୧୦ରେ ରାହୁଲ ଏବଂ ୧୧ରେ ସୋନିଆଙ୍କ ପ୍ରାର୍ଥୀପତ୍ର ଦାଖଲ

Published: Apr 5, 2019, 12:41 pm IST
rahul and sonia nomination file on 10th and 11th april

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଆସନ୍ତା ଏପ୍ରିଲ୍‌ ୧୦ ତାରିଖରେ ଆମେଥିରୁ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ସେହିପରି ୧୧ ତାରିଖରେ ୟୁପିଏ ମୁଖ୍ୟ ସୋନିଆ ଗାନ୍ଧୀ ରାଏ ବରେଲୀରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ଉଭୟଙ୍କ ନାମାଙ୍କନ ଦାଖଲ ସମୟରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉପସ୍ଥିତ ରହିବେ ବୋଲି ଜଣାପଡିଛି। ଉତ୍ତର ପ୍ରଦେଶ ଲୋକସଭା ନିର୍ବାଚନ ପାଇଁ ଏପ୍ରିଲ୍‌ ୧୦ରୁ ଚତୁର୍ଥ ପର୍ଯ୍ୟାୟ ନାମାଙ୍କନ ଦାଖଲର ପ୍ରଥମ ଦିନ ହୋଇଥିବା ବେଳେ ରାହୁଲ ଗାନ୍ଧୀ ସେହିଦିନ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ଏପ୍ରିଲ୍‌ ୧୧ ତାରିଖରେ ରାଏବରେଲୀରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଉଥିବା ବେଳେ ବିଜେପି ପକ୍ଷରୁ ପୂର୍ବତନ କଂଗ୍ରେସ ନେତା ଦୀନେଶ ପ୍ରତାପ ସିଂଙ୍କୁ ଟିକଟ ଦିଆଯାଇଛି। ଆମେଥିରୁ ରାହୁଲ ୨୦୧୪ ନିର୍ବାଚନରେ ସ୍ମୃତି ଇରାନୀଙ୍କୁ ୧ ଲକ୍ଷ ଭୋଟରେ ପରାସ୍ତ କରିଥିବା ବେଳେ ରାଏବରେଲୀରୁ ସୋନିଆ ଅଜୟ ଅଗ୍ରଓ୍ବାଲଙ୍କୁ ୪ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଥିଲେ।

Related posts