ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ଓଡ଼ିଶାରେ ଆଜି ପ୍ରାୟ ୧୧ଟା ସୁଦ୍ଧା ୧୮ ପ୍ରତିଶତ ମତଦାନ ହୋଇଥିବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ୧୧ଟା ସୁଦ୍ଧା କନ୍ଧମାଳରେ ୧୬ପ୍ରତିଶତ , ବରଗଡ଼ରେ ୨୦ପ୍ରତିଶତ, ଆସିକାରେ ୨୦ପ୍ରତିଶତ ଓ ସୁନ୍ଦରଗଡ଼ରେ ୧୮ପ୍ରତିଶତ ମତଦାନ ହୋଇଛି । ଦ୍ବିତୀୟ ପର୍ଯ୍ୟାୟରେ ଓଡ଼ିଶାରେ ୩୫ ବିଧାନସଭା ଓ ୫ଟି ଲୋକସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇସାରିଛି । ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କାରେ ମୋଟ ୨୭୯ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି । ଆଜି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦୁଇଟି ବିଧାନସଭା ଆସନ ହିଞ୍ଜିଳି ଓ ବିଜେପିରୁର ଭୋଟଗ୍ରହଣ ଅନୁଷ୍ଠିତ ହେଉଛି। ସେହିପରି ଆଜି କଳିକେଶ ସିଂହଦେଓ, ସଙ୍ଗୀତା ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ସୁରଶେ ପୂଜାରୀ, ପ୍ରଦୀପ ଦେବତା, ସନତ ଗଡ଼ତଡ଼ିଆ, ସେହ୍ନାଙ୍ଗିନୀ ଛୁରିଆ, ମିଲନ୍ ସେଠ, ନବ ଦାସ, ମହେନ୍ଦ୍ର ନାୟକ, ସୁଶାନ୍ତ ସିଂ ପ୍ରମୁଖ ହେଭିଓ୍ବେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା ଚାଲିଛି । ଆଜି ପ୍ରାୟ ସକାଳ ୭ଟା ଠାରୁ ମତଦାନ ଆରମ୍ଭ ହେଲାଣି । ଓଡ଼ିଶାର କିଛି ଆସନରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ ହେବ । ଏବଂ ଅନ୍ୟ କିଛି ଆସନରେ ସନ୍ଧ୍ୟା ୬ଟା ଯାଏଁ ମତଦାନ ହେବ ।
ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପ୍ରକ୍ରିୟା : ଦିନ ୧୧ଟା ସୁଦ୍ଧା ୧୮ ପ୍ରତିଶତ
Published:
Apr 18, 2019, 12:50 pm IST
Tags: