ସିପିଆଇ ନେତାଙ୍କ ରାଲି ଉପରେ ଗୁଳିମାଡ

Published: Apr 18, 2019, 4:34 pm IST

ସିପିଆଇ ନେତା ମହମ୍ମଦ ସଲିମ୍‌ଙ୍କ ନିର୍ବାଚନୀ ରାଲି ଉପରକୁ ଗୁଳିମାଡ କରାଯାଇଛି । ପଶ୍ଚିମବଙ୍ଗର ରାଜଗଞ୍ଜରେ ଗୁରୁବାର ଲୋକସଭା ନିର୍ବାଚନ ପ୍ରଚାର ସମୟରେ ସିପିଆଇ ନେତାଙ୍କ ରାଲି ଉପରକୁ ଇସଲାମପୁରରେ ଜନୈକ ଅଜଣା ବ୍ୟକ୍ତି ଗୁଳିମାଡ କରିଛନ୍ତି । ଏହା ସହିତ ଇଟା ଏବଂ ପଥର ମାଡ ମଧ୍ୟ କରାଯାଇଥିଲା । ଆକ୍ରମଣରେ ସଲିମ୍‌ଙ୍କ କୌଣସି କ୍ଷତି ହୋଇନଥିବା ବେଳେ ତାଙ୍କୁ ଦଳୀୟ ମୁଖ୍ୟାଳୟକୁ ନିଆଯାଇଥିଲା । ସୂଚନାଯୋଗ୍ୟ ଯେ, ସଲିମ ରାଜଗଞ୍ଜର ସାଂସଦ ରହିଛନ୍ତି । 2014ରେ ସିପିଆଇ ଜିତିଥିବା 2 ଆସନ ମଧ୍ୟରୁ ଏହା ଅନ୍ୟତମ । ଏହି ଆକ୍ରମଣକୁ ଶାସକ ତୃଣମୂଳ ପ୍ରରୋଚିତ ବୋଲି ଅଭିଯୋଗ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ଦେବଶ୍ରୀ ଚୌଧୁରୀ ।

Related posts