ଦ୍ବିତୀୟ ପର୍ଯ୍ୟାୟ ମତଦାନ : ଦିନ ୧ଟା ସୁଦ୍ଧା ୩୩% ମତଦାନ

Published: Apr 18, 2019, 1:34 pm IST
2nd phase voting in odisha

ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ  ପ୍ରକ୍ରିୟା ଜାରି ରହିଥିବା ବେଳେ ଦିନ ୧ଟା ସୁଦ୍ଧା ୩୩ % ମତଦାନ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି। ଗୁରୁବାର ସକାଳ ୭ଟାରୁ ଦ୍ୱିତୀୟ ପର୍ୟ୍ୟାୟ ଆରମ୍ଭ ହୋଇଥିବା ବେଳେ ରାଜ୍ୟରେ ସକାଳ ୯ଟା ସୁଦ୍ଧା ୬.୫% ମତଦାନ ଏବଂ ଦିନ ୧୧ଟା ସୁଦ୍ଧା ୧୮ % ମତଦାନ ହୋଇଥିଲା। କନ୍ଧମାଳରେ ୧୬% , ବରଗଡରେ ୨୦%, ଆସିକାରେ ୨୦% ଏବଂ ସୁନ୍ଦରଗଡରେ ୧୮ % ମତଦାନ ହୋଇଥିଲା । ବଲାଙ୍ଗୀର ସଂସଦୀୟ କ୍ଷେତ୍ର ପାଇଁ ଦିନ ୧୧ଟା ସୁଦ୍ଧା ୧୫ % ମତଦାନ ହୋଇଥିଲା । ଆଜି ୫ଟିଲୋକସଭା ଓ ତତ୍‌ସଂଲଗ୍ନ ୩୫ଟି ବିଧାନସଭା ଆସନ ପାଇଁ ମତଦାନ ଗ୍ରହଣ ହେଉଛି । ତେବେ ସକାଳ ସମୟରୁ କେତେକ ସ୍ଥାନରେ ଇଭିଏମ୍‌ ପାଇଁ ମତଦାନ ପ୍ରକ୍ରିୟାରେ ବିଳମ୍ବ ହୋଇଥିଲା ବୋଲି ଅଭିଯୋଗ ହୋଇଥିଲା । ସେହିପରି ମାଓ ହମଲାରେ ମୃତ କର୍ମଚାରୀ ସଂଯୁକ୍ତା ଦିଗାଲ୍‌ଙ୍କ ପରିବାରକୁ ସହାୟତା ମିଳିବ । ଇସିଙ୍କ ଗାଇଡ୍‌ ଲାଇନ୍‌ ଅନୁଯାୟୀ ତାଙ୍କ ପରିବାରକୁ ସହାୟତା କରାଯିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ପାଖାପାଖି ୩୦ ଲକ୍ଷ ଟଙ୍କାର ସହାୟତା ମିଳିବା ନେଇ ସୂଚନା ରହିଛି ।

Related posts