ନବୀନଙ୍କ ରୋଡ୍‌ ଶୋ’ : ସ୍ବତନ୍ତ୍ର ବସ୍‌ରେ ଦଳୀୟ ନେତା ଓ କର୍ମୀଙ୍କ ସହ ମୁଖ୍ୟମନ୍ତ୍ରୀ

Published: Apr 17, 2019, 5:45 pm IST
naveen roade show

ରାଜନୀତିରେ ରୋଡ୍‌ ଶୋ’ ଏକ ପ୍ରମୁଖ ଅଂଶବିଶେଷ ପାଲଟିଛି। ପ୍ରାୟ ସମସ୍ତ ରାଜନୈତିକ ଦଳ ରୋଡ୍‌ ଶୋ’ କରି ନିଜର ଶକ୍ତି ପ୍ରଦର୍ଶନ କରାଉଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବରର ଏୟାରପୋର୍ଟଠାରୁ ବରମୁଣ୍ଡା ପର୍ଯ୍ୟନ୍ତ ରୋଡ୍‌ ଶୋ’ କରିଥିବାବେଳେ ଆଜି ବିଜେଡ଼ି ସୁପ୍ରିମୋ’ ନବୀନ ପଟ୍ଟନାୟକ ମେଗା ରୋଡ୍‌ ଶୋ’ କରୁଛନ୍ତି। କଟକରୁ ଭୁବନେଶ୍ବର ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ୍‌ ଶୋ’ କରୁଛନ୍ତି। ଏକ ସ୍ବତନ୍ତ୍ର ବସ୍‌ ଯୋଗେ ନବୀନ ଏହି ଶୋ’ କରୁଛନ୍ତି। ପୂର୍ବରୁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାରାଥନ୍‌ ପ୍ରଚାର ଓ ରୋଡ୍‌ ଶୋ’ କରିଥିବାବେଳେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମୁଖ୍ୟମନ୍ତ୍ରୀ ଆଜି ଏହି ରୋଡ୍‌ ଶୋ’ ଆରମ୍ଭ କରିଛନ୍ତି। ଏହି ଶୋ’ରେ ଦଳୀୟ ନେତା ଓ କର୍ମୀ ପ୍ରମୁଖ ସାମିଲ୍‌ ଅଛନ୍ତି।

Related posts