Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଣପୁର: ସମବାୟ ସମିତିରେ ମହାଦୁର୍ନୀତି, କର୍ମଚାରୀ ଖାଇଗଲେ ଗରିବ ଚାଷୀଙ୍କ ୬ ଲକ୍ଷ ଟଙ୍କା
ଅପରାଧ

ବାଣପୁର: ସମବାୟ ସମିତିରେ ମହାଦୁର୍ନୀତି, କର୍ମଚାରୀ ଖାଇଗଲେ ଗରିବ ଚାଷୀଙ୍କ ୬ ଲକ୍ଷ ଟଙ୍କା

July 3, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ବର୍ତ୍ତମାନ ସାରା ରାଜ୍ୟରେ ଚାଷୀମାନଙ୍କ ମଣ୍ଡି ସମସ୍ୟାକୁ ନେଇ ବିରୋଧ ଦଳ ଆନ୍ଦୋଳନ ଜାରି ରଖିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ହଳନ୍ଦା ସମବାୟ ସମିତିରେ ଏକ ବଡ଼ ଦୁର୍ନୀତିର ଗୁମର ଫିଟିଛି। ଗୋଟିଏ ପଟେ ଚାଷୀ ମାନଙ୍କୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଥିବା ବେଳେ ଅପରପକ୍ଷରେ ଚାଷୀ ମାନଙ୍କୁ ଲୁଟିବାରେ ଲାଗିଛନ୍ତି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସଂସ୍ଥାମାନ।

ଅଭିଯୋଗ ମୁତାବକ ହଳନ୍ଦା ସମବାୟ ସମିତି ଅଧୀନରେ ଥିବା ହଳନ୍ଦା, ବଡ଼ସିରେଇପୁର, ଅରଖଡିହ, ବେରୁଆଁବାଡ଼ି, ସାଲୁଣି ଏବଂ କୋଳଥଡିହ ଗ୍ରାମର ପାଖାପାଖି ୩୦ ଜଣ ଚାଷୀ ଗତ ମାର୍ଚ୍ଚ ମାସ ୧୯ ତାରିଖରୁ ସେମାନଙ୍କ ଧାନ ବିକ୍ରି କରିଥିଲେ ସୁଧା ଅଦ୍ୟାବଧି ଧାନ ବିକ୍ରି ଟଙ୍କା ସେମାନେ ପାଇନାହାନ୍ତି। ଚାଷୀମାନଙ୍କ କହିବା କଥା ଯେ, ସେମାନେ ହାରାହାରି ୩୨୨ କ୍ୟୁଇଣ୍ଟାଲ ଧାନ ସମବାୟ ସମିତି ଜରିଆରେ ବିକ୍ରି କରିଛନ୍ତି, ଯାହାର ସରକାରୀ ମୂଲ୍ୟ କ୍ୟୁଇଣ୍ଟାଲ ପିଛା  ୧୮୬୮ ଟଙ୍କା ହିସାବରେ ପାଖାପାଖି ୬ ଲକ୍ଷ ଟଙ୍କା ହେବ।

ନିୟମ ମୁତାବକ ଧାନ ବିକ୍ରିର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଇସା ଆସିବା କଥା। କିନ୍ତୁ ଏହା ଭିତରେ ସାଢେ ତିନି ମାସ ବିତିଯାଇଥିଲେ ମଧ୍ୟ ଚାଷୀଙ୍କ ଆକାଉଣ୍ଟରେ ଏପର୍ଯ୍ୟନ୍ତ ପଇସା ଜମା ହୋଇନାହିଁ। ଏ ନେଇ ବାରମ୍ବାର ଚାଷୀମାନେ ହଳନ୍ଦା ସମବାୟ ସମିତି ଡ଼ିଇଓ ବିପ୍ଳବ ବିଶୋଇଙ୍କୁ ପଚାରିଥିଲେ ମଧ୍ୟ ସେ ବାରମ୍ବାର ବିଭିନ୍ନ ବାହାନା ଦେଖାଇ ଦିନ ଗଡ଼ାଇ ଚାଲିଛନ୍ତି। ଅନୁରୂପ ଭାବେ ସମବାୟ ସମିତି ସମ୍ପାଦକ ଜୟନ୍ତ ରଣସିଂହକୁ ପଚାରିବାରୁ ସେ ମଧ୍ୟ କଥାକୁ ଏଡାଇଦେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ତେବେ ସେମାନଙ୍କ ସନ୍ଦେହ ବଢ଼ିବାରୁ ବାଧ୍ୟ ହୋଇ ଗତକାଲି କିଛି ଚାଷୀ ମାନେ ଖୋର୍ଦ୍ଧା ଜିଲ୍ଲା ସମବାୟ ସମିତି ସହ ନିବନ୍ଧକଙ୍କ ନିକଟକୁ ଯାଇ ଏନେଇ ଅଭିଯୋଗ କରିବା ସହ ଜିଲ୍ଲାପାଳଙ୍କୁ ମଧ୍ୟ ଏକ ପତ୍ର ଦେଇ ଉକ୍ତ ଦୁର୍ନୀତିର ତଦନ୍ତ ପାଇଁ ଦାବି କରିଛନ୍ତି। ଆମ ଚିଲିକା ପ୍ରତିନିଧି ଏନେଇ  ଜିଲ୍ଲା ସମବାୟ ସମିତି ସହ ନିବନ୍ଧକ ଉମାଶଙ୍କର ଦାସଙ୍କୁ ପଚାରିବାରୁ ଉକ୍ତ ଘଟଣା ସତ୍ୟ ବୋଲି ସେ ସ୍ୱୀକାର କରିବା ସହ ଚାଷୀମାନଙ୍କ ଟୋକନର ଅବଧି ଉକ୍ତ ଦିନ ସରିଯାଇଥିଲେ ସୁଦ୍ଧା ଡ଼ିଇଓ ଜାଣିଶୁଣି ସେମାନଙ୍କ ମିଛ ଆଇ ସ୍କାନ କରି ନକଲି ଭେଣ୍ଡର ସ୍ଲିପ ଦେଇ ଧାନଗୁଡିକୁ ବେଆଇନ ଭାବେ ଅନ୍ୟତ୍ର ବିକ୍ରି କରିଦେଇଥିବାର କହିଛନ୍ତି।

