ବିଜୟ ମହାପାତ୍ରଙ୍କୁ ସାହାଯ୍ୟ କରିବେ ଦିଲ୍ଲୀପ ରାୟ, ପାଟକୁରରା ସାକ୍ଷାତ କରି ପ୍ରତିଶୃତି ଦେଲେ ଦିଲ୍ଲୀପ

Published: Apr 18, 2019, 1:22 pm IST
Dilip Roy will support Bijoy Mohaptra

ବହୁ ଦିନ ନିରବତା ପରେ ବରିଷ୍ଠ ନେତା ଦିଲ୍ଲୀପ ରାୟ ପାଟକୁରା ଆସି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ବେଳେ ଦିଲ୍ଲୀପ ରାୟ ବିଜୟଙ୍କୁ ସବୁ ପ୍ରକାରର ସାହାଯ୍ୟ କରିବେ ବୋଲି କହିଛନ୍ତି। ତେବେ ସେ ବିଜେପି ଫେରିବେ କି ନାହିଁ ସେ ବାବଦରେ କୌଣସି ସ୍ପଷ୍ଟ କରି ନାହାଁନ୍ତି। ନିକଟରେ ଦିଲ୍ଲୀପ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପକୁ ପ୍ରସଂଶା କରିଥିଲେ। ବ୍ରାହ୍ମଣୀ ସେତୁ ଏବଂ ଆଜିଏଚ କୁ ସୁପର ସ୍ପେଶାଲଟି ହସପିଟାଲ କରିବାକୁ ପଦକ୍ଷେପ ନେଇଥିଲେ। ସେତୁ ନିର୍ମାଣ ପାଇଁ ଆସିଥିବା ଅନୁଦାନର ଚେକ୍ କୁ ଦିଲ୍ଲୀପ ଦେଖାଇଥିଲେ। ସେତେବେଳେ ଅନୁମାନ କରାଯାଉଥିଲା ଯେ, ଦିଲ୍ଲୀପ ପୁଣି ଥରେ ବିଜେପିକୁ ଫେରିବେ। କାରଣ ସେହି ବ୍ରାହ୍ମଣୀ ସେତୁ ଏବଂ ଆଜିଏପକୁ ସୁପର ସ୍ପେଶାଲିଟ ହସପିଟାଲ କରିବା ତାଙ୍କର ମୁଖ୍ୟ ଦାବୀ ଥିଲା। ଏ ନେଇ ଦିଲ୍ଲୀପ ବାରମ୍ବାର କେନ୍ଦ୍ରକୁ ଅବଗତ କରାଇଥିଲେ ମଧ୍ୟ ତାଙ୍କ କଥା ଶୁଣା ଗଲା ନାହିଁ। ଏପରିକି ସେ ପ୍ରଧାନମନ୍ତ୍ରୀଙ୍କୁ ଏହି ସମସ୍ୟା ନେଇ ଭେଟିଥିଲେ ମଧ୍ୟ ତାଙ୍କ କଥା ଗ୍ରହଣ କରି ନ ଥିଲେ। ଫଳରେ ସେ ବିତଃସ୍ପୁହ ହୋଇ ବିଧାୟକ ପଦ ଏବଂ ଦଳରୁ ଇସ୍ତଫା ପ୍ରଦାନ କରିଥିଲେ। ସେତେବେଳେ ସେ କହିଥିଲେ ଯେୟ ସେତୁ ନିର୍ମାଣ ଏବଂ ସୁପରସ୍ପେଶାଲିଟ ହସପିଟାଲ ହୋଇଗଲେ ମୋର ନାଁ ହୋଇଯିବ। ସେହି ଭୟରେ ବିଜେପିର କିଛି ନେତା ଏହାକୁ କରାଇ ଦେଉ ନାହାଁନ୍ତି ବୋଲି ଦିଲ୍ଲୀପ କହିଥିଲେ। ସେ ସିଧା କାହାର ନାମ ନେଇ ନ ଥିଲେ ମଧ୍ୟ ତାଙ୍କର ଇସାରା ଧର୍ମେନ୍ଦ୍ର ପ୍ରଧାନକୁ ଥିଲା ଏଥିରେ ସନ୍ଦେହ ନାହିଁ। ତେବେ ବର୍ତ୍ତମାନ ସେ କେବଳ ବିଜୟଙ୍କୁ ସାହାର୍ଯ୍ୟ କରିବେ ନାଁ ଦଳରେ ଯୋଗ ଦେବେ ତାହା ସ୍ପଷ୍ଟ ହୋଇ ନାହିଁ।

Related posts