କମଲନାଥଙ୍କ ସମାଲୋଚନା ପରେ କାଳବୈଶାଖୀ ମୃତକଙ୍କୁ ମୋଦିଙ୍କ ସହାୟତା ଘୋଷଣା

Published: Apr 17, 2019, 4:15 pm IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଳବୈଶାଖୀ ଝଡତୋଫାନରେ ପ୍ରାଣ ହରାଇଥିବା ପରିବାର ବର୍ଗଙ୍କ ପାଇଁ ୨ଲକ୍ଷର ସହାୟତା ରାଶି ଘୋଷଣା କରିଛନ୍ତି। ମଧ୍ୟପ୍ରଦେଶ, ଗୁଜରାତ, ରାଜସ୍ଥାନ ଏବଂ ମଣିପୁରରେ କାଳବୈଶାଖୀରେ ପ୍ରାୟ ୩୦ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଥିଲା। ଏହି ଘଟଣାରେ ମୋଦି ଦୁଃଖପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି। ଏହା ସହିତ ଏକ ଟ୍ବିଟ୍‌ ଜରିଆରେ ମୋଦି କହିଥିଲେ କାଳବୈଶାଖୀରେ ଦେଶର ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି ଏବଂ ସରକାର ଏହା ଉପରେ ନଜର ରଖିଛନ୍ତି। ଏହା ସହିତ ଆହତ ମାନଙ୍କ ନିମନ୍ତେ ୫୦ ହଜାରର ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତି ମୋଦି। ମଙ୍ଗଳବାର ଝଡତୋଫାନରେ ପ୍ରାଣହାନି ଘଟିବା ପରେ ମୋଦି ଗୁଜୁରାଟ ପାଇଁ ଆର୍ଥିକ ସହାୟତା ଘୋଷଣା କରିଥିଲେ ମାତ୍ର ଅନ୍ୟନ୍ୟ ସମସ୍ତ ରାଜ୍ୟକୁ ଅଣଦେଖା କରିଥିଲେ ଯାହାକୁ ସମାଲୋଚନା କରିଥିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ। ମୋଦି କେବଳ ଗୁଜରାତର ନୁହନ୍ତି ସମଗ୍ର ଦେଶର ପ୍ରଧାନମନ୍ତ୍ରୀ ବୋଲି ଆକ୍ଷେପ କରିବା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସହାୟତା ରାଶି ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଥମରୁ କୌଣସି ରାଜ୍ୟ ଏନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଇନଥିଲେ ।

Related posts