ତେବେ ସମବାୟ ସମିତି ସମ୍ପାଦକ ମଧ୍ୟ ଏଥିରେ ସାମିଲ ଅଛନ୍ତି କି ନାହିଁ ପଚାରିବାରୁ ବୁଧବାର ସୁଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ଏକ ନିରପେକ୍ଷ ଯାଞ୍ଚ ରିପୋର୍ଟ ପ୍ରସ୍ତୁତ କରାଯିବ ଏବଂ ଯିଏ ଦୋଷୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ଦାସ କହିଛନ୍ତି।

ଅନୁରୂପ ଭାବେ ଏ ନେଇ ଆମ ପ୍ରତିନିଧି ହଳନ୍ଦା ସମବାୟ ସମିତିର ସମ୍ପାଦକ ଜୟନ୍ତ ରଣସିଂହଙ୍କୁ ଯୋଗାଯୋଗ କରିବାରୁ ସେ ଉକ୍ତ ଘଟଣା ସତ ବୋଲି କହିବା ସହ ହୋଇଥିବା ଦୁର୍ନୀତିକୁ ସ୍ୱୀକାର କରିଛନ୍ତି। ତାଙ୍କ କହିବା ମୁତାବକ ଡ଼ିଇଓ ୨୩ ଜଣ ଚାଷୀଙ୍କ ୩୧୪ କ୍ୟୁଇଣ୍ଟାଲ ଧାନକୁ ୧୭୦୦ (ପ୍ରତି କ୍ୟୁଇଣ୍ଟାଲ) ଟଙ୍କା ହିସାବରେ ୫ ଲକ୍ଷ ୩୪ ହଜାର ଟଙ୍କାରେ ଅନ୍ୟତ୍ର ବିକି ନିଜେ ଚଳୁ କରିଦେଇଛନ୍ତି। ସେହିପରି ଭାବେ ଡ଼ିଇଓଙ୍କୁ ଆମ ପ୍ରତନିଧି ବାରମ୍ବାର ଯୋଗାଯୋଗ କରିଥିଲେ ସୁଦ୍ଧା ତାହା ସମ୍ଭବ ହୋଇପାରିନାହିଁ।

ଗୋଟେ ପକ୍ଷରେ ଚାଷୀମାନେ ଉଭୟ ଡ଼ିଇଓ ଏବଂ ସମ୍ପାଦକ ମିଶିକରି ଏତେବଡ ଦୁର୍ନୀତି କରିଥିବାର କହୁଥିବା ବେଳେ ଅନ୍ୟ ପକ୍ଷରେ ସମ୍ପାଦକ ଡ଼ିଇଓଙ୍କ ମୁଣ୍ଡରେ ଅଠା ବୋଳୁଛନ୍ତି।  ତେବେ ଏପରି ମହାଦୁର୍ନୀତି ଦୀର୍ଘ ତିନି ମାସ ହେଲା ଚାଲିଥିବାବେଳେ ଜିଲ୍ଲା ପ୍ରଶାସନ କିପରି ଏହାର ଟେର ପାଇଲା ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଯଥାଶୀଘ୍ର ସମବାୟ ବିଭାଗ ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ସହ ଗରିବ ଚାଷୀଙ୍କ ପ୍ରାପ୍ୟ ସେମାନେ କିପରି ଫେରିପାଇବେ ସେଦିଗରେ ପଦକ୍ଷେପ ଗ୍ରହଣ କରିବାପାଇଁ ସାଧାରଣରେ ଦାବି ହେଉଛି।

ବାଣପୁର ମହାଦୁର୍ନୀତି ସମବାୟ ସମିତି
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୨୩ ତାରିଖ ସୋମବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

February 23, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026
Latest News

ଆଜି ମାର୍ଚ୍ଚ ୨୩ ତାରିଖ ସୋମବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

February 23, 2026

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.