Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ପରକୀୟା ପ୍ରୀତିରେ ପୁରୁଷଙ୍କୁ ପଛରେ ପକାଇଲେ ମହିଳା
ଜୀବନ ଶୈଳୀ

ପରକୀୟା ପ୍ରୀତିରେ ପୁରୁଷଙ୍କୁ ପଛରେ ପକାଇଲେ ମହିଳା

August 2, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତୀୟମାନେ ସେକ୍ସ ତଥା ଶାରିରୀକ ସମ୍ପର୍କକୁ ନେଇ ଏବେବି ବେଶ୍‌ ରକ୍ଷଣଶୀଳ। ବିଶେଷକରି ମହିଳାମାନେ ବିବାହ ପରେ ନିଜ ସ୍ବାମୀଙ୍କ ଛଡା ଅନ୍ୟ କାହା ପ୍ରତି ଶାରିରୀକ ସମ୍ପର୍କ ରଖି ନଥା’ନ୍ତି। ଭାରତରେ ଏହାକୁ ଏକ ପ୍ରକାରର ଅପରାଧ ବୋଲି ବିବେଚନା କରାଯାଏ। ସାମାଜିକ ଦୃଷ୍ଟିକୋଣରୁ ମଧ୍ୟ ଏହାକୁ ଖରାପ ନଜରରେ ଦେଖାଯାଇଥାଏ। କିନ୍ତୁ ମିଳିଥିବା ଏକ ରିପୋର୍ଟ ଅନୁସାରେ ଭାରତୀୟ ମହିଳାମାନେ ଭାରତୀୟ ପୁରୁଷଙ୍କଠାରୁ ଅଧିକ ପରକୀୟା ପ୍ରୀତି କରିଥା’ନ୍ତି ବୋଲି ଜଣାପଡିଛି। ଏକ୍ସଟ୍ରା ମ୍ୟାରେଟିଆଲ୍‌ ଡେଟିଂ ଆପ୍‌ର ଆସିଥିବା ଏକ ରିପୋର୍ଟ ଅନୁସାରେ ଭାରତୀୟମାନେ ଏବେ ଏହି ପ୍ରସଙ୍ଗକୁ ନେଇ ବେଶ୍‌ ବୋଲ୍ଡ ହୋଇଯାଇଛନ୍ତି।

ଏକ୍ସଟ୍ରା ମ୍ୟାରିଟିଆଲ୍‌ ଡେଟିଂ ଆପ୍‌ ଗ୍ଲୀଡେନ୍‌ର ସର୍ଭେ ଅନୁସାରେ ୫୩ ପ୍ରତିଶତ ଭାରତୀୟ ମହିଳା ପରକୀୟା ପ୍ରୀତିକୁ ସ୍ବୀକାର କରିଛନ୍ତି। ସେମାନେ ନିଜ ସ୍ବାମୀଙ୍କ ଛଡା ଅନ୍ୟ ପୁରୁଷ ସହ ଅନ୍ତରଙ୍ଗ ସମ୍ପର୍କରେ ରହିଥିବାର ଜଣାଇଛନ୍ତି । ସେହିପରି ବିବାହ ପରେ ଅନ୍ୟ ସ୍ତ୍ରୀ ସହିତ ସମ୍ପର୍କ ରଖୁଥିବା ପୁରୁଷଙ୍କ ସଂଖ୍ୟା ୪୩ ପ୍ରତିଶତ ବୋଲି ଜଣାପଡିଛି।

ଗ୍ଲୀଡେନ୍‌ର ମାର୍କେଟିଂ ଡାଇରେକ୍ଟରଙ୍କ ମତରେ ରୋମାନ୍ସ ଓ ଧୋକ୍କା ମାମଲାରେ ଭାରତୀୟ ମହିଳା ବେଶ୍‌ ଖୋଲା ଚିନ୍ତାଧାରା ରଖୁଛନ୍ତି । ମହିଳାମାନେ ନିଜ ପାର୍ଟନର୍‌ ସହ ସମ୍ପର୍କକୁ ପ୍ରଭାବିତ ନ କରିବା ପାଇଁ ସେହିପରି ପରିବେଶ ସୃଷ୍ଟି କରିଥା’ନ୍ତି ।  ମହିଳାମାନେ ନିଜ ପାର୍ଟନରଙ୍କୁ ହଇରାଣ ନ କରି ଅନ୍ୟ ଏକ ପ୍ରେମ ସମ୍ପର୍କକୁ ଆରାମରେ ଆରମ୍ଭ କରିପାରନ୍ତି ବୋଲି କହିଛନ୍ତି ଗ୍ଲୀଡେନ୍‌ର ମାର୍କେଟିଂ ଡାଇରେକ୍ଟର। ଏହି ସର୍ଭେରେ ଦିଲ୍ଳୀ, କୋଲକାତା, ମୁମ୍ବାଇ, ଚେନ୍ନାଇ, ବାଙ୍ଗାଲୋର, ହାଇଦ୍ରାବାଦ, ପୁଣେ, ଅହମଦାବାଦ ପରି ବଡ ବଡ ସହରର ୧୫୦୦ ଲୋକଙ୍କୁ ନେଇ ଅନଲାଇନ୍‌ ଜରିଆରେ ସର୍ଭେ କରାଯାଇଥିଲା।

