![navjot singh sidhu slams to pm modi](https://thesamikhsya.com/odia/wp-content/uploads/2019/04/sidhu.jpg)
ପଞ୍ଜାବ କ୍ୟାବିନେଟ୍ ମନ୍ତ୍ରୀ ନଭଜୋତ ସିଂ ସିଦ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି। ସିଦ୍ଧୁ କହିଛନ୍ତି ମୋଦି ଦ୍ବିତୀୟ ଥର କ୍ଷମତାକୁ ଆସିଲେ ଦେଶ ଧ୍ବଂସ ହୋଇଯିବ। ସେ ଆହୁରି ମଧ୍ୟ କହିଛନ୍ତି, ‘ଚୀନ୍ ସମୁଦ୍ର ତଳେ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ରାସ୍ତା ନିର୍ମାଣ କରୁଛି, ଆମେରିକା ମଙ୍ଗଳରେ ଜୀବନର ସନ୍ଧାନ କରୁଛି, ଋଷ ରୋବୋଟିକ୍ ସେନାବାହିନୀ ନିର୍ମାଣ ପାଇଁ ପ୍ରଚେଷ୍ଟା ଚଳାଇଥିବା ବେଳେ ଆମର ପ୍ରଧାନମନ୍ତ୍ରୀ ଚୌକିଦାରୀ କରୁଛନ୍ତି ଏବଂ ଯିଏକି ବାସ୍ତବରେ ଜଣେ ଲୁଟେରା’। ଛତିଶଗଡର ରାୟପୁରରେ ଏକ ରାଲିରେ ସେ କହିଛନ୍ତି, କଂଗ୍ରେସ ଏପରି ଏକ ଦଳ ଯାହାର କହିବା ଏବଂ କାର୍ଯ୍ୟ କରିବା ଶୈଳୀରେ କୌଣସି ପ୍ରଭେଦ ନଥାଏ। ପଞ୍ଜାବରେ ସରକାର ପ୍ରତିଜ୍ଞା ମୁତାବକ ୧୧-୧୫ ଲକ୍ଷ ପର୍ଯ୍ୟନ୍ତ ଋଣ ଛାଡ କରିଥିଲେ। ତେଣୁ ଦେଶର ନାଗରିକ ମାନେ ସଚେତନ ହୋଇ ଭୋଟ ପ୍ରଦାନ କରିବା ଉଚିତ ବୋଲାି ସିଦ୍ଧୁ କହିଛନ୍ତି।