Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏଣିକି ଗାଡିର ହର୍ଣ୍ଣ, ଆମ୍ବୁଲାନସ ସାଇରନ ହେବ ପରିବର୍ତ୍ତନ, ଖୁବ ଶିଘ୍ର ଆସିବ ନୂଆ ନିୟମ
ଜାତୀୟ ଖବର

ଏଣିକି ଗାଡିର ହର୍ଣ୍ଣ, ଆମ୍ବୁଲାନସ ସାଇରନ ହେବ ପରିବର୍ତ୍ତନ, ଖୁବ ଶିଘ୍ର ଆସିବ ନୂଆ ନିୟମ

October 6, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଏଣିକି ଗାଡିର ହର୍ଣ୍ଣ, ଆମ୍ବୁଲାନସ ସାଇରନ ହେବ ପରିବର୍ତ୍ତନ, ଖୁବ ଶିଘ୍ର ଆସିବ ନୂଆ ନିୟମ

ନୂଆଦିଲ୍ଲୀ: ଏଣିକି ଗାଡିର ହର୍ଣ୍ଣ ରେ ହେବ ପରିବର୍ତ୍ତନ। ବିକଟାଳ ଶଦ୍ଦ ପରିବର୍ତ୍ତେ ଭାରତୀୟ ବାଦ୍ୟଯନ୍ତ୍ରର ଶଦ୍ଦ ପ୍ରଚଳନ କରାଯିବ। ଏଥିପାଇଁ ଗୋଟିଏ ନୂଆ ନିୟମ ଆଣିବା ପାଇଁ ଆଲୋଚନା ଚାଲିଛି ବୋଲି କହିଛନ୍ତି ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ।

ନାସିକଠାରେ ଆୟୋଜିତ ଜାତୀୟ ରାଜପଥ କାର୍ଯ୍ୟକ୍ରମରେ ସେ ଉଦବୋଧ ଦେବା ବେଳେ ଏହା କହିଛନ୍ତି। ବର୍ତ୍ତମାନ ଭାରତୀୟ ଯାନବାହନରେ ପ୍ରଚଳିତ ହର୍ଣ୍ଣ ଶଦ୍ଦ ପ୍ରଦୂଷଣ କରୁଛି। ଏୁପରିକି ଲୋକଙ୍କୁ ବିରକ୍ତିକର କରୁଛି। ସେଥିପାଇଁ ଭାରତୀୟ ତବଲା, ବଂଶୀ, ବେହେଲା ପ୍ରଭୃତି ବାଦ୍ୟଯନ୍ତ୍ରର ଶଦ୍ଦ ପ୍ରଚଳନ କରାଯିବ। ଏ ନେଇ ବର୍ତ୍ତମାନ ଅନୁଧ୍ୟାନ ଆରମ୍ଭ କରାଯାଇଛି ବୋଲି ଗଡକରୀ କହିଛନ୍ତି।

ସେହିପରି ଆମ୍ବୁଲାନସ ଏବଂ ପୋଲିସ ଗାଡିର ସାଇରନ ମଧ୍ୟ ପରିବର୍ତ୍ତନ କରାଯିବ। ଏହି ଦୁଇଗାଡିରେ ଯେଉଁ ସାଇରନ ବ୍ୟବସ୍ଥା ରହିଛି ତାହା ଭୟଭିତ କରିବା ପରି ଶଦ୍ଦ ବାହାରୁଛି। ତାହାକୁ ପରିବର୍ତ୍ତନ କରାଯାଇ ସୁମଧୂର ଶଦ୍ଦ ବା ଯନ୍ତ୍ର ସଂଗୀତ ପ୍ରୟୋଗ କରାଯିବ।

ମନ୍ତ୍ରୀ କହିଥିଲେ ଯେ, ଅଲ ଇଣ୍ଡିଆ ରେଡିଓରେ ଜଣେ କଳାକାର ଏକ ଯନ୍ତ୍ର ସଂଗୀତ କଂପୋଜ କରିଛନ୍ତି। ଯାହା ରେଡିଓରେ ସକାଳୁ ସକାଳୁ ବାଜୁଛି। ତାହାକୁ ଆମ୍ବୁଲାନସରେ ବ୍ୟବାହର କରାଯାଇପାରିବ କି ନାହିଁ ସେ ନେଇ ଆଲୋଚନା ଚାଲିଛି।

ତେବେ ବାବୁଙ୍କ ନାଲିବତି ଉଠାଇବା ପରି ଏହି ବିକଟାଳ ହର୍ଣ୍ଣ ବ୍ୟବସ୍ଥା ମଧ୍ୟ ଖୁବ ଶିଘ୍ର ଉଠାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏ ନେଇ ଆଇନ ତଥା ମୋଟର ବିଶେଷଜ୍ଞଙ୍କ ସହିତ ଆଲୋଚନା ଚାଲିଛି। ଏହା ପୂର୍ଣ୍ଣାଙ୍ଗ ରୂପରେଖ ପ୍ରସ୍ତୁତ ହେବା ପରେ ତାହାକୁ ଆଇନରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଗଡକରୀ କହିଛନ୍ତି।

ମନ୍ତ୍ରୀ ନୀତିନ ଗଡକରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଫେବୃୟାରୀ ୮ ତାରିଖରେ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ ବିସ୍ତୃତ ଭାଗ୍ୟଫଳ

February 8, 2026

ବିଜୟ ସହିତ ବିଶ୍ଵକପ ଅଭିଯାନ ଆରମ୍ଭ କଲା ଭାରତ: ୨୯ ରନ୍ ରେ ଆମେରିକା ପରାସ୍ତ

February 7, 2026

ରୁଷରୁ ତେଲ କିଣିବା ବନ୍ଦ କରିବ ଭାରତ, ଜାଣନ୍ତୁ କ’ଣ କହିଲେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ? 

February 7, 2026

ଫହୀମ ଅସରଫ୍ ଙ୍କ ଯୋଗୁଁ ହାରୁ ହାରୁ ଜିତିଲା ପାକିସ୍ତାନ: ନେଦରଲ୍ୟାଣ୍ଡର ଲଢୁଆ ପ୍ରଦର୍ଶନ

February 7, 2026
Latest News

ସରକାରୀ ଉଦ୍ୟୋଗ ବିଭାଗର କମିଶନର-ତଥା-ସଚିବ ଭାବରେ ଦାୟିତ୍ୱ ଗ୍ରହଣ କଲେ ସାଦିକ ଆଲାମ

February 8, 2026

‘ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ’ ପ୍ରଶିକ୍ଷଣ ଶିବିରର ଉଦ୍ଯାପନୀ ସମାରୋହ

February 8, 2026

ଆଜି ଫେବୃୟାରୀ ୮ ତାରିଖରେ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ ବିସ୍ତୃତ ଭାଗ୍ୟଫଳ

February 8, 2026

ବିଜୟ ସହିତ ବିଶ୍ଵକପ ଅଭିଯାନ ଆରମ୍ଭ କଲା ଭାରତ: ୨୯ ରନ୍ ରେ ଆମେରିକା ପରାସ୍ତ

February 7, 2026

ବାଣପୁରରୁ ମହିଳାଙ୍କ ଠାରୁ ସୁନା ଗହଣା ଲୁଟ୍ ମାମଲା: ଗଜପତି ଜିଲ୍ଲାରୁ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

February 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.