‘ଜିନ୍ନା ପ୍ରୋଜେକ୍ଟ’ ଭାରତରେ ବିଫଳ ହେବ : ଗିରିରାଜ ସିଂ

Published: Apr 17, 2019, 1:47 pm IST

କ୍ରିକେଟର ତଥା ରାଜନେତା ନଭଜୋତ ସିଂ ସିଦ୍ଧୁଙ୍କୂୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ। ମୁସଲିମ୍‌ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ସିଦ୍ଧୁ ଦେଇଥିବା ବିବାଦୀୟ ବୟାନକୁ ସମାଲୋଚନା କରିଛନ୍ତି ଗିରିରାଜ ସିଂ। ଗିରିରାଜ କହିଛନ୍ତି ସିଦ୍ଧୁଙ୍କ ଏହି ମନ୍ତବ୍ୟ ପରେ ଏହା ସ୍ପଷ୍ଟ ପ୍ରତୀୟ ମାନ ହେଉଛି କି ରାହୁଲ ପାକିସ୍ତାନର ଏଜେଣ୍ଟ ଭାବରେ କାମ କରୁଛନ୍ତି। ଏହି ନୂତନ ଜିନ୍ନା ପ୍ରୋଜେକ୍ଟକୁ ଭାରତୀୟ ମାନେ ଗ୍ରହଣ କରିବେ ନାହିଁ ଏବଂ ଏହା ବିଫଳ ହେବ ବୋଲି କହିଛନ୍ତି ଗିରିରାଜ। ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ଏହି ସମାଲୋଚନା କରିଛନ୍ତି ଗିରିରାଜ। ଉଲ୍ଲେଖଯୋଗ୍ୟ ଯେ, ସିଦ୍ଧୂୁ ଗତକାଲି ପୁର୍ଣ୍ଣିଆରେ ଏକ ନିର୍ବାଚନୀ ସଭାରେ ମୁସଲିମ୍‌ ଭୋଟ ଭିକ୍ଷା କରୁଥିବାରୁ ଅସଦ୍ଦୁଦ୍ଦିନ ଓଓ୍ବେସୀଙ୍କୁ ସମାଲୋଚନା କରିଥିଲେ। ଏହାପରେ ସିଦ୍ଧୁ କହିଥିଲେ, ଏହି ଅଞ୍ଚଳରେ  ଆପଣମାନେ ୬୪ ପ୍ରତିଶତ ମୁସଲିମ୍‌ ରହୁଛନ୍ତି। ଆପଣ ମାନେ ମୋଦି ସରକାର ହଟାଇବା ପାଇଁ ଭୋଟ ଦିଅନ୍ତୁ। ଏହା ଉପରେ ସ୍ପଷ୍ଟୀକରଣ ଦେଇ ସିଦ୍ଧୁ କହିଛନ୍ତି ଜାତିଆଣ ମନ୍ତବ୍ୟ ମୁଁ ଦେଇ ନାହିଁ ଏବଂ ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ମୋତେ କୌଣସି ନୋଟିସ୍‌ ମିଳିନାହିଁ।

Related posts