ଅଭିନେତା ଫିର୍ଦ୍ଦୋସ୍‌ଙ୍କ ଭିସା ରବ୍ଦ, ଭାରତ ଛାଡ଼ିବାକୁ କେନ୍ଦ୍ରର ନିର୍ଦ୍ଦେଶ

Published: Apr 17, 2019, 2:20 pm IST

ପଶ୍ଚିମବଙ୍ଗର ଟିଏମସି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ବାଂଲାଦେଶର ଅଭିନେତା ଫିର୍ଦ୍ଦୋସ୍‌ ଅହମଦଙ୍କ ଭିସାକୁ ରଦ୍ଦ କରାଯାଇଛି। ଏହାସହ ତାଙ୍କୁ ଭାରତ ଛାଡିବାକୁ ନୋଟିସ ଜାରି କରାଯାଇଛି। ବାଂଲାଦେଶର ଏହି ଅଭିନେତା ଭିସା ନିୟମ ଉଲ୍ଲଂଘନ କରୁଥିବା ଆପ୍ରବାସନ ବ୍ୟୁରୋ ଗୃହ ମନ୍ତ୍ରାଳୟ ନିକଟରେ ଅଭିଯୋଗ କରିଥିଲା। ଏହା ପରେ ଗୃହମନ୍ତ୍ରାଳୟ ଅହମଦଙ୍କ ବ୍ୟାବସାୟୀକ ଭିସା ରଦ୍ଦ କରିଦେଇଛି। ସୂଚନାଯୋଗ୍ୟ ଯେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପାଇଁ ବାଂଲାଦେଶର ଅଭିନେତା ଫିର୍ଦ୍ଦୋସ୍‌ ଅହମଦଙ୍କ ପ୍ରଚାର କରୁଥିଲେ ଯାହାପରେ ବିବାଦ ବଢିବାରେ ଲାଗିଥିଲା। ବିଜେପି ଏହାକୁ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ଅଭିଯୋଗ କରିବା ସହ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲା। ସୂଚନାଯୋଗ୍ୟ ଯେ ଫିର୍ଦ୍ଦୋସ୍‌ ଅହମଦ ଉତ୍ତର ଦିନାଜପୁର ଜିଲ୍ଲାରେ ଟିଏମସିର ରାୟଙ୍ଗଜ ଲୋକସଭା ନିର୍ବାଚନ ପ୍ରାର୍ଥୀ କହ୍ନେଆ ଲାଲ ଅଗ୍ରୱାଲଙ୍କ ପ୍ରଚାର କରୁଥିଲେ।

Related posts