୨ୟ ପର୍ଯ୍ୟାୟ ନିର୍ବାଚନ; ୫ଟି ଲୋକସଭା ଓ ୩୫ ବିଧାନସଭା ପାଇଁ ହେବ ମତଦାନ  

Published: Apr 17, 2019, 1:50 pm IST
second phase voting

ଏପ୍ରିଲ୍‌ ୧୮ ତାରିଖ ଅର୍ଥାତ୍‌ ଗୁରୁବାର ଦିନ ରାଜ୍ୟରେ ୨ୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଏବଂ ଆସିକା ଲୋକସଭା ଆସନ ସମେତ ଏହା ଅନ୍ତର୍ଗତ ୩୫ଟି ବିଧାନସଭା କ୍ଷେତ୍ରରେ ଭୋଟଗ୍ରହଣ ଅନୁଷ୍ଠିତ ହେବ। ତେବେ ବିଧାନସଭା ନିର୍ବାଚନମଣ୍ଡଳୀଗୁଡ଼ିକ ହେଉଛି ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର, ଝାରସୁଗୁଡ଼ା, ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲ, ରାଉରକେଲା, ରାଜଗାଙ୍ଗପୁର, ବଣେଇ, ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟଣାଗଡ଼, ବଲାଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଜି, ବାଲିଗୁଡ଼ା, ଜି. ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା, ଭଞ୍ଜନଗର, ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ଆସିକା, ସୋରଡ଼ା, ସାନଖେମୁଣ୍ଡି ଏବଂ ହିଞ୍ଜିଳି। ଏହି ପର୍ଯ୍ୟାୟର ଲୋକସଭା ଆସନ ପାଇଁ ମୋଟ ୩୫ ଜଣ ପ୍ରାର୍ଥୀ ଓ ବିଧାନସଭା ଆସନ ପାଇଁ ମୋଟ ୨୪୪ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୭୬ ଲକ୍ଷ ୯୩ ହଜାର ୧୨୩ ଭୋଟର ମତଦାନ କରିବେ। ସେମାନଙ୍କ ମଧ୍ୟରେ ପୁରୁଷ ଭୋଟର ସଂଖ୍ୟା ୩୯ ଲକ୍ଷ ୪୫ ହଜାର ୨୫,  ମହିଳା ଭୋଟର ସଂଖ୍ୟା ୩୭ ଲକ୍ଷ ୪୭ ହଜାର ୪୯୩ , ଭିନ୍ନକ୍ଷମ ଭୋଟରଙ୍କ ସଂଖ୍ୟା ୧,୦୮,୪୫୮ ଓ କିନ୍ନର ଭୋଟରଙ୍କ ସଂଖ୍ୟା ୬୦୪ ରହିଛି । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

 

Related posts