ବିସିସିଆଇ ସିଇଓଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା

Published: Apr 18, 2019, 5:33 pm IST

ବିସିସିଆଇ ସିଇଓ ରାହୁଲ ଜୋହରୀଙ୍କ ବିପକ୍ଷରେ ଜନୈକ ଓକିଲ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସିଇଓ ପଦବୀରେ ରାହୁଲଙ୍କ ରହିବା ନେଇ ଏହି ମାମଲା ଦାଏର କରାଯାଇଛି। ରଶ୍ମୀ ଜୈନ୍‌ ନାମକ ଜନୈକା ସାମାଜିକ କର୍ମୀଙ୍କ ଦ୍ବାରା ଦାଖଲ କରାଯାଇଥିବା ଏହି ଯାଚିକାରେ ବିସିସିଆଇ ମୁଖ୍ୟ ଡିକେ ଜୈନ୍‌ ପୁନର୍ବାର ରାହୁଲଙ୍କ ମାମଲା ବିଚାର କରିବା ଉଚିତ୍‌ ବୋଲି ଆବେଦନ କରାଯାଇଛି। ରାହୁଲ ଅତୀତରେ ଯେଉଁ ସଂସ୍ଥାନରେ କାର୍ଯ୍ୟ କରିଛନ୍ତି, ସେଠାରେ ତାଙ୍କ ବିରୋଧରେ କିଛି ନା କିଛି ଅଭିଯୋଗ ରହିଛି। ରାହୁଲଙ୍କ ବିରୋଧରେ ତିନି ମହିଳା ଅଭିଯୋଗ ଆଣିଥିବା ବେଳେ ଜଣେ ନିଜର ମାମଲା ପ୍ରତ୍ୟାହାର କରି ନେଇଥିଲେ। ମାମଲାର ବିଚାର କରୁଥିବା ତିନି ଜଣିଆ ଦଳ ମଧ୍ୟରୁ ଅବସରପ୍ରାପ୍ତ ବିଚାରପତି ରାକେଶ ଶର୍ମା ଏବଂ ବର୍ଖା ସିଂ ରାହୁଲଙ୍କୁ କ୍ଲିନ୍‌ ଚିଟ୍‌ ଦେଇଥିବା ବେଳେ ବୀଣା ଗୌଡା ତାଙ୍କୁ ଦୋଷୀ କହିଥିଲେ। ଦୁଇ ବିଚାରପତିଙ୍କ କ୍ଲିନ୍‌ ଚିଟ୍‌ ପରେ ସିଓଏ ମୁଖ୍ୟ ଡାଏନା ଏଡୁଜୀ ରାହୁଲଙ୍କୁ ତାଙ୍କ ପଦରେ ପୁନଃ ଅବସ୍ଥାପିତ କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ମାମଲା ଦାୟର କରିଛନ୍ତି ଡିକେ ଜୈନ୍‌।

Related posts