପଲକ୍ଷେ ସୋଆ କ୍ୟାମ୍ପସ୍‌-୫ ଷ୍ଟାଡିୟମ୍‌ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

October 1, 2026

ହାଇକୋର୍ଟରେ ବିଚାରପତି ପଦବୀ ଖାଲି: ନିଯୁକ୍ତି ଦାବିରେ ଆଇନଜୀବୀଙ୍କ ପଦଯାତ୍ରା

October 1, 2026

ଖୋର୍ଦ୍ଧା: ବକ୍ସି ଜଗବନ୍ଧୁ ଉଚ୍ଚ ବିଦ୍ୟାଳୟରେ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.