ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ ଡିଏମ୍କେ ସାଂସଦ ପ୍ରାର୍ଥୀ କାନିମୋଝିଙ୍କ ଘରେ ଆୟକର ବିଭାଗର ଚଢାଉକୁ ସମାଲୋଚନା କରିଛନ୍ତି। ବୁଧବାର ଚିଦାମ୍ବରମ୍ କହିଛନ୍ତି, ଆୟକର ବିଭାଗ ପକ୍ଷପାତିତାର ସହିତ କାର୍ଯ୍ୟ କରୁଛି ଏବଂ ଅଗଣତାନ୍ତ୍ରିକ ଉପାୟରେ ମଧ୍ୟ କାର୍ଯ୍ୟ କରୁଛି। ଚିଦାମ୍ବରମ୍ ସୋସିଆଲ ମିଡ଼ିଆ ସାଇଟ୍ ଟ୍ବିଟ୍ଟର ଜରିଆରେ ଆୟକର ବିଭାଗକୁ ସମାଲୋଚନା କରିଛନ୍ତି। ଏକାଧିକ ଟ୍ବିଟ୍ ଜରିଆରେ ଚିଦାମ୍ବରମ୍ କହିଛନ୍ତି, ‘ଖବର ଏହା ଯେ, ଲୋକସଭା ସାଂସଦ ପ୍ରାର୍ଥୀ ତଥା ରାଜ୍ୟସଭା ସାଂସଦଙ୍କ ଘରେ ଚଢାଉରୁ ଆୟକର ବିଭାଗକୁ କିଛି ମିଳିନାହିଁ’। ଦ୍ବିତୀୟ ଟ୍ବିଟ୍ରେ ଚିଦାମ୍ବରମ୍ କହିଥିଲେ ‘କେବଳ ବିରୋଧୀ ଦଳରେ ରହିଥିବା ନେତାଙ୍କ ବିଷୟରେ ଆୟକର ବିଭାଗକୁ ସୂଚନା ମିଳିବା ନିହାତି ଆଶ୍ଚର୍ଯ୍ୟଜନକ’। ସୂଚନାଯୋଗ୍ୟ ଯେ, ମୋଦି ନିର୍ବାଚନ କମିଶନ ଏବଂ ଆୟକର ବିଭାଗକୁ ମନ ମୁତାବକ ନିଜର ରାଜନୈତିକ ଫାଇଦା ପାଇଁ ବ୍ୟବହାର କରିବା ସହିତ କେବଳ ବିପକ୍ଷରେ ଥିବା ନେତାଙ୍କ ଘରେ ଚଢାଉ କରୁଛନ୍ତି କହିଛନ୍ତି କାନିମୋଝି।