ସେହିପରି ପ୍ରତ୍ୟହ ନିଜ ସ୍ବାମୀଙ୍କ ବ୍ୟତୀତ ଅନ୍ୟ ପୁରୁଷଙ୍କ ସହିତ ଶାରିରୀକ ସମ୍ପର୍କ ରଖୁଥିବା ମହିଳାଙ୍କ ସଂଖ୍ୟା ୪୦ ପ୍ରତିଶତ ବୋଲି ପଡିଥିବାବେଳେ ପୁରୁଷଙ୍କ କ୍ଷେତ୍ରରେ ଏହା ୨୬ ପ୍ରତିଶତ ବୋଲି ଜଣାପଡିଛି।  ସେହିପରି ୪୭ ପ୍ରତିଶତ ବ୍ୟକ୍ତି ନିଜ ପାର୍ଟନର୍‌ଙ୍କ ଛଡା ଅନ୍ୟ ପ୍ରତି କାଜୁଆଲ ରିଲେସନ୍‌ସିପ୍‌ରେ ରହିଥିବାର ସ୍ବୀକାର କରିଥିବାବେଳେ ୪୬ ପ୍ରତିଶତ ଓ୍ବାନ୍‌ ନଇଟ୍‌ ଷ୍ଟାଣ୍ଟକୁ ସ୍ବୀକାର କରିଛନ୍ତି।

ସେହିପରି ୪୮ ପ୍ରତିଶତ ଭାରତୀୟଙ୍କ ମତରେ ଏକ ସମୟରେ ଦୁଇଜଣଙ୍କୁ ପ୍ରେମ କରିବା ସମ୍ଭବ ବୋଲି କହିଛନ୍ତି। ୪୬ ପ୍ରତିଶତ ଭାରତୀୟମାନେ ନିଜ ପାର୍ଟନର୍‌ଙ୍କୁ ଧୋକ୍କା ଦେବା ପରେ ବି ତାଙ୍କ ପ୍ରତି ପ୍ରେମ କମି ନଥିବାର କହିଛନ୍ତି । ସେହିପରି ୩୭ ପ୍ରତିଶତ ଲୋକେ ଧୋକ୍କା ମିଳିବାର ଜାଣିବା ପରେ ତାଙ୍କ ପାର୍ଟନର୍‌ଙ୍କୁ କ୍ଷମା କରିଦେଉଥିବାବେଳେ ୪୦ ପ୍ରତିଶତ ପରିସ୍ଥିତିକୁ ଦେଖି କ୍ଷମା କରାଯିବା ଉପରେ ମତ ରଖିଥିଲେ।

ଅପରାଧ ପରକୀୟା ପ୍ରୀତି ଭାରତୀୟ ମହିଳା
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ପୁରୀ କୋରାପୁଟ ମଧ୍ୟରେ ଚାଲିବାକୁ ଥିବା ନୂଆ ଟ୍ରେନଟି କେଉଁ କେଉଁ ଷ୍ଟେସନରେ ରହିବ

May 14, 2026

ଆଜି ମଇ ୧୪ ତାରିଖ ଗୁରୁବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

May 14, 2026

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୩୮ ନବ ଦମ୍ପତିଙ୍କୁ ଆଶୀର୍ବାଦ କଲେ ଉପମୁଖ୍ୟମନ୍ତ୍ରୀ

May 13, 2026
Latest News

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ଆସିକା SDPO ନିଲମ୍ବିତ

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ ପରେ, ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ ‘ନୋ କାର ଡେ’

